କାର୍‌ ପାର୍ଟସକୁ ନେଇ ଭେଣ୍ଟିଲେଟର ତିଆରି କଲେ ଆଫଗାନିସ୍ତାନର ଯୁବତୀ

କାବୁଲ,୨୧।୫: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଏବେ ଅନେକ ଦେଶରେ ଏହାର ଚିକିତ୍ସା ପାଇଁ ଭେଣ୍ଟିଲେଟରର ଅଭାବ ପରିଲକ୍ଷିତ ହେଉଛି। ଏହିକ୍ରମରେ ଏବେ ଆଫଗାନ୍ତିସ୍ତାନର କେତେଜଣ ଯୁବତୀ/ମହିଳା କାର୍‌ ପାର୍ଟସକୁ ନେଇ ଭେଣ୍ଟିଲେଟର ତିଆରି କରିଥିବା ଜଣାପଡିଛି। ଏମାନେ ସମସ୍ତେ ରୋବୋଟିକ୍ସର ଛାତ୍ରୀ ଓ ଭେଣ୍ଟିଲେଟର ତିଆରି କରୁଥିବା ଏକ ଟିମ୍‌ରେ ସାମିଲ ଅଛନ୍ତି ବୋଲି ଜଣାପଡିଛି। ବିବିସିର ଏକ ରିପୋର୍ଟରୁ ଜଣାପଡିଛି କି ୨୦୧୭ରେ ମଧ୍ୟ ଏମାନେ ଆସିଥିଲେ ଚର୍ଚ୍ଚାକୁ। ଆମେରିକାର ଏକ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ଏମାନେ ପୁରସ୍କାର ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସେମାନେ ଯେଉଁ ଭେଣ୍ଟିଲେଟର ତିଆରି କରିଛନ୍ତି ତାହା ମେ’ ମାସ ଶେଷ ବେଳକୁ ମାର୍କେଟକୁ ଆସିଯିବ ଓ ଅନ୍ୟ ଭେଣ୍ଟିଲେଟର ତୁଳନାରେ ଏହାର ଦାମ୍‌ ମଧ୍ୟ କମ୍‌ ରହିବ ବୋଲି ଜଣାପଡିଛି। ତେବେ ଆଫଗାନିସ୍ତାନର ଜନସଂଖ୍ୟା ପାଖାପାଖି ୩ କୋଟି ୮୯ ଲକ୍ଷ ହୋଇଥିବା ବେଳେ ସେଠାରେ ମାତ୍ର ୪ ସହ ଭେଣ୍ଟିଲେଟର ଥିବା ସରକାରୀ ଭାବେ କୁହାଯାଏ। ଏବେ ଏହି ଯୁବତୀମାନେ ତିଆରି କରିଥିବା ଭେଣ୍ଟିଲେଟର ଆଫଗାନିସ୍ତାନରେ କରୋନା ଭାଇରସ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଆଫଗାନିସ୍ତାନ

କାବୁଲ,୧୯।୩: ଆଫଗାନିସ୍ତାନରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ତାଲିବାନ ମୁହଁତୋଡ ଜବାବ ଦେଇଛି। ତାଲିବାନ ସୈନ୍ୟମାନେ ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟକୁ ଧ୍ୱଂସ କରିଛନ୍ତି।...

ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ପାକିସ୍ତାନ

ଇସ୍‌ଲାମାବାଦ/କାବୁଲ,୧୮।୩: ପାକିସ୍ତାନ ସୋମବାର ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କରିବାରୁ ୩ ପିଲାଙ୍କ ସମେତ ୮ଜଣଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ବିଭିନ୍ନ ସହରଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ...

ଏକତରଫା ବିଜୟ ହାସଲ କଲେ ଭ୍ଲାଡିମିର ପୁଟିନ: ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି

ମସ୍କୋ,୧୮।୩: ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ...

ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ଭ୍ଲାଡିମିର ପୁଟିନ

ମସ୍କୋ,୧୮।୩: ରୁଷିଆ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି...

ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ

ଲଣ୍ଡନ,୧୮।୩(ପି.ଟି.): ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି...

ପାର୍ଟନରଙ୍କୁ ବାହାହେଲେ ବହିର୍ବ୍ୟାପାର ମନ୍ତ୍ରୀ

କାନ୍‌ବେରା,୧୮ା୩: ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନ୍ନି ଓ୍ବଙ୍ଗ୍‌ ନିଜ ଦୀର୍ଘଦିନର ମହିଳା ପାର୍ଟନର ସୋଫିଏ ଆଲ୍ଲୋଉଆଚେଙ୍କୁ ବିବାହ କରିଛନ୍ତି। ନିଜ ସମଲିଙ୍ଗୀ ବିବାହ ସମ୍ପର୍କରେ ଓ୍ବଙ୍ଗ୍‌...

ସାଧାରଣ ନିର୍ବାଚନ ପୂର୍ବରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଉଠିଲା ଦାବି

ଲଣ୍ଡନ,୧୭।୩: ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି...

ଇଭିଏମ ଥିଲେ ନିର୍ବାଚନରେ ହୋଇ ନ ଥାଆନ୍ତା କୌଣସି ଅସୁବିଧା: ଇମ୍ରାନ

ଇସଲାମାବାଦ,୧୭।୩: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ବହୁ ଦିନ ହେଲାଣି। ତେବେ ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri