କାଟୁ କରୁନି ସରକାରୀ କଟକଣା ପଲିଥିନ୍‌ ବିଷବଳୟରେ ପଦ୍ମପୁର ସହର

ପଦ୍ମପୁର, ୨୮।୫ (ଡି.ଏନ୍‌.ଏ.)ପଲିଥିନ୍‌ର ବିଷବଳୟ ମଧ୍ୟରେ ପଦ୍ମପୁର ସହର। କାଟୁ କରୁନି ସରକାରଙ୍କ କଟକଣା। ପ୍ରଦୁଷିତ ହେଉଛି ପରିବେଶ। ଛୋଟ ଚା’ ଦୋକାନଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟିକ ଅନୁଷ୍ଠାନ, ସବୁଠି ପଲିଥିନ୍‌ର ବ୍ୟବହାର। ଚା’, ଲସି ଓ ଜଳଖିଆ ଦୋକାନରେ ପଲିଥିନ୍‌ ଓ ପ୍ଲାଷ୍ଟିକ କପ୍‌ର ବ୍ୟବହାର ହେଉଛି। ରାସ୍ତାଘାଟରେ ପଡିଥିବା ପଲିଥିନ୍‌ ଖାଇ ଗୋରୁଗାଈମାନେ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଉଛି। ପଲିଥିନ୍‌ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ସରକାର, କିନ୍ତୁ ବ୍ୟବସାୟୀମାନେ ଏହାକୁ ଖାତିର କରୁ ନାହାନ୍ତି। ଫଳରେ ପଦ୍ମପୁର ବଜାର ସାହିଗଳି କନ୍ଦିରେ ସବୁଠି କୁଢକୁଢ ଅଳିଆ ଓ ପଲିଥିନ୍‌। ପଲିଥିନ୍‌ଗୁଡିକ ଡ୍ରେନ୍‌ ଭିତରେ ପଶିବାରୁ
ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ ପାଣି ରାସ୍ତାରେ ଯାତାୟାତ କରୁଛି। ୫୦ ମାଇକ୍ରୋନ୍‌ରୁ ଅଧିକ ପଲିଥିନ୍‌ ବ୍ୟବହାର ହୋଇପାରିବ ବୋଲି ଦେଶର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଅଞ୍ଚଳରେ ତାହା କାମ ହେଉନାହିଁ। ୨୦୧୫-୧୬ରେ ପଦ୍ମପୁର ଅଞ୍ଚଳରେ ତତ୍‌କାଳୀନ ତହସିଲଦାର ଟି. ପଦ୍ମନାଭ ଦୋରା, ସ୍ବର୍ଗତ ଖବରଦାତା ପ୍ରଦୀପ କୁମାର କର ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ପଲିଥିନ୍‌ ବ୍ୟବହାରକୁ ନେଇ ଲୋକଙ୍କୁ ସଚେତନ କରୁଥିଲେ। ଏଥିସହ ତହସିଲଦାର ନିଜେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହି ବ୍ୟବସାୟିକ ଅନୁଷ୍ଠାନଗୁଡିକରେ ଚଢ଼ାଉ କରି ପଦ୍ମପୁର ଅଞ୍ଚଳରେ ପଲିଥିନ୍‌ ବ୍ୟବହର ଉପରେ କଟକଣା ଲାଗୁ କରିଥିଲେ। ଫଳରେ ବ୍ୟବସାୟୀମାନେ ପେପର ଠୋଲା ବ୍ୟବହାର କରୁଥିଲେ। ପ୍ରଶାସନ ମଧ୍ୟ ଏବେ ଲୋକଙ୍କୁ ସଚେତନ କରିବାକୁ କୌଣସି ପଦକ୍ଷେପ ନେଉନି। ବର୍ଷାଦିନେ ଇନ୍ଦୁପୁର ସାଗର ଜଳ ଓ ସହରର ବର୍ଷା ଜଳ ପୁରାତନ ସୁନାରିଘାଇ ଦେଇ ପ୍ରବାହିତ ହେଉଥିଲା। ଏହି ଘାଇ ଏବେ ପ୍ଲାଷ୍ଟିକ୍‌, ପଲିଥିନ୍‌ ଓ ଆବର୍ଜନାରେ ପୋତି ହେବାକୁ ବସିଲାଣି। ବର୍ଷାଦିନେ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା ହେବ ବୋଲି ଆଲୋଚନା ହେଉଛି। ପ୍ରଶାସନ ଏ ସବୁ ପ୍ରତି ଦୃଷ୍ଟି ଦେଇ ପଦ୍ମପୁର ଅଞ୍ଚଳକୁ ପଲିଥିନ୍‌ ବିଷବଳୟରୁ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri