କାହିଁକି ଶୌଚାଳୟରେ ହେଲା ବିବାହ

ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ ବିବାହର ମୁହୂର୍ତ୍ତକୁ ଅଭୁଲା କରିବା ଲାଗି ଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ବଡ ବଡ ହୋଟେଲ ତ ପୁଣି କିଏ ରାଜପ୍ରାସାଦ ଭଳି ମଣ୍ଡପ ସଜାଇ ବିବାହ ଉତ୍ସବର ଆୟୋଜନ କରିଥାଆନ୍ତି। ହେଲେ ଆମେରିକା ନ୍ୟୁ ଜର୍ସିର ଏକ ଦମ୍ପତି ଶୌଚାଳୟରେ ବିବାହ କରିବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାର କାରଣ ବି ଥିଲା ଖୁବ୍‌ ନିଆରା। ଆମେରିକା ନ୍ୟୁ ଜର୍ସିର ଏକ ଦମ୍ପତି ବିବାହ ପାଇଁ ହୋଟେଲ୍‌ ବୁକ୍‌ କରିଥିଲେ। ଯଥାରୀତି ବିବାହ କାର୍ଯ୍ୟର ଆୟୋଜନ ମଧ୍ୟ କରାଯାଇଥିଲା। ବରବଧୂଙ୍କ ସହ ଉଭୟ ପକ୍ଷରୁ ଅତିଥିମାନେ ଆସି ସେଠାରେ ଯୋଗ ଦେଇଥିଲେ। ହେଲେ ହଠାତ୍‌ ବରଙ୍କ ମା’ ଶୌଚାଳୟ ଯାଇଥିବା ସମୟରେ ଅସୁସ୍ଥ ହୋଇ ପଡିଥିଲେ। ସେଠାରୁ ତାଙ୍କୁ ବାହାର କରିବା କଷ୍ଟକର ବ୍ୟାପାର ଥିଲା। ତେଣୁ ଶୌଚାଳୟରେ ହିଁ ତାଙ୍କୁ ଅକ୍ସିଜେନ୍‌ ଲଗାଇ ଦିଆଯାଇଥିଲା। ଏପଟେ ବିବାହ ସମୟ ଗଡି ଯାଉଥିଲା। କାରଣ ସେଠାରେ ଥରେ ବିବାହ ବନ୍ଦ ହେଲେ ମ୍ୟାରେଜ୍‌ ଲାଇସେନ୍ସ ପାଇଁ ୪୫ ଦିନ ଅପେକ୍ଷା କରିବାକୁ ପଡିଥାଆନ୍ତା। ଅପରପକ୍ଷରେ ସେଠାରେ ମା’ଙ୍କ ସାମ୍ନାରେ ବର ବିବାହ କରିବାର ରୀତି ରହିଛି। ତେଣୁ ବରବଧୂ ଶୌଚାଳୟରେ ମା’ଙ୍କ ଉପସ୍ଥିତିରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଓକିଲଙ୍କ ଉପସ୍ଥିତିରେ ମ୍ୟାରେଜ ରେଜିଷ୍ଟ୍ରେଶନ କରାଯାଇ ଶୌଚାଳୟରେ ହିଁ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୪ ରାଜ୍ୟର ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୮।୫: ଗୁରୁବାର (୨୮ ମଇ) , ଭାଜପା ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି ବା ପଦେଶ ଅଧ୍ୟକ୍ଷ ପରିବର୍ତ୍ତନ ଘୋଷଣା କରିଛି। ଦିଲ୍ଲୀରେ, ବୀରେନ୍ଦ୍ର ସଚଦେବଙ୍କ ସ୍ଥାନରେ…

CBSE ମୂଲ୍ୟାୟନ ପ୍ରସଙ୍ଗ: ପାଲଟା ଆକ୍ରମଣ କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲ ଗାନ୍ଧୀ ହତାଶ….

ନୂଆଦିଲ୍ଲୀ,୨୮ା୫: CBSEର ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ସାରା ଦେଶରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳ ନେତା…

କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ସିଦ୍ଧରାମାୟା? କହିଲେ ସବୁଠାରୁ ବଡ଼ କାରଣ

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମାୟା ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ସଚିବଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।…

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା, କାନ୍ଦବୋବାଳିରେ ଫାଟି ପଡୁଛି…

ନୂଆଦିଲ୍ଲୀ,୨୮ା୫: କାନାଡା ମାଟିରେ ଜଣେ ଭାରତୀୟ ମହିଳାଙ୍କ ହତ୍ୟା ସହିତ ଜଡିତ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଗୁଜରାଟର ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଛୁରି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

୨୫ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା, ବିଧାୟକ ଅସ୍ଥାୟୀ ମଣ୍ଡପରେ ପହଞ୍ଚି…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର। ଗୁରୁବାର ଯାତ୍ରାର ୨୫ଦିନ ଅବସରରେ…

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri