Categories: ଖେଳ

କିଜ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ସିନସିନାଟି,୧୯।୮(ଏଏଫ୍‌ପି): ଏଠାରେ ଚାଲିଥିବା ଡବ୍ଲ୍ୟୁଟିଏ ସିନସିନାଟି ମାର୍ଷ୍ଟସ ଟୁର୍ନାମେଣ୍ଟରେ ମାଡିସନ କିଜ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ସ୍ବେତଲାନା କୁଜନେସ୍ତୋଭାଙ୍କୁ ୭-୫, ୭-୬ (୭/୫) ସେଟ୍‌ରେ ହରାଇ ଦେଇଛନ୍ତି। ଏଥିସହିତ ୨୦୧୭ ୟୁଏସ୍‌ ଓପନ ଉପବିଜେତା ଚଳିତ ସିଜନରେ ଦ୍ୱିତୀୟ ଟାଇଟଲ ଅର୍ଜନ କରିଛନ୍ତି। ମୋଟ ଉପରେ କ୍ୟାରିୟରର ୫ମ ଟାଇଟଲ। ଏହି ବିଜୟ ଯୋଗୁ ୟୁଏସ୍‌ ଓପନ ଗୋଟିଏ ସପ୍ତାହ ପୂର୍ବରୁ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦କୁ ଫେରିବା ନିଶ୍ଚିତ ହୋଇଛି। ପୂର୍ବତନ ଦ୍ୱିତୀୟ ର଼୍ୟାଙ୍କ ଖେଳାଳି କୁଜନେସ୍ତୋଭା ଆହତ ସମସ୍ୟା କାରଣରୁ ଚଳିତ ସିଜନର ବହୁ ଇଭେଣ୍ଟରେ ଅଂଶଗ୍ରହଣ କରି ନ ଥିଲେ। ତାଙ୍କୁ ଏଠାରେ ଓ୍ବାଇଲ୍ଡକାର୍ଡ ମିଳିଥିଲା। ସେ ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଟପ୍‌ ସିଡ୍‌ ଆଶଲେ ବାର୍ଟି ଓ ୨୦୧୭ ୟୁଏସ୍‌ ଚାମ୍ପିୟନ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ହରାଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ରୁଷିଆନ ଭେଟେରାନ ୧୧୮ତମ ମାନ୍ୟତାରୁ ୩୧ ତମ ର଼୍ୟାଙ୍କ ଅଧିକାର କରିବେ।

Share