କନିଅଆଁ ଟୁସୁଙ୍କ ନୌବିହାର ମନମୋହିଲା

ବାଲେଶ୍ୱର ଅଫିସ, ୨୮।୫-ବାହାଘର ପାଇଁ ସରିଛି ଲଗ୍ନଧରା ଓ ଗୁଆମଙ୍ଗଳା। ଆସନ୍ତା ୩୦ତାରିଖରେ ଶୁଭ ପରିଣୟ। ବଧୂ ବେଶ ସାଜି ଝଲସି ଉଠିବେ ଟୁସୁ। ବାଜା, ରୋଷଣିରେ ଚାରିଦିଗ ଦୁଲୁକାଇ ବର ବେଶ ହୋଇ ଆସିବେ ଶଙ୍କର। ଏହି ବିବାହ ଉତ୍ସବ ଦେଖିବା ପାଇଁ ସଭଁଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ତେବେ ବିବାହର ୩ ଦିନ ଆଗରୁ କନିଆ ଟୁସୁ ସୋମବାର ମଧ୍ୟାହ୍ନରେ ରେମୁଣା କାଠସଙ୍ଗଡ଼ା ସ୍ଥିତ ବାବା ବଳିଆ ଭାଗବତ ପୀଠ ତ୍ରିବେଣୀଶ୍ୱର ମନ୍ଦିରକୁ ଯାଇ ଅଭଡା ଖାଇ ଏହା ନିକଟରେ ତ୍ରିବେଣୀ ଘାଟରେ ନୌବିହାର କରିଛନ୍ତି। ଅପରାହ୍ନ ୩ଟା ସମୟରେ ଟୁସୁଙ୍କ ନୌବିହାର କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା। ବହୁ କଳା ଓ ସଂସ୍କୃତିପ୍ରେମୀଙ୍କ ସମେତ ସ୍ଥାନୀୟ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
କନ୍ୟା ଟୁସୁ ଓ ବର ଶଙ୍କର ଦୁହେଁ ଜଉ କଣ୍ଢେଇ। ପୌରାଣିକ କଥାବସ୍ତୁ ଆଧାରରେ ଲୋକକଳା, ସଂସ୍କୃତି, ଲୋକସାହିତ୍ୟର ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟ ନେଇ ବାଲେଶ୍ୱରରେ ପ୍ରତିବର୍ଷ ଜଉକଣ୍ଢେଇ ବାହାଘର ଉତ୍ସବ ପାଳନ କରାଯାଇଆସୁଛି। ଏହି ଉତ୍ସବ ଜନମାନସରେ ଏକ ଅଦ୍ୱିତୀୟ ଲୋକପର୍ବର ମାନ୍ୟତା ଲାଭ କରିଛି। ଏହାକୁ ଅଧିକ ଲୋକାଭିମୁଖୀ କରିବା ଏବଂ ପବିତ୍ର ତ୍ରିବେଣୀ ଘାଟର ମହାମତ୍‌ୟକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଗତବର୍ଷଠାରୁ ବଳିଆ ବାବା ଭାଗବତ ପୀଠର ମୁଖ୍ୟ ବାବାଜୀ ଦୟାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ଜଉ କଣ୍ଢେଇ କନିଆଙ୍କ ଅଭଡ଼ା ଖିଆ ଏବଂ ନୌବିହାର ଉତ୍ସବ ପାଳନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ପୂର୍ବାହ୍ନ ୧୧ଟାରେ କନିଆ ଟୁସୁଙ୍କ ପିତା ରାଜକିଶୋର ରଣା, ଶ୍ୟାମସୁନ୍ଦର ମନ୍ଦିର ଚନ୍ଦନ ଉତ୍ସବ କମିଟି ଅଧ୍ୟକ୍ଷ ଯୋଗେନ ରଣା, ‘ଉମଙ୍ଗ’ ସଭାପତି ବାଚୁ ବବିତା, ବାସନ୍ତୀ ରଣା ପ୍ରମୁଖ କନିଆ ଟୁସୁକୁ ନେଇ ବଳିଆ ଭାଗବତ ପୀଠରେ ପହଞ୍ଚତ୍ଥିତ୍ଲେ। ସ୍ଥାନୀୟ ଅଞ୍ଚଳର ମହିଳାମାନେ ଶଙ୍ଖ, ହୁଳୁହୁଳି ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ବାଗତ ସଭାରେ ମୁଖ୍ୟ ବାବାଜୀ ଶ୍ରୀ ଦାସ ପୌରୋହିତ୍ୟ କରି ତ୍ରିବେଣୀ ଘାଟର ମହାମତ୍‌ୟ ସହ ଜଉକଣ୍ଢେଇଙ୍କ ସମ୍ପର୍କ ବିଷୟରେ ଅବଗତ କରାଇଥିଲେ। ଜଉକଣ୍ଢେଇ ବାହାଘର କମିଟିର ଆବାହକ ଶିଳ୍ପୀ କେଶୁ ଦାସ ଜଉକଣ୍ଢେଇ ବାହାଘରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। କରୁଣାକର ଖଟୁଆ, ନିରଞ୍ଜନ ସାହୁ, ଅଜୟ ନାୟକ, ସୁଲୋଚନା ଗିରି, କନକଲତା ଦାସ, ବୈଶାଖୀ ଗିରି ଓ ଶ୍ରାବଣୀ ଗିରି ପ୍ରମୁଖ ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri