କାର୍ଯ୍ୟରେ ଯୋଗଦେଲେ ନିର୍ବାହୀ ଅଧିକାରୀ

କେସିଙ୍ଗା,୮ା୯(ତୁମେଶ୍ୱର ସାହୁ): କଳାହାଣ୍ଡି କେସିଙ୍ଗା ବ୍ଲକର ବିଡିଓଙ୍କ କାର୍ଯ୍ୟାଳୟଠାରେ କେସିଙ୍ଗା ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ଶୁକ୍ରବାର ଯୋଗଦେଇ ନିଜସ୍ବ ପଞ୍ଚାୟତ କାର୍ଯ୍ୟାଳୟ ଯୋଗ ଦେଇଛନ୍ତି। କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି। ନିର୍ବାହୀ ଅଧିକାରୀଙ୍କ ଦୁଇଟି ଦାବି ହେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ ଓ +୩ କରିବା ସହିତ ଦରମା ହାର ୫ ଲେବୁଲରୁ ୯ ଲେବୁଲକୁ ଧାର୍ଯ୍ୟ କରାଯାଉ l ଦ୍ୱିତୀୟରେ ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ କରାଯାଉ। ତତ୍‌ସହିତ ପଞ୍ଚାୟତ ଡେଭଲପ୍‌ମେଣ୍ଟ ଅଫିସର ପଦବୀରେ ଶତପ୍ରତିଶତ ପଦୋନ୍ନତି କରାଯାଉ ଓ ଶେଷରେ ଓପି ଆରଏସ୍‌ କ୍ୟାଡର ରୁଲ୍‌ରେ ଅନ୍ତର୍ଭୁକ୍ତ କରାଯାଉ। ଏହି ଯୋଗଦାନରେ କେସିଙ୍ଗା ବ୍ଲକର ସଭାପତି ସମ୍ପାଦକ ଲମ୍ଭୁ ଶିଖାଙ୍କ ସମେତ ସମସ୍ତ ପ୍ରମୁଖ ସାମିଲ ହୋଇଥିଲେ। ଯଦିଓ ଏକ ମାସରେ ଦାବି ପୂରଣ ନ ହୁଏ ପୁନଃରାବୃତ୍ତି ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି।