କିରାସିନ ବଁଟାରେ ଖେଲଢ଼େପ ଅଭିଯୋଗ

ଲାଠୋର, ୧୪।୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ହିତାଧିକାରୀମାନେ ପିଡିଏସ୍‌ କିରାସିନ ବଁଟାରେ ଖେଲଢ଼େପ ହେଉଥିବାର ଅଭିଯୋଗ କରିଛନ୍‌। ଏନ୍‌ତା କି ଡିଲର ମାସ୍‌ମଏନା କିରାସିନ ନାଇଁ ଦେଉଥିବାର ହିତାଧିକାରୀମାନେ କହିଛନ୍‌।
ସୂଚନା ଅନ୍‌ସାରେ ଦୁଇଟା ଓ୍ବାର୍ଡକେ ନେଇ ଗଠିତ୍‌ ବାଞ୍ଜିପାଲି ଗଁାରେ ୨ଶହରୁ ଅଧ୍‌କା ପଡିକାର୍ଡ ରହିଛେ। ସରକାରୀ ନିୟମ ଅନ୍‌ସାରେ ଝନେ ହିତାଧିକାରୀକେ କାର୍ଡ ପିଛା ମାସିକ ୧.୭୮୬ ଲିଟର ହିସାବେ ୩ ମାସେ ୫.୩୫୮ଲିଟର କିରାସିନ ମିଲବାର କଥା। ହେଲେ ବାଞ୍ଜିପାଲି ଗଁାର ହିତାଧିକାରୀମାନେ ଗଲା ସେପ୍ଟେମ୍ବର ୨୦୧୯ରେ କିରାସିନ ପାଇଥିଲେ। ସେଦିନ୍‌ଠାନୁ ଆଏଜ୍‌କେ ୫ ମାସ ହେଲା କିରାସିନ ନାଇଁ ପାଇଥିବାର ହିତାଧିକାରୀ ଅନିତା କୁମ୍ଭାର, ବିଳାସ ତାଣ୍ଡି, ବେଲମତି କୁମ୍ଭାର, ବୈଦେହୀ କୁମ୍ଭାର, ଅମୁଚ୍ଛା ଛତ୍ରିଆ, ସୁକିଆ ତାଣ୍ଡି, ମଞ୍ଜୁ ତାଣ୍ଡି, ଜମୁନା ତାଣ୍ଡି, ସୁକାନ୍ତି ତାଣ୍ଡି ପରମୁଖ ଅଭିଯୋଗ କରିଛନ୍ତି। ଏନ୍‌ତାଥି ଗଁାର ନିରିହ ପରିବାରମାନେ ମାସ୍‌ମଏନା କିରାସିନ ନାଇଁପାଇ କରି ନାନା ସମସିଆର ସାମନା କରୁଛନ୍‌। ଇ ବାବ୍‌ଦେ ତୁରେକେଲା ବ୍ଲକ ଯୋଗାଣ ନିରୀକ୍ଷକ ଅସିତ କୁମାର ମହାନ୍ତିକୁଁ ପଚ୍‌ରାଲାରୁ ସରକାର ଫିମାସ କିରାସିନ ଯୁଗେଇ ଦେଉଛନ୍‌। ହେଲେ ଟଁକା ପଏସା ଅଭାବୁ କେତେ ଡିଲର ଠିକ୍‌ ସମିଆରେ କିରାସିନ ଉଠେଇ ନାଇଁପାରବାର। ଯେନ୍‌ମାନେ କିରାସିନ ଉଠାବାରେ ଖିଲାପି କରୁଛନ୍‌ ସେମାନକୁ ଆମେ ବିଦା କରି କିରାସିନ ବଁଟା ଦାଇତିଅ ପଁଚେତ୍‌କେ ଦେମୁ ବଲି ସେ କହିଥିଲେ। ହେଲେ ଜିଲା ପରଶାସନ ଆର ଜିଲା ଯୋଗାଣ ବିଭାଗ ଇ ଦିଗେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ବାଞ୍ଜିପାଲି ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri