Categories: ଖେଳ

କୁଜୁରଙ୍କ ଗୋଲରେ ଭାରତ ବିଜୟୀ

ଡବଲିନ(ଆୟର୍ଲାଣ୍ଡ), ୩୦।୫- ଶାର୍ମିଳା ଦେବୀ ଓ ଓଡ଼ିଶାର ମାରିଆନା କୁଜୁରଙ୍କ ଗୋଲ ବଳରେ ଭାରତୀୟ ଜୁନିୟର ମହିଳା ହକି ଦଳ ବୁଧବାର ୨-୦ ଗୋଲରେ ପ୍ରତିପକ୍ଷ କାନାଡ଼ାକୁ ପରାସ୍ତ କରିଛି। ମେ ୩୧ରୁ ଜୁ ୪ ପର୍ଯ୍ୟନ୍ତ ହେବାକୁଥିବା କାଣ୍ଟର ଫିଜ୍‌ଗେରାଲ୍ଡ ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟ ପୂର୍ବରୁ ଭାରତୀୟ ଦଳପାଇଁ ଏହାଥିଲା ଅନ୍ତିମ ଓ୍ବାର୍ମଅପ୍‌ ଗେମ୍‌। ମ୍ୟାଚଟି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତର ଶର୍ମିଳା ଓ ୪ର୍ଥ କ୍ୱାର୍ଟରରେ ପେନାଲ୍ଟି କର୍ନରରୁ ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ଗୋଲ ଦେଇ ମାରିଆନା ଭାରତକୁ ବିଜୟୀ କରାଇଥିଲେ।

Share