‘କିଏ ହେବ ମୋ ହିରୋଇନ୍‌’ରେ ଅସିତ

ଅସିତ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାହାକୁ ମନର ମାନସୀ ଭାବରେ ବାଛିବେ। କଥାଟି ଏମିତି ହୋଇଛି ଯେ, ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। ତେଣୁ ଏଭଳି ସମୟରେ କି ନିଷ୍ପତ୍ତି ନେବେ ସେ ଜାଣିପାରୁନାହାନ୍ତି। ତେବେ ତାଙ୍କର ପ୍ରେମର ମିଶନ କିପରି ଶେଷ ହେଉଛି ଆଉ ଦୁଇ ଜଣ ରୂପସୀଙ୍କ ମଧ୍ୟରୁ କାହାକୁ ସେ ଆପଣେଇ ନେଉଛନ୍ତି ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ହଁ, ଏପରି ଏକ ସସପେନ୍ସ ଥ୍ରୀଲର କାହାଣୀ ରଚନା କରିଛନ୍ତି ବିଜୟଲକ୍ଷ୍ମୀ ପଣ୍ଡା, ଯାହାକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘କିଏ ହେବ ମୋ ହିରୋଇନ୍‌’। ଏକସେଲ ମୁଭିଜ ବ୍ୟାନରରେ ଏହା ହେଉଛି ଅଷ୍ଟମ ଚଳଚ୍ଚିତ୍ର। ଚିତ୍ରଟିର ପ୍ରଯୋଜନା ରବୀନ୍ଦ୍ର ପଣ୍ଡା କରୁଥିବା ବେଳେ ନିର୍ଦ୍ଦେଶନା ଦେବେ ନବାଗତ ପ୍ରଶାନ୍ତ ଲେଙ୍କା। ଡ. ରଜନୀ ରଞ୍ଜନ ସଂଳାପ ରଚନା କରିଛନ୍ତି ଏବଂ ଗୀତଗୁଡ଼ିକୁ ସ୍ବର ଦେଉଛନ୍ତି ଅଗ୍ନିରାଜ କିଶୋର। କୋରିଓଗ୍ରାଫି ଦାୟିତ୍ୱ ତୁଲାଇବେ ଲୁବୁନ-ଟୁବୁନ୍‌। ‘ଭୈରବ’ ଏବଂ ‘ନାୟକର ନଁା ଦେବଦାସ’ ପରେ ଅସିତଙ୍କର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର। ଅନ୍ୟପକ୍ଷରେ ତାଙ୍କ ଅପୋଜିଟ୍‌ରେ ନାୟିକା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୋନମ୍‌। ଚଳଚ୍ଚିତ୍ରର ଅନ୍ୟତମ ଫିମେଲ ଲିଡ୍‌ରେ ଅଛନ୍ତି ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ଏବଂ ‘ଲଭ୍‌ ୟୁ ପ୍ରିୟା’ର ନାୟିକା ମହିମା। ଏମାନଙ୍କ ବ୍ୟତୀତ ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, କେକେ, ବିଦୁସ୍ମିତା, ପୁଷ୍ପା ପଣ୍ଡା, ଦୀପାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ‘ଏହାର କାହାଣୀ ଭିନ୍ନ ଧରଣର। ଏଥିରେ ବିଶେଷ ଭାବରେ କିନ୍ନରମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହନ୍ତି ପ୍ରଯୋଜକ ରବୀନ୍ଦ୍ର।’


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri