କୁତ୍ରିମ ସୂର୍ଯ୍ୟ ନିର୍ମାଣ ପାଇଁ ଚାଇନା ହେଉଛି ସଜବାଜ: ବିଶ୍ୱର ସର୍ବବୃହତ୍‌ ଚୁମ୍ବକ ପ୍ରସ୍ତୁତି ଶେଷ

ବେଜିଂ,୨୯ା୭:ଚାଇନା ଏହାର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ସର୍ବବୃହତ୍‌ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍‌ ଚୁମ୍ବକ ତିଆରି ଓ ପରୀକ୍ଷା ଶେଷ କରିଛି। ଆଣବିକ ଫ୍ୟୁଜନ୍‌ ଜରିଆରେ ପ୍ରଦୂଷଣମୁକ୍ତ ଅଫୁରନ୍ତ ଶକ୍ତି ଉତ୍ପାଦନ ପାଇଁ ଏହା ମୁଖ୍ୟ ଉପାଦାନ। ୨୦୩୦ ସୁଦ୍ଧା ଫ୍ୟୁଜନ୍‌ ଶକ୍ତିରୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଚାଇନାର ମହତ୍ତ୍ୱାକାଂକ୍ଷୀ ଯୋଜନା ଦିଗରେ ଏହା ଏକ ବଡ଼ ସଫଳତା। କାର୍ବନମୁକ୍ତ ଶକ୍ତିର ସର୍ବଶ୍ରେଷ୍ଠ ଉତ୍ସକୁ ଆୟତ୍ତ କରିବା ଦୌଡ଼ରେ ଚାଇନା ସର୍ବାଗ୍ରେ ରହିଛି। ଚାଇନାର ଏକାଡେମି ଅଫ୍‌ ସାଇନ୍ସ ଅଧୀନରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଜ୍‌ମା ଫିଜିକ୍ସ ଦ୍ୱାରା ଉକ୍ତ ସୁପରକଣ୍ଡକ୍ଟିଂ ଚୁମ୍ବକ ନିର୍ମାଣ କରାଯାଇଛି। ‘ଡି’ ଆକୃତିର ଏହି ବିଶାଳ ଚୁମ୍ବକର ଲମ୍ବ ୨୧ ମିଟର, ପ୍ରସ୍ଥ ୧୨ ମିଟର ଏବଂ ଓଜନ ୫୮୨ ଟନ୍‌।
କୃତ୍ରିମ ସୂର୍ଯ୍ୟ ହେଉଛି ଏକ ନ୍ୟୁକ୍ଲିୟର ଫ୍ୟୁଜନ୍‌ ରିଆକ୍ଟର, ଯାହା ସୂର୍ଯ୍ୟଙ୍କୁ ଶକ୍ତି ଯୋଗାଉଥିବା ସମାନ ପ୍ରକ୍ରିୟାରେ ଶକ୍ତି ଉତ୍ପାଦନ କରିବ। ଏହା ୧୦୦ ନିୟୁତ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ତାପମାତ୍ରାରେ ହାଇଡ୍ରୋଜେନ୍‌ ପରମାଣୁକୁ ମିଶି ଅଙ୍ଗାରକାମ୍ଳ ସୃଷ୍ଟି ନ କରି ପ୍ରଚୁର ଶକ୍ତି ନିର୍ଗତ କରିବ। ଭବିଷ୍ୟତରେ ଏହା ଏକ ଅସୀମ ସ୍ବଚ୍ଛ ଓ ସୁରକ୍ଷିତ ବିଦ୍ୟୁତ୍‌ ଉତ୍ସ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ୨୦୨୭ ସୁଦ୍ଧା ଚାଇନା ଏହାର ନ୍ୟୁକ୍ଲିୟର ଫ୍ୟୁଜନ୍‌ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଥିବାବେଳେ ୨୦୩୦ ସୁଦ୍ଧା ପ୍ରଥମ ଫ୍ୟୁଜନ୍‌ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି। ଚାଇନା ଫ୍ୟୁଜନ୍‌ ଇଞ୍ଜିନିୟରିଂ ଡେମୋନଷ୍ଟ୍ରେଶନ ରିଆକ୍ଟର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି, ଯାହା ବିଶ୍ୱରେ ପ୍ରଥମ ଫ୍ୟୁଜନ୍‌ ଡେମୋନଷ୍ଟ୍ରେଶନ ଶକ୍ତିକେନ୍ଦ୍ର ହୋଇପାରେ। ଏହି ସଫଳତା ସତ୍ତ୍ୱେ ଅନେକ ଚ୍ୟାଲେଞ୍ଜ ରହିଥିବା ଗବେଷକମାନେ ସତର୍କ କରାଇଛନ୍ତି। ସମ୍ପୂର୍ଣ୍ଣ ରିଆକ୍ଟର ନିର୍ମାଣ, ଦୀର୍ଘମିଆଦୀ ପରୀକ୍ଷା ଏବଂ ପ୍ରଯୁକ୍ତି ଯେତିକି ଶକ୍ତି ବିନିଯୋଗ କରିବ, ତାହାଠାରୁ ଅଧିକ ଶକ୍ତି ନିର୍ଭରଯୋଗ୍ୟ ଭାବେ ଉତ୍ପାଦନ କରିବ କି ନାହିଁ, ତାହାର ପରୀକ୍ଷା ବାକି ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?