Categories: ଖେଳ

କାନାଡାରେ ଖେଳିବେ ପ୍ରତିଭାଶାଳୀ ଭାରତୀୟ ମହିଳା ଫୁଟ୍‌ବଲର

ନୂଆଦିଲ୍ଲୀ,୧୦।୮- ଚଳିତବର୍ଷର ସାଫ ମହିଳା ଫୁଟ୍‌ବଲ ଚାମ୍ପିୟନଶିପ୍‌ରେ ଗୋଲ ପୋଷ୍ଟଠାରୁ ୪୦ ଫିଟ୍‌ ଦୂରରୁ ଫ୍ରି କିକ୍‌ ଜରିଆରେ ସ୍କୋର କରି ଡାଲିମା ଚିବର ସୋସିଆଲ ମିଡିଆରେ ସେନସେଶନ ପାଲଟିଥିଲେ। ଡେଭିଡ ବେକହାମଙ୍କ ସହ ତାଙ୍କୁ ତୁଳନା କରାଯାଉଥିଲା। ସେ ଫୁଟ୍‌ବଲରେ କ୍ୟାରିୟର କରିବା ପାଇଁ କାନାଡା ଯିବାକୁ ସ୍ଥିର କରିଛନ୍ତି। ସେଠାରେ ସେ କ୍ରୀଡ଼ା ମନୋବିଜ୍ଞାନରେ ମାଷ୍ଟର୍ସ କରିବେ ଓ କାନାଡିଆନ କ୍ଲବ ଲାଗି ଖେଳିବେ। ଏହି ନିଷ୍ପତ୍ତି ତାଙ୍କ ଫୁଟ୍‌ବଲ ଦକ୍ଷତାକୁ ବୃଦ୍ଧି କରିବା ସହ ଆର୍ଥିକ ସ୍ଥିତି ସୁଧୁରିବ। ବିଶ୍ୱରେ ମହିଳା ଫୁଟ୍‌ବଲକୁ ଏବେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଭାରତରେ ଲକ୍ଷ୍ୟ ପୂରଣ କରିବା ଲାଗି ସୁଯୋଗ ନାହିଁ। ମୋତେ ଏପର୍ଯ୍ୟନ୍ତ କେହି ସ୍ପନସର ମିଳି ନାହାନ୍ତି। ଆଶାନୁଯାୟୀ ଲୋକଙ୍କ ସମର୍ଥନ ମଧ୍ୟ ମିଳିନାହିଁ। ମୁଁ ନିଜକୁ ଭବିଷ୍ୟତରେ ଏକ ଫୁଟବଲର ଭଳି ଦେଖୁଛି। ହେଲେ ଫୁଟବଲ ମୋତେ ଆର୍ଥିକ ଭାବେ ଦୃଢ଼ କରିିପାରିବ ନାହିଁ। ଏଥିପାଇଁ ମୁଁ କାନାଡାରେ ଖେଳିବା ଲାଗି ଚୟନ କରିଛି। ନ ହେଲେ ମୁଁ ୟୁରୋପ କ୍ଲବ ଲାଗି ଖେଳିଥାନ୍ତି ବୋଲି ୨୧ ବର୍ଷୀୟା ଖେଳାଳି କହିଛନ୍ତି। ଏହାର ଅର୍ଥ ନୁହେଁ ସେ ଆଉ ଭାରତୀୟ ମହିଳା ଦଳ ପକ୍ଷରୁ ଖେଳିବେ ନାହିଁ। ନୀଳ ରଙ୍ଗ ଜର୍ସି ପିନ୍ଧିବା ଲାଗି ସେ ଫେରିବା ନେଇ ଯୋଜନା କରିଛନ୍ତି।

Share