କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ କରିବାକୁ ପଡ଼ିବନି ସର୍ଜରୀ, ଆପଣାନ୍ତୁ ଏହି ଘରୋଇ ଉପଚାର

ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନୀ। ଆଜିକାଲି କିଡ୍‌ନୀରେ ଷ୍ଟୋନ ବା ପଥର ହେବା ଏକ ସାଧାରଣ ରୋଗ ହୋଇଗଲାଣି। ଏହି ଷ୍ଟୋନ୍‌ ମଟର ମଞ୍ଜି ଆକାରର କିମ୍ବା ବଡ଼ ମଧ୍ୟ ହୋଇଥାଏ। ଅଧିକାଂଶ ଲୋକ ଅପରେସନ କରି କିଡ୍‌ନୀରୁ ଷ୍ଟୋନ୍‌ ବାହାର କରି ଦେଇଥାନ୍ତି। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଅବଲମ୍ବନ କଲେ ଆଉ ସର୍ଜରୀ କରିବାକୁ ପଡ଼ିବ ନାହିଁ। ଜାଣନ୍ତୁ ଏହାର ଲକ୍ଷଣ ଏବଂ ଘରୋଇ ଉପଚାର ସମ୍ପର୍କରେ…
କିଡ୍‌ନୀରେ ଷ୍ଟୋନ୍‌ ହୋଇଥିବା ଲକ୍ଷଣ :
କିଡ୍‌ନୀରେ ଷ୍ଟୋନ୍‌ ବା ପଥର ହେଲେ ଓଜନ କମିଯିବା, ଜ୍ୱର ଲାଗି ରହିବା, ପେଟରେ ଦରଜ ହେବା, ପରିସ୍ରା କରିବାବେଳେ କଷ୍ଟ ଅନୁଭବ କରିବା, ନର୍ଭସନେସ୍‌ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ।

ପ୍ରଚୁର ପାଣି ପିଅନ୍ତୁ : ପାଣି ହେଉଛି ଜୀବନ। ଏହା ହାଇଡ୍ରେସନକୁ ନିୟନ୍ତ୍ରଣ କରିଥାଏ। ପାଣି ହଜମ ପ୍ରକ୍ରିୟାକୁ ତୀବ୍ର କରିଥାଏ। ତେଣୁ ପ୍ରତିଦିନ ୭-୮ ଗ୍ଲାସ ପାଣି ପିଇବା ଜରୁରୀ।

ଲେମ୍ବୁପାଣି : କିଡ୍‌ନୀରୁ ଷ୍ଟୋନ ବାହାର କରିବାରେ ଲେମ୍ବୁରସ ବେଶ୍‌ ଉପଯୋଗୀ। ଲେମ୍ବୁପାଣି ଲୁବ୍ରିକାଣ୍ଟ ପରି କାମ କରିଥାଏ। ତେଣୁ ବିନା କୌଣସି ଜଳାପୋଡ଼ାରେ ଷ୍ଟୋନ ପରିସ୍ରା ଜରିଆରେ ବାହାରି ଯାଇଥାଏ।

ଡାଳିମ୍ବରସ : ଏଥିରେ ପୋଷକତତ୍ତ୍ୱ ଭରପୂର ହୋଇ ରହିଛି। ଏହା ଏକ ସ୍ବାସ୍ଥ୍ୟବର୍ଦ୍ଧକ ଫଳ। ଡାଳିମ୍ବରସ ସବୁଠୁ ଭଲ ପ୍ରାକୃତିକ ଉପାୟ। ଏହାର ରସ ପିଇଲେ କିଡ୍‌ନୀରୁ ଷ୍ଟୋନ୍‌ ପ୍ରାକୃତିକ ଉପାୟରେ ବାହାରି ଯାଇଥାଏ।

କୋଳଥ : କୋଳଥ ଡାଲିକୁ ରାତିରେ ଭିଜାଇ ଏହାର ପାଣି ସକାଳୁ ଛାଣି ପିଇଲେ ଏହା କିଡ୍‌ନୀ ପାଇଁ ପ୍ରାକୃତିକ ଅବ୍ୟର୍ଥ ଭାବେ କାମ କରିଥାଏ।

ଅଙ୍ଗୁରରସ : ଏଥିରେ ପୋଟାସିୟମ, ଲବଣ ଏବଂ ପାଣି ଆବଶ୍ୟକ ପରିମାଣର ରହିଛି। ତେଣୁ ଅଙ୍ଗୁର ରସ ପିଇଲେ କିଡ୍‌ନୀରେ ଷ୍ଟୋନ୍‌ ହେବାର ଆଶଙ୍କା ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri