‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ରେ ରହିଛି ପ୍ରେମ ତ୍ୟାଗର କଥା

ସତ୍ୟବାଦୀ ପଣ୍ଡା ଜଣେ ଗରିବ ବ୍ରାହ୍ମଣ। ଘରେ ତାଙ୍କର ତିନୋଟି ପିଲା। ଝିଅ ଧାରା ଓ ଦୁଇପୁଅ ଅଜୟ ଓ ବିଜୟ। ବିଜୟ ଦୃଷ୍ଟିହୀନ। ଅଜୟ ପାଠ ପଢ଼ିଛି। ହେଲେ ଚାକିରି ପାଇଁ ଅର୍ଥ ନାହିଁ। ବିଜୟର ଆଖି ଭଲ କରିବା ପାଇଁ ବି ଦରକାର ପ୍ରଚୁର ଟଙ୍କା। ପୋଲିସ ଚାକିରି କରିବାକୁ ହେଲେ ଅଜୟକୁ ଦୁଇଲକ୍ଷ ଟଙ୍କା ଦେବାକୁ ପଡ଼ିବ। ନ ହେଲେ ବରବାଦ ହୋଇଯିବ ଅଜୟର ଜୀବନ। ବାପା ସତ୍ୟବାଦୀ ଉପରକୁ ହାତ ଟେକି ଦିଅନ୍ତି। କୋଉଠୁ ଆଣିବେ ସେ ଏତେଗୁଡ଼ାଏ ଟଙ୍କା? ଧାରା କହେ, ତୁ ବ୍ୟସ୍ତ ହ’ନା। ମୁଁ ତତେ ଟଙ୍କା ଆଣିଦେବି। ଧାରା ଯାଇ ଡକ୍ଟର ବିବେକଙ୍କ ପାଖରେ ପହଞ୍ଚେ। ତା’ର ଦୁଇଲକ୍ଷ ଟଙ୍କା ଦରକାର। ବିବେକ ଘରେ ଟଙ୍କା ଥାଏ। ମାତ୍ର ସୁଖ ନ ଥାଏ। ବିବେକର ମା’ ଅଞ୍ଜନା ଜଣେ ଆଡଭୋକେଟ। ସ୍ତ୍ରୀ ତନୁଜା ପିଲା ଜନ୍ମ କରିବାକୁ ଅସମର୍ଥ। ସେମାନେ ସର୍ତ୍ତ ରଖନ୍ତି: ଦୁଇଲକ୍ଷ ଟଙ୍କା ତାକୁ ଦେବେ। ହେଲେ ଧାରା ବିବେକର ପିଲାକୁ ଜନ୍ମ କରିବ। ବାଧ୍ୟ ହୋଇ ରାଜି ହୋଇଯାଏ ଧାରା। ଦୁଇଲକ୍ଷ ଟଙ୍କା ଦିଏ ଅଜୟକୁ। ବିବେକର ଭ୍ରୂଣକୁ ଗର୍ଭରେ ଧାରଣ କରେ ଧାରା।

ବିବେକ ଘରେ ଧାରା ରହିଥିବା ବେଳେ ସେଠାରେ ହଠାତ୍‌ ଦିନେ ଭେଟ ହୋଇଯାଏ ସୁରଜ ସହିତ। ସୁରଜ ପିତୃମାତୃହୀନ ଅନାଥ। ତାକୁ ଜନ୍ମଦେଇ କୋଣାର୍କ ମନ୍ଦିର ବେଢ଼ାରେ ଛାଡ଼ି ଦେଇଯାଇଛନ୍ତି କେହି ଜଣେ ମହିଳା। ସେ କିନ୍ତୁ ସବୁ ପ୍ରତିକୂଳତାକୁ ସାମ୍ନାକରି ବଡ଼ହୋଇଛି। ଧାରାକୁ ଭଲପାଇ ବସିଛି। ମାତ୍ର ଧାରାର ସୁରଜ ପ୍ରତି ସେ ପ୍ରକାର ମନୋଭାବ ନାହିଁ। ସେ ଯେଉଁ ଧାରାକୁ ଭଲପାଉଛି ସେହି ଧାରା ଆଉ ଜଣେ ବ୍ୟକ୍ତିର ରକ୍ତକୁ ଗର୍ଭରେ ଧାରଣ କରି ମା’ ହେବାକୁ ଯାଉଛି – ଏକଥା ଜାଣି ପାଗଳ ହୋଇଯାଏ ସୁରଜ। ତେବେ ଧାରା ତାକୁ କହେ, ଯଦି ତୁମେ ମୋତେ ସତରେ ଭଲପାଉଛ ତା’ହେଲେ ଏଠୁ ସବୁଦିନ ଲାଗି ଚାଲିଯାଅ। ସୁରଜ ହୃଦୟରେ ଭଲପାଉଥିଲା ଧାରାକୁ। ସେ ଚାଲିଯାଏ। ମାତ୍ର ଯିବା ପୂର୍ବରୁ କହିଯାଏ ଯଦି ତା’ ଭଲପାଇବା ସତ ତା’ହେଲେ ତା’ପାଖକୁ ଦିନେ ନା ଦିନେ ଧାରାକୁ ଆସିବା ପାଇଁ ପଡ଼ିବ। ଦିନେ ନା ଦିନେ ସେମାନଙ୍କର ଭେଟ ହେବ। ଅପରପକ୍ଷରେ, ଯେଉଁ ଭାଇ ପାଇଁ ଧାରା କୁଅଁାରୀ ଥାଇ ବି ଗୋଟେ ପିଲାକୁ ଗର୍ଭରେ ଧାରଣ କଲା ସେଇ ଭାଇ ତାକୁ ଭୁଲ୍‌ ବୁଝେ। ଅପବାଦ ଦିଏ।

ଏହା ପରେ କ’ଣ ହୁଏ ଧାରାର ଅବସ୍ଥା? ଧାରାକୁ କ’ଣ ସମାଜରେ ସ୍ଥାନ ମିଳେ? ତା’ ତ୍ୟାଗକୁ କ’ଣ ତା’ର ବାପାଭାଇ ବୁଝିପାରନ୍ତି? ପୁଣି ସୁରଜ କହିଥିବା କଥା କ’ଣ ସତହୁଏ? ସୁରଜ ତା’ ପ୍ରେମକୁ ପାଏ? ଏମିତି ଅନେକ ପ୍ରଶ୍ନର ଉତ୍ତର ରହିଛି ନାଟକ ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’। ବଙ୍କିମ ସ୍ବାଇଁଙ୍କ ପରିଚାଳିତ ‘ଅପେରା ସୂର୍ଯ୍ୟମନ୍ଦିର’ ପ୍ରଯୋଜିତ ଏହି ନାଟକଟିକୁ ରଚନା କରିଛନ୍ତି ଲିଲି ଦାଶ। ନାଟକଟିର ଅନ୍ତଃସ୍ବର ମୁଖ୍ୟତଃ ପ୍ରେମ ହୋଇଥିବା ବେଳେ ନାଟକଟିର ପୃଷ୍ଠଭୂମି ଭାବରେ ନିଆଯାଇଛି କୋଣାର୍କ ମନ୍ଦିରକୁ। କୋଣାର୍କ କେବଳ ଗୋଟେ ପଥରର ସ୍ଥାପତ୍ୟ ନୁହେଁ। ଏହା ଅନେକ ଅକୁହା କଥାର ଗନ୍ତାଘର। ସେମିତି ଏକ ଅକୁହା କଥା ହେଉଛି ଲିଲି ଦାଶଙ୍କ ରଚିତ ନାଟକ ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’। ଏହାର ନାୟକ ଓ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ବିନୋଦ ଓ ବେବିନା।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri