Categories: ଖେଳ

କୁମାର ଭରତ ‘ଭୁବନେଶ୍ୱର କୁମାର’

ପୁରୁଣା ଭୁବନେଶ୍ୱର, ୧୭।୪(ଡି.ଏନ.ଏ.)- ରାମେଶ୍ୱର କ୍ଲବ ଆନୁକୂଲ୍ୟରେ ‘ଭୁବନେଶ୍ୱର କୁମାର’ ଜିଲା ସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ବିଭିନ୍ନ ଜିମ୍ନାସିୟମ ଓ କ୍ଲବର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଏମ୍‌ସି ବଉଳଗଡ଼ ଜିମ୍‌ର କୁମାର ଭରତ ପ୍ରଥମସ୍ଥାନ ଅଧିକାର କରି ‘ଭୁବନେଶ୍ୱର କୁମାର’ ଟାଇଟଲ ଜିତିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ଜେନା,  ଓମ୍‌କାର ଦାଶ ମହାପାତ୍ର, ସୋନୁ ଶ୍ରେଷ୍ଠ, ବିକ୍ରମ ମହାରଣା, ପ୍ରିୟବ୍ରତ ଦାସ, ବିଚିତ୍ର ନାୟକ, ଅବିନାଶ ଷଣ୍ଢ, ପ୍ରମୋଦ କୁମାର ସ୍ବାଇଁ, ଜଗଜିତ ମହାପାତ୍ର ଯଥାକ୍ରମେ ଦ୍ୱିତୀୟରୁ ୧୦ମ ସ୍ଥାନ ଅଧିକାର କରିଥିଲେ। ରାଜ୍ୟ ସଂଘ କର୍ମକର୍ତ୍ତାଙ୍କ ସହ ବରିଷ୍ଠ ପ୍ରଶିକ୍ଷକ ସୁରେନ୍ଦ୍ରନାଥ ଗୌଡ଼, ରାଜକିଶୋର ମଲ୍ଲିଆ ବିଚାରକ ଏବଂ ଦିବାକର ପ୍ରହରାଜ ଓ ବିନୋଦ କୁମାର ମହାରଣା ଷ୍ଟେଜ ମାର୍ଶାଲ ଦାୟିତ୍ୱ ନିର୍ବାହ କରିଥିଲେ। ସୁରେଶ ଚନ୍ଦ୍ର ମନ୍ତ୍ରୀ ଏବଂ ଅନୁଷ୍ଠାନର ଆଜୀବନ ସଭାପତି ସୁରେଶ କୁମାର ରାଉତରାୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ରାମେଶ୍ୱର କ୍ଲବର ସଭାପତି ଅକ୍ଷୟ କୁମାର ଦିକ୍ଷୀତ, ସମ୍ପାଦକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share