କାହା ଉପରେ ଶିଶୁଙ୍କ ଦାୟିତ୍ୱ

ଭାଗୀରଥି ବେହେରା
ପ୍ରତ୍ୟେକ ଶିଶୁ ଅଗଢା ପଥର ସଦୃଶ। ସେ ପଥରରେ ସୁନ୍ଦର ମୂର୍ତ୍ତିଟିଏ ଲୁଚିଥାଏ। ଏ ମୂର୍ତ୍ତିକୁ ଶିଳ୍ପୀଟିଏ ଦେଖିପାରେ। ସେହି ଶିଳ୍ପୀମାନେ ହେଲେ- ମାତା, ପିତା, ଶିକ୍ଷକ ଓ ସମାଜ ଯେଉଁମାନେ ତାକୁ ସୁନ୍ଦର ବ୍ୟକ୍ତିତ୍ୱ ପ୍ରଦାନ କରନ୍ତି। ଶିଶୁଙ୍କର ବିକାଶରେ ଯଦି ଶିଳ୍ପୀଗଣ ଟିକିଏ ବି ଅସାବଧାନତା କିମ୍ବା ଅବହେଳା କରନ୍ତି, ତେବେ ମୂର୍ତ୍ତି ଖଣ୍ଡବିଖଣ୍ଡିତ ହେବାର ଭୟ ଥାଏ। ଏ ବିଷୟରେ ଆମକୁ ଭାବିବାକୁ ହେବ, ଆମେ କିଛି ଅତି କରୁନେ ତ! ଏମିତି ତ ନୁହଁ ଯେ ଛୋଟ ଛୋଟ ଭୁଲ୍‌ରେ ଆମେ ଶିଶୁଙ୍କୁ ଅପମାନିତ, ଦଣ୍ଡିତ ଓ ପ୍ରତାରିିତ କରୁଛେ କିମ୍ବା ଆବଶ୍ୟକଠାରୁ ଅଧିକ ସୁରକ୍ଷା ପ୍ରଦାନ କରି ସେମାନଙ୍କ ସ୍ବତନ୍ତ୍ର ବ୍ୟକ୍ତିତ୍ୱ ବିକାଶରେ ବାଧକ ହେଉଛେ? ଆମ ସମାଜରେ ଏମିତି ଅନେକ ଉଦାହରଣ ଅଛି ଯେଉଁଠି ମାତା ପିତା ଓ ଅଭିଭାବକ ଏମିତି ଭୁଲ କରିଛନ୍ତି। ଅତ୍ୟଧିକ ନିର୍ଭରଶୀଳତା ଯୋଗୁ ପିଲାମାନେ ନା ନିର୍ଣ୍ଣୟ ନେଇପାରନ୍ତି, ନା କେଉଁ ସମସ୍ୟାର ସମାଧାନ ନିଜେ ଖୋଜି ପାରନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଛୋଟ ବଡ ସମସ୍ୟାର ସମାଧାନ ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି। ଯେମିତି ସ୍କୁଲ ବ୍ୟାଗ ଉଠେଇବା, ପାଣି ପିଇବା, ଖାଦ୍ୟ ଖାଇବା, ପାର୍କ ଯିବା, ଖେଳିବା ଆଦି ଅତି ସାଧାରଣ କାର୍ଯ୍ୟରେ ଅନ୍ୟ ଉପରେ ନିର୍ଭର କରନ୍ତି। ମାତାପିତା ନିଜ ମନ ଭିତରେ ଏକ କାଳ୍ପନିକ ଦୁର୍ଘଟଣାର ରୂପରେଖ ତିଆରି କରନ୍ତି ଓ ଭାବନ୍ତି ସେମାନଙ୍କ ପିଲା ସାଙ୍ଗରେ ମଧ୍ୟ ଏମିତି ଘଟିପାରେ। ସେଥିପାଇଁ ସେମାନେ ସବୁବେଳେ ପିଲାମାନଙ୍କୁ ନିଜ ପାଖରେ ରଖିବାକୁ ଚାହାନ୍ତି।
ନିଜ ବ୍ୟସ୍ତଜୀବନରେ ଅନେକ ମାତାପିତା, ବ୍ୟବସାୟୀ କି ଚାକିରିଆ ଶିଶୁମାନଙ୍କ ପ୍ରତି ଯତ୍ନବାନ ନୁହନ୍ତି। ବଡ ସ୍କୁଲରେ ପିଲାର ଆଡମିଶନ ହେଇଯିବା ଅର୍ଥ ନୁହଁ ଯେ ସେମାନଙ୍କର ଦାୟିତ୍ୱ ସରିଗଲା। ସେମାନଙ୍କ ପାଖରେ ନିଜ ପିଲାଙ୍କ ମାନସିକ, ବୌଦ୍ଧିକ, ରଚନାତ୍ମକ କ୍ଷମତା ଜାଣିବାକୁ ସମୟ ନ ଥାଏ। ତା’ଠାରୁ ବଡ କଥା ହେଲା ସେମାନେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ। ଅଧିକାଂଶ ମାତାପିତା ନିଜ ଇଚ୍ଛା, ମହତ୍ତ୍ୱାକାଂକ୍ଷା, ସ୍ବପ୍ନ ପିଲାମାନଙ୍କ ଉପରେ ଲଦିଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ପୁଣି ସେମାନଙ୍କର ବିଚାର ଓ ରୁଚିକୁ ମଧ୍ୟ ସମ୍ମାନ କରନ୍ତି ନାହିଁ। ସେମାନଙ୍କ ବାଳସୁଲଭ କାର୍ଯ୍ୟକଳାପ ଉପରେ ଅନେକ କଟକଣା ଲଗେଇଥାଆନ୍ତି। ଏ ପ୍ରକାର ନୀତିନିୟମ ଓ ବ୍ୟବହାର ଶିଶୁଙ୍କ ବିକାଶର ଧାରାକୁ ଅବରୋଧ କରେ।
ଶିଶୁର ବିକାଶରେ ଘରେ ମା’ବାପା, ବିଦ୍ୟାଳୟରେ ଶିକ୍ଷକ, ସମାଜର ବାଳସେବା ସଂସ୍ଥା, ବାଳ ଚଳଚ୍ଚିତ୍ର ଓ ପ୍ରେରଣାପଦ ସାହିତ୍ୟର ଦାୟିତ୍ୱ ଥାଏ। ଶିଶୁଙ୍କର ପ୍ରଥମ ପାଠଶାଳା ହେଲା ଘର ପରିବାର, ଯେଉଁଠି ତା’ର ବ୍ୟକ୍ତିତ୍ୱ ବିକାଶ ଆରମ୍ଭ ହୁଏ। ଏଠି ମାଆର ଭୂମିକା ଅତି ମହତ୍ତ୍ୱପୂର୍ଣ୍ଣ। ଯଦି ମାତାପିତା ନିଜ ପିଲାଙ୍କୁ ନିଃସର୍ତ୍ତ ଭଲ ପାଆନ୍ତି କିମ୍ବା ପ୍ରେମର ଅଭିବ୍ୟକ୍ତି କରନ୍ତି, ତା’ହେଲେ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡେ। ଶିଶୁର ପ୍ରତ୍ୟେକ କାର୍ଯ୍ୟରେ ରୁଚି ଦେଖେଇବା ଅବା ତା’ ଇଚ୍ଛାକୁ ସମ୍ମାନ କରିବା ହିଁ ଭଲ ପାଇବାର ଠିକ୍‌ ଅଭିବ୍ୟକ୍ତି। ଏ ପ୍ରକାର ପିଲାଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ, ସହଯୋଗ, ସଦ୍‌ଭାବନା ଆଦି ସାମାଜିକ ଗୁଣର ବିକାଶ ହୁଏ ଏବଂ ସାମାଜିକ ଦାୟିତ୍ୱବୋଧରେ ନିଜର ମହତ୍ତ୍ୱପୂର୍ଣ୍ଣ ନେତୃତ୍ୱ ଦେଖାଏ। ଶିଶୁର ନୈତିକ ବିକାଶ ପାଇଁ ପାରିବାରିକ ଓ ସାମାଜିକ ପରିବେଶ ଅତି ମହତ୍ତ୍ୱ ରଖେ। କିନ୍ତୁ ଯେତେବେଳେ ସେହି ଶିଶୁ ପାଠଶାଳା ଯାଏ, ସେତେବେଳେ ତା’ ଭିତରେ ଏକ ନୂଆ ଦୁନିଆ ପ୍ରବେଶ କରେ, ଯେଉଁଠି ଭିନ୍ନ ଭିନ୍ନ ପରିବେଶ ଓ ସମାଜରୁ ଅନେକ ପିଲା ପଢିବାକୁ ଆସନ୍ତି। ବିଦ୍ୟାଳୟର ବାତାବରଣ ଶିଶୁର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଆରମ୍ଭ କରେ। ଶିକ୍ଷକ ଓ ସହପାଠୀଙ୍କ ସହ ଯେଉଁ ସାମାଜିକ ସମ୍ବନ୍ଧ ଗଢିଉଠେ, ତାହା ଶିଶୁର ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶରେ ନିର୍ଣ୍ଣାୟକ ମୋଡ ଆସେ। ଯେତେବେଳେ ଆମେ ବିଦ୍ୟାଳୟର ଶିକ୍ଷା ଓ ସଂସ୍କାର କଥା କହୁ ସେତେବେଳେ ପ୍ରଥମ ସଂସ୍କାର ହେଲା କି ପିଲାଙ୍କୁ ସ୍ନେହପ୍ରେମ ମିଳିବା। ପିଲାଙ୍କ ପ୍ରକୃତିଦତ୍ତ ଗୁଣକୁ ମୁଖରିତ କରିବା, ନୈତିକ ଗୁଣକୁ ଚିହ୍ନି ସଜାଡିବା, ସେମାନଙ୍କୁ ସତ୍ୟ, ନ୍ୟାୟ ଧର୍ମ ପଥରେ ନିଷ୍ଠାବାନ ନାଗରିକ କରି ଗଢ଼ିତୋଳିବା ଶିକ୍ଷକଗଣଙ୍କ ମୁଖ୍ୟ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ହେବା ଉଚିତ। ପ୍ରାଚୀନ ଭାରତରେ ଗୁରୁକୁଳ ପରମ୍ପରା ଥିବା ଯୋଗୁ ଶିଷ୍ୟଙ୍କ ସର୍ବାଙ୍ଗୀଣ ଉନ୍ନତି ପାଇଁ ଅନେକ କାର୍ଯ୍ୟ ଶିକ୍ଷା ପଦ୍ଧତିର ମୁଖ୍ୟ ଧାରା ଥିଲା। ସେଥିପାଇଁ ତ ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କ ପରି ଶାସକ, ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କ ପରି ମହାରଥୀ ଓ ବିଶ୍ୱାମିତ୍ର ଶ୍ରୀରାମଙ୍କ ପରି ପ୍ରଜାପାଳକ ଭାରତୀୟ ସମାଜକୁ ଦେଇଥିଲେ। ସାମ୍ପ୍ରତିକ ସମୟରେ କର୍ପୋରେଟ ସେକ୍ଟରରେ ଗୀତାର କର୍ମଯୋଗ ପଢାଯାଇ କର୍ମଚାରୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶ କରାଯାଏ।
ବ୍ୟକ୍ତିତ୍ୱ ବିକାଶରେ ବଂଶାନୁକ୍ରମ ତଥା ପରିବେଶ ଦୁଇଟି ପ୍ରଧାନ ତତ୍ତ୍ୱ। ବଂଶାନୁକ୍ରମ ଶିଶୁକୁ ବ୍ୟକ୍ତି ରୂପେ ଜନ୍ମଜାତ ଶକ୍ତି ପ୍ରଦାନ କରେ ଏବଂ ପରିବେଶ ସେସବୁ ଶକ୍ତିକୁ ଜୀବନରେ ପ୍ରୟୋଗ କରିବା ଶିଖାଏ। ଯେମିତି ପିଲା ବଡ ହୁଏ, ଶିଶୁରୁ କିଶୋର ଓ ଯୁବକ ହୁଏ, ସେ ରହୁଥିବା ସମାଜର ଶୈଳୀକୁ ଆତ୍ମସାତ୍‌ କରି ବଡ ହୁଏ।
ଆଜି ସମାଜରେ ଯେଉଁ ବାତାବରଣ, ସେଥିରେ ଶିଶୁଙ୍କର ନୈତିକତା ହ୍ରାସ ପାଉଛି। ଭୌତିକବାଦର ଏ ସମୟରେ ପିଲାଙ୍କୁ ଧନବାନ୍‌, ଶକ୍ତିମାନ୍‌ ଓ ସମୃଦ୍ଧିଶାଳୀ ହେବାର ସମସ୍ତ କଳା ଶିଖିବାକୁ ପ୍ରେରିତ କରାଯାଏ। ଯାହାଦ୍ୱାରା ତା’ର ଏକ ଷ୍ଟାଟସ୍‌ ତିଆରି ହେଇପାରେ। ମାଆବାପା ସେହି ଦିଗରେ ପିଲାଙ୍କୁ ବଢାନ୍ତି। ପଇସା ହିଁ ସବୁକିଛି, ପଇସା ରୋଜଗାର କର- ଏହା ହିଁ ସକାଳସା ଶିକ୍ଷା ଦିଆଯାଏ। କିନ୍ତୁ ପଇସା କମେଇବା ପାଇଁ କେଉଁ ପ୍ରକାର ପ୍ରଶିକ୍ଷଣ ଆବଶ୍ୟକ ତାହା ବିଚାରକୁ ନିଆଯାଏ ନାହିଁ। ସେଥିପାଇଁ ପଇସା କମେଇବାର ପ୍ରତିଯୋଗିତା ଆରମ୍ଭ ହୁଏ।
ବର୍ତ୍ତମାନ ସମୟରେ ପିଲାମାନଙ୍କୁ ପ୍ରତିସ୍ପର୍ଦ୍ଧା ଓ ଷ୍ଟାଟସ୍‌ର ପରିବେଶରେ ରଖି ଆମେ ନିଜର ସ୍ବପ୍ନ ସାକାର କରିବାକୁ ଚାହୁଁ, ଯାହାଦ୍ୱାରା ଆମେ ଶିଶୁର ହଁରେ ହଁ ମିଶାଉ କିମ୍ବା ଅଯଥା ଉପଦେଶ ଦେଉ। ଶିକ୍ଷଣ ସଂସ୍ଥାନ ମଧ୍ୟ ସମୟ ଅନୁସାରେ ଅଧିକ ଲୋଭନୀୟ କାର୍ଯ୍ୟ ଓ ଚାକିରି ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଓ ଶିକ୍ଷଣ ପଦ୍ଧତି ସ୍ଥିରୀକୃତ କରନ୍ତି। ଏମିତି ସମୟରେ ବିଦ୍ୟାଳୟର ଦାୟିତ୍ୱ ହେଲା ବାଳକ ଓ ବାଳିକାଙ୍କ କ୍ଷମତା ଓ ଶକ୍ତିକୁ ରଚନାତ୍ମକ ଦିଶା ଦେବା, ଯାହାଦ୍ୱାରା ଶିଶୁଗଣ ଭୌତିକ ଓ ଆତ୍ମିକ ବିକାଶରେ ସନ୍ତୁଳନ ରଖିବାର କଳା ଶିଖିପାରିବେ।
ଆଜି ସବୁଠୁ ଆବଶ୍ୟକ ହେଲା ଠିକ୍‌ ପ୍ରେରଣା, ମାର୍ଗଦର୍ଶନ ଓ ପରାମର୍ଶ ସହ ସୁସ୍ଥ ପାରିବାରିକ ଶୈଖିକ ଏବଂ ସାମାଜିକ ବାତାବରଣ। ଏହାର ଦାୟିତ୍ୱ ହେଲା ମାତାପିତା (ପରିବାର), ଶିକ୍ଷକ (ପାଠଶାଳା) ଓ ସମାଜ (ଜନ୍ମସ୍ଥାନ)ର।
ବ୍ରହ୍ମପୁର, ଗଞ୍ଜାମ, ମୋ-୮୨୮୦୨୨୩୬୪୪


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri