‘କାଜି’ ପଦବୀରୁ କାଜିବଜାର

କଟକ ଅଫିସ, ୫ା୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ଏହି ଐତିହାସିକ ସହରରେ ଶହେ ବଜାର ହଜାରେ ଗଳି ସୃଷ୍ଟି ହେଲାଣି ତଥାପି କଟକ ସହିତ ଏହି ଢଗଟି ଚିରକାଳ ଧରି ରହିଆସିଛି। ଏହି ପ୍ରାଚୀନ ସହରର ପ୍ରତ୍ୟେକ ଗଳିକନ୍ଦି ପଛରେ ରହିଛି ଇତିହାସ ଓ ଅନେକ କାହାଣୀ। ଏହି କାହାଣୀଗୁଡ଼ିକ ଯେତିକି ରୋଚକ ସେତିକି ଶିକ୍ଷଣୀୟ। ରାଜ୍ୟର ପୁରୁଣା ରାଜଧାନୀ କଟକରୁ ସହରୀ ସଭ୍ୟତା ଆରମ୍ଭ ହୋଇଥିବା କୁହାଯାଏ। କଟକର ସାହି, ବସ୍ତି ଓ ବଜାର ସହିତ ଯୋଡ଼ିି ହୋଇ ରହିଥିବା କାହାଣୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ଧରିତ୍ରୀ’ର ଏକ ପ୍ରୟାସ। ଧରିତ୍ରୀର ହସ୍ତଗତ ହୋଇଥିବା ୨୦୦ ବର୍ଷ ତଳର ଏକ ପ୍ରାଚୀନ ନଥିକୁ ଆଧାର କରାଯାଇ ଏହି ସ୍ବତନ୍ତ୍ର ସ୍ତମ୍ଭ ପ୍ରସ୍ତୁତ କରାଯାଉଛି। ତତ୍କାଳୀନ ଚିଫ୍‌ ସେକ୍ରେଟାରୀ ଅଫ୍‌ ଗଭର୍ଣ୍ଣମେଣ୍ଟ ଜଜ୍‌ ଡୁଡୁସ୍‌ୱେଲ ଏସ୍‌କୋୟାରଙ୍କ ଲିଖିତ ଏହି ନଥି କଟକ ଉପରେ ଅନେକ ଚମତ୍କାର ତଥ୍ୟ ପ୍ରଦାନ କରୁଛି। ଏହି କ୍ରମରେ କଟକର କାଜି ବଜାର ଉପରେ ଏକ ସ୍ବତନ୍ତ୍ର ଉପସ୍ଥାପନା।

ନଁ। ପଛର କାହାଣୀ

କଟକ ମହାନଗର ନିଗମ ଅଧୀନ ୧୩, ୧୫ ଓ ୧୯ ନମ୍ବର ୱାର୍ଡକୁ ନେଇ କାଜିବଜାର ପରିବ୍ୟାପ୍ତ। ଏଠାରେ ୫୦୦ରୁ ଊର୍ଦ୍ଧ୍ୱ ଘର ରହିଛି। ଏଠାରେ ଅଧିକାଂଶ ପରିବାର ହେଉଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର। କାଜିବଜାର ନାଁ ପଛରେ ଏକ ଇତିହାସ ରହିଛି। ମୁସଲମାନ ଧର୍ମଶାସ୍ତ୍ର ଶାସନ ପଦ୍ଧତି ଅନୁଯାୟୀ ‘କାଜି’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ। ମୁସଲମାନ ସମ୍ପ୍ରଦାୟର ଏମାନେ ବିଚାରକ। ଓଡ଼ିଶାରେ ମୋଗଲ ଶାସନ ପ୍ରତିଷ୍ଠା ହେବା ପରେ ଯେଉଁ କେତେକ ସାମାଜିକ ଅନୁଷ୍ଠାନ ପ୍ରତି ସାଧାରଣ ଲୋକ ତଥା ପ୍ରଶାସନିକ କର୍ମଚାରୀଙ୍କ ସମ୍ମାନ ରହିଥିଲା ସେଥିମଧ୍ୟରେ ‘କାଜି’ ପଦବୀ ଓ ଅନୁଷ୍ଠାନ ଥିଲା ଅନ୍ୟତମ। ମୁସଲମାନ ରାଜତ୍ୱ ଆରମ୍ଭ ହେବା ସହିତ ବିଚାରାଳୟରେ ମୁନ୍‌ସିଫ୍‌ ଓ କାଜିମାନେ ନିଯୁକ୍ତି ପାଉଥିଲେ। କଟକର କିଛି ଅଞ୍ଚଳରେ କାଜିମାନେ ବସତି ସ୍ଥାପନ କରିଥିଲେ। କାଜି (ବିଚାରପତି) ପଦବୀର ନାମାନୁସାରେ ଏହି ବଜାର ନାମ କାଜିବଜାର ଭାବେ ନାମିତ ହୋଇଛି।

କ’ଣ ରହିଛି ଏଠାରେ
କାଜିବଜାରରେ ଅନେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି ଯାହା ୧୯୧୯ ମସିହାରେ ସ୍ଥାପନ ହୋଇଥିଲା। ସେହିପରି ଭକ୍ତମଧୁ ବିଦ୍ୟାପୀଠ ରହିଛି। ଅତୀତରେ ଏହାର ନାମ ଟାଉନ ଭିକ୍ଟୋରିଆ ସ୍କୁଲ ଥିଲା। କାଜିବଜାର ସାହିରେ ଅଁଳେଶ୍ୱର ମହାଦେବ ପୂଜା ପାଉଥିବାବେଳେ କାଜିବଜାର ଛକରେ ଦୁର୍ଗାମଣ୍ଡପ ଶୋଭା ପାଇଥାଏ। ଏଥିସହିତ କାଜିବଜାର ପୂଜା କମିଟି ପକ୍ଷରୁ ପ୍ରତିବର୍ଷ କାଳୀ, ସରସ୍ବତୀ, କାର୍ତ୍ତିକେଶ୍ୱର, ଦୁର୍ଗା ଓ ଲକ୍ଷ୍ମୀଙ୍କ ପୂଜା ପାଳନ କରାଯାଇଥାଏ। କାଜି ବଜାର ପୂଜା କମିଟି ପକ୍ଷରୁ ପ୍ରଥମେ ଲକ୍ଷ୍ମୀଙ୍କ ଚାନ୍ଦିମେଢ ନିର୍ମାଣ କରାଯାଇଛି। ସେହିପରି ମୁସଲମାନ ସମ୍ପ୍ରଦାୟର ସତ୍ୟପୀରଙ୍କ ପୀଠ ମଧ୍ୟ ଏଠାରେ ରହିଛି। ଏହି ସାହିର ସ୍ବତନ୍ତ୍ରତା ହେଉଛି ଏଠାକାର ଭାଇଚାରା। ହିନ୍ଦୁ ହୁଅନ୍ତୁ କି ମୁସଲମାନ ସମସ୍ତେ ପର୍ବପର୍ବାଣି ମିଳିମିଶି ପାଳନ କରିଥାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଜି.ଏ.ଆର୍‌. ଦୋରା ଏହି କାଜି ବଜାରର ବାସିନ୍ଦା।

ଏଠାକାର ସମସ୍ୟା
ଦୀର୍ଘଦିନ ଧରି ଏଠାକାର ମୁଖ୍ୟ ସମସ୍ୟା ହୋଇ ରହିଛି ଜଳ ନିଷ୍କାସନ ବ୍ୟବସ୍ଥା। ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଘର ଭିତରେ ଲହଡ଼ି ମାରେ। ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହିଁ ବୋଲି ସାହିବାସିନ୍ଦା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri