Categories: ଖେଳ

କାଲାଘାନ କପ୍‌ରେ ଭାଗନେବ ଭୁବନେଶ୍ୱର

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)-
ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ସର୍ବଭାରତୀୟ ଜାତୀୟ ଡିଭିଜନ-୨ କାଲାଘାନ କପ୍‌ ରଗ୍‌ବୀ ଚାମ୍ପିୟନଶିପ୍‌(ମହିଳା, ପୁରୁଷ) ସେପ୍ଟେମ୍ବର ୩ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଣ୍ଡିଗଡ଼ ରଗ୍‌ବୀ ଫୁଟବଲ ଆସୋସିଏଶନ(ସିଆରଏଫଏ) ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିରେ ଭୁବନେଶ୍ୱର ପୁରୁଷ ରଗ୍‌ବୀ ଦଳ ଭାଗନେବ। ମନୋନୀତ ଦଳ ଶନିବାର ଚଣ୍ଡିଗଡ଼ ଯାତ୍ରା କରିବ।
ଭୁବନେଶ୍ୱର ଦଳ: କୁମାର ରାକେଶ ମିଶ୍ର, ମନୋରଞ୍ଜନ ବାରିକ, ଦିବ୍ୟରଞ୍ଜନ ଦଳାଇ, କାର୍ତ୍ତିକ କୁମାର ସିଂ, ଅଜୟ କୁମର ପ୍ରଧାନ, ଶ୍ରୀରାମ ସୋରେନ, ଅଭିଷେକ ବେହେରା, ଲୋକନାଥ ମାଝି, ଶଶାଙ୍କ ଶେଖର ତ୍ରିପାଠୀ, ବିଶ୍ୱଜିତ ବିଶ୍ୱାଳ, ରନତ୍ାକର ହେମ୍ବ୍ରମ, ବିକ୍ରାନ୍ତ କୁମାର ରାଉତ, ବିଭୂତି ଭୂଷଣ ସେଠୀ, ବଳରାମ ନାୟକ, ଚନ୍ଦନ ସିଂ, ବିନୟ ବଚନ ହେମ୍ବ୍ରମ, ବଳରାମ ସାହୁ, ରତିକାନ୍ତ ସାହୁ, ଗୋପାଳ ମୁର୍ମୁ, ମନୋରଞ୍ଜନ ମଲିକ, ଧମ୍ରେନ୍ଦ୍ର କୁମାର ଦାସ। ମୁଖ୍ୟ କୋଚ୍‌ ମାନସ କୁମାର ଜେନା, ସହକାରୀ କୋଚ୍‌ ଧିରେନ କୁମାର ରାଉତ, ମ୍ୟାନେଜର ରାକେଶ କୁମାର ଶ୍ରୀଚନ୍ଦନ।

Share