କାଟୁ କରୁନି ସରକାରୀ କଟକଣା ପଲିଥିନ୍‌ ବିଷବଳୟରେ ପଦ୍ମପୁର ସହର

ପଦ୍ମପୁର, ୨୮।୫ (ଡି.ଏନ୍‌.ଏ.)ପଲିଥିନ୍‌ର ବିଷବଳୟ ମଧ୍ୟରେ ପଦ୍ମପୁର ସହର। କାଟୁ କରୁନି ସରକାରଙ୍କ କଟକଣା। ପ୍ରଦୁଷିତ ହେଉଛି ପରିବେଶ। ଛୋଟ ଚା’ ଦୋକାନଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟିକ ଅନୁଷ୍ଠାନ, ସବୁଠି ପଲିଥିନ୍‌ର ବ୍ୟବହାର। ଚା’, ଲସି ଓ ଜଳଖିଆ ଦୋକାନରେ ପଲିଥିନ୍‌ ଓ ପ୍ଲାଷ୍ଟିକ କପ୍‌ର ବ୍ୟବହାର ହେଉଛି। ରାସ୍ତାଘାଟରେ ପଡିଥିବା ପଲିଥିନ୍‌ ଖାଇ ଗୋରୁଗାଈମାନେ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଉଛି। ପଲିଥିନ୍‌ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ସରକାର, କିନ୍ତୁ ବ୍ୟବସାୟୀମାନେ ଏହାକୁ ଖାତିର କରୁ ନାହାନ୍ତି। ଫଳରେ ପଦ୍ମପୁର ବଜାର ସାହିଗଳି କନ୍ଦିରେ ସବୁଠି କୁଢକୁଢ ଅଳିଆ ଓ ପଲିଥିନ୍‌। ପଲିଥିନ୍‌ଗୁଡିକ ଡ୍ରେନ୍‌ ଭିତରେ ପଶିବାରୁ
ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ ପାଣି ରାସ୍ତାରେ ଯାତାୟାତ କରୁଛି। ୫୦ ମାଇକ୍ରୋନ୍‌ରୁ ଅଧିକ ପଲିଥିନ୍‌ ବ୍ୟବହାର ହୋଇପାରିବ ବୋଲି ଦେଶର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଅଞ୍ଚଳରେ ତାହା କାମ ହେଉନାହିଁ। ୨୦୧୫-୧୬ରେ ପଦ୍ମପୁର ଅଞ୍ଚଳରେ ତତ୍‌କାଳୀନ ତହସିଲଦାର ଟି. ପଦ୍ମନାଭ ଦୋରା, ସ୍ବର୍ଗତ ଖବରଦାତା ପ୍ରଦୀପ କୁମାର କର ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ପଲିଥିନ୍‌ ବ୍ୟବହାରକୁ ନେଇ ଲୋକଙ୍କୁ ସଚେତନ କରୁଥିଲେ। ଏଥିସହ ତହସିଲଦାର ନିଜେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହି ବ୍ୟବସାୟିକ ଅନୁଷ୍ଠାନଗୁଡିକରେ ଚଢ଼ାଉ କରି ପଦ୍ମପୁର ଅଞ୍ଚଳରେ ପଲିଥିନ୍‌ ବ୍ୟବହର ଉପରେ କଟକଣା ଲାଗୁ କରିଥିଲେ। ଫଳରେ ବ୍ୟବସାୟୀମାନେ ପେପର ଠୋଲା ବ୍ୟବହାର କରୁଥିଲେ। ପ୍ରଶାସନ ମଧ୍ୟ ଏବେ ଲୋକଙ୍କୁ ସଚେତନ କରିବାକୁ କୌଣସି ପଦକ୍ଷେପ ନେଉନି। ବର୍ଷାଦିନେ ଇନ୍ଦୁପୁର ସାଗର ଜଳ ଓ ସହରର ବର୍ଷା ଜଳ ପୁରାତନ ସୁନାରିଘାଇ ଦେଇ ପ୍ରବାହିତ ହେଉଥିଲା। ଏହି ଘାଇ ଏବେ ପ୍ଲାଷ୍ଟିକ୍‌, ପଲିଥିନ୍‌ ଓ ଆବର୍ଜନାରେ ପୋତି ହେବାକୁ ବସିଲାଣି। ବର୍ଷାଦିନେ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା ହେବ ବୋଲି ଆଲୋଚନା ହେଉଛି। ପ୍ରଶାସନ ଏ ସବୁ ପ୍ରତି ଦୃଷ୍ଟି ଦେଇ ପଦ୍ମପୁର ଅଞ୍ଚଳକୁ ପଲିଥିନ୍‌ ବିଷବଳୟରୁ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri