କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ମହାକାଳପଡ଼ା, ୨୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ମୃତକ ହେଲେ ଲୁଣିମାଠିଆ ଶବରପଡ଼ା ଗ୍ରାମର ଫକ ମଳିକ। ଘଟଣାସ୍ଥଳରେ ଭାଙ୍ଗି ପଡ଼ିଥିବା ଶଙ୍ଖା, ଚପଲ, ଅନ୍ୟାନ୍ୟ ସାମଗ୍ରୀରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ମୃତକଙ୍କ ସ୍ବାମୀ ମାଛ ଧରିବାକୁ ଯାଇଥିବା ସୂଚନା ମିଳିଛି। ଗ୍ରାମବାସୀ ଥାନାକୁ ଖବର ଦେଇଥିବା ବେଳେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିବ ବୋଲି କୁହାଯାଉଛି।