ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ କରିବା ପାଇଁ ସକାଳୁ ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରରେ ପହଞ୍ଚିଛନ୍ତି । ଦେବୀଙ୍କ ପୀଠରେ ସକାଳୁ ଭକ୍ତଙ୍କ ସମାଗମ ହୋଇଛି। ମଧ୍ୟାହ୍ନ ୧ଟା ୧୫ ମଧ୍ୟେ ମହାସପ୍ତମୀ ବିହିତ ପୂଜାର୍ଚ୍ଚନା ଏବଂ ପରେ ମହାଅଷ୍ଟମୀ ବିହିତ ପୂଜାର୍ଚ୍ଚନା ତଥା ଦେବୀଙ୍କୁ ଅଷ୍ଟପିଷ୍ଟକ ଅର୍ପଣ କାର୍ଯ୍ୟକ୍ରମ ରହିଛି। ଭକ୍ତଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।

