ଏମ୍‌ସିଆଇ ସ୍ଥାନରେ ଜାତୀୟ ମେଡିକାଲ କମିଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କେନ୍ଦ୍ର କ୍ୟାବିନେଟ୍‌ରେ ଜାତୀୟ ମେଡିକାଲ କମିଶନ ବିଲ୍‌ ୨୦୧୯କୁ ବୁଧବାର ଅନୁମୋଦନ ମିଳିଛି। ଏଣିକି ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ (ଏମସିଆଇ) ସ୍ଥାନରେ ଜାତୀୟ ମେଡିକାଲ କମିଶନ କାର୍ଯ୍ୟ କରିବ। ସେହିଭଳି ଏହି ବିଲ୍‌ ବର୍ତ୍ତମାନ ପ୍ରଚଳିତ ଇଣ୍ଡିଆନ୍‌ ମେଡିକାଲ କାଉନ୍‌ସିଲ ଆଇନ ୧୯୫୬ର ସ୍ଥାନ ନେବ। ସେହିଭଳି ଡାକ୍ତରୀ ସ୍ନାତକ (ଏମ୍‌ବିବିଏସ୍‌) ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଜାତୀୟ ପ୍ରସ୍ଥାନ ପରୀକ୍ଷା (ନେକ୍ସଟ) ଭାବେ ପରିଚିତ ହେବ। ଏହା ସ୍ନାତକୋତର ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ତଥା ବିଦେଶୀ ଡାକ୍ତରୀ ସ୍ନାତକଙ୍କ ପାଇଁ ସ୍କ୍ରିନିଂ ଟେଷ୍ଟ ଭାବେ ବିବେଚିତ ହେବ। ଘରୋଇ ମେଡିକାଲ କଲେଜ ଓ ଏକକ ବିଶ୍ୱବିଦ୍ୟାଳୟର ୫୦% ସିଟ୍‌ରେ ଫି’ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଏହି କମିଶନ ନିୟନ୍ତ୍ରଣ କରିବେ। ଦେଶରେ ଗୋଟିଏ ସାଧାରଣ ମାନକ ଲାଗି ନିଟ୍‌, କମନ କାଉନ୍‌ସେଲିଂ ଏବଂ ନେକ୍ସଟ ଆଦି ଜାତୀୟ ପ୍ରବେଶିକା ପରୀକ୍ଷା ଏମ୍ସ ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା ସଂସ୍ଥାନରେ ଉପଯୋଗୀ ହେବ।
ଜାତୀୟ ମେଡିକାଲ କମିଶନରେ ୪ଟି ସ୍ବାୟତ୍ତ ପରିଷଦ ରହିବ। ସେଗୁଡ଼ିକ ହେଲା ସ୍ନାତକ ଡାକ୍ତରୀ ଶିକ୍ଷା ବୋର୍ଡ, ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ବୋର୍ଡ, ମେଡିକାଲ ଆସେସ୍‌ମେଣ୍ଟ ଓ ରେଟିଂ ବୋର୍ଡ ଏବଂ ନୀତି ଓ ମେଡିକାଲ ପଞ୍ଜୀକରଣ ବୋର୍ଡ। ମେଡିକାଲ ଆସେସ୍‌ମେଣ୍ଟ ଓ ରେଟିଂ ବୋର୍ଡ (ଏମ୍‌ଏଆର୍‌ବି) ମେଡିକାଲ କଲେଜଗୁଡ଼ିକର ଅନୁଧ୍ୟାନ କରିବ। ମେଡିକାଲ କଲେଜଗୁଡ଼ିକୁ ର଼୍ୟାଙ୍କ ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା କରାଯିବ। ଫଳରେ ଡାକ୍ତରୀ ଛାତ୍ରୀଛାତ୍ରମାନେ ନାମଲେଖା ନିମନ୍ତେ ଉପଯୁକ୍ତ ମେଡିକାଲ କଲେଜ ଚୟନ କରିପାରିବେ। ଏସବୁ ପଦକ୍ଷେପ ଦ୍ୱାରା ନାମଲେଖା ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ ଏବଂ ନାମଲେଖା ଫି’ ହ୍ରାସ ପାଇବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri