କାଳବୈଶାଖୀ: ଖେତରେ ଲୋଟିଲା ପାଚିଲା ଧାନ

ଜୁନାଗଡ଼,୧୬।୫(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ଏଥି ଯୋଗୁ ଖେତରେ ଅମଳ ଅବସ୍ଥାରେ ପାଚିଲା ଧାନଗଛ ଶୋଇ ପଡବା ସହ କେଣ୍ଡା ଛିଡି ପଡିଛି। ବର୍ଷାପାଣି କିଆରିରେ ଭରି ହୋଇ ରହିଥିବାରୁ ଧାନ କେଣ୍ଡାଗୁଡିକ ଭିଜି ଗଜା ହେବା ଆଶଙ୍କା କରାଯାଉଛି। ଏଥି ସହିତ ଝଡ଼ବର୍ଷା ଯୋଗୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଛି। କେତେକ ସ୍ଥାନରେ ଗଛପଡି ତାର ଛିଣ୍ଡି ଯିବାରେ ବିଦ୍ୟୁତ୍‌ ସରବରାହ କିଛି ଘଣ୍ଟା ବନ୍ଦ ରହିଥିଲା।