Categories: ଖେଳ

କାର୍ଲୋଭିକ୍‌ ବୟୋଜ୍ୟେଷ୍ଠ ଖେଳାଳି

ପ୍ୟାରିସ,୨୯ା୫- କ୍ରୋଏସିଆର ଇଭୋ କାର୍ଲୋଭିକ୍‌ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ବିଜୟ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସେ ସ୍ପେନର ଫେଲିସିଆନୋ ଲୋପେଜଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ୪୬ ବର୍ଷୀୟ ଖେଳାଳି ୭-୬(୪), ୭-୫, ୬-୭(୭), ୭-୫ ସେଟ୍‌ରେ ଭେଟେରାନ ଲୋପେଜଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥିସହ ମ୍ୟାଚ୍‌ର ଉଭୟ ଖେଳାଳିଙ୍କ ବୟସ ମିଳିତ ଭାବେ ୭୭ ବର୍ଷ, ଏହା ମଧ୍ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଏକ ରେକର୍ଡ। କାର୍ଲୋଭିକ୍‌ଙ୍କ ପୂର୍ବରୁ କେନ ରୋଜଓ୍ବେଲଙ୍କ ନାମରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମ୍ୟାଚ୍‌ ଜିତିବାର ରେକର୍ଡ ଥିଲା। ସେ ୪୪ ବର୍ଷ ବୟସରେ ୧୯୭୮ ଅଷ୍ଟ୍ରେଲିଆନ ଓପନରେ ଏହି ରେକର୍ଡ ନିଜ ନାମରେ କରିଥିଲେ।

Share