କାର୍ତ୍ତିକଙ୍କୁ ଉଇକେଟକିପିଂ ଦାୟିତ୍ୱ ଦେଇ ଫିଲ୍ଡିଂ କଲେ ଧୋନୀ

ଲଣ୍ଡନ,୨୬।୫- ବର୍ତ୍ତମାନ କ୍ରିକେଟର ଶ୍ରେଷ୍ଠ ତଥା ଦ୍ରୁତତମ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ କେଳାଯାଇଥିବା ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଧାନୀଙ୍କୁ ଉଇକେଟ କିପିଂ କରିବା ପରିବର୍ତ୍ତେ ଫିଲ୍ଡିଂ କରୁଥିବାର ନଜର ଆସିଥିଲେ। ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ସହ ଧୋନୀ ଫିଲ୍ଡକୁ ଓହ୍ଲାଇ ନ ଥିଲେ। ଏଣୁ କାର୍ତ୍ତିକ ଉଇକେଟକିପିଂ ଦାୟିତ୍ୱ ନେଇଥିଲେ। କିଛି ସମୟ ପରେ ଧୋନୀ ଫିଲ୍ଡ ମଧ୍ୟକୁ ପ୍ରବେଶ କରି ଡିପ ଫାଇନ ଲେଗ ଅଞ୍ଚଳରେ ଫିଲ୍ଡିଂ କରିଥିଲେ। ସେହି ଅଞ୍ଚଳରେ ଫିଲ୍ଡିଂ କରି କେତେକ ରନ୍‌ ମଧ୍ୟ ରୋକିଥିଲେ। ଅନ୍ୟପକ୍ଷରେ କାର୍ତ୍ତିକ ଉଇକେଟକିପର ଭାବେ ଭଲ ପ୍ରଦର୍ଶନ କରି ନ ଥିଲେ। ସେ ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ବଲରେ ଏକ କ୍ୟାଚ୍‌ ହାତଛଡ଼ା କରିଥିଲେ। ମ୍ୟାଚ୍‌ରେ ଭାରତ ପକ୍ଷରୁ ଧାର୍ଯ୍ୟ ୧୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪ ଉଇକେଟ ହରାଇ ହାସଲ କରି ନେଇଥିଲା। ମ୍ୟାଚ୍‌ ପରେ କୋହଲି ଯୋଜନାକୁ ଠିକ୍‌ ସେ କାର୍ଯ୍ୟକାରୀ କରିପାରି ନ ଥିବା କହିଥିଲେ।

Share