Posted inଖେଳ

କାଉଣ୍ଟି ଖେଳିବେ ହନୁମା

ନୂଆଦିଲ୍ଲୀ, ୧୮।୩ (ପି.ଟି.): ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଭାରତୀୟ କ୍ରିକେଟର୍‌ ହନୁମା ବିହାରୀ ଆଗାମୀ ଗ୍ରୀଷ୍ମ ସିଜନରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳି ସଦୂପଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଧିରେ ଧିରେ ଭାରତୀୟ ଟେଷ୍ଟ ଦଳର ଜଣେ ପ୍ରମୁଖ ସଦସ୍ୟ ବନିବାକୁ ଯାଉଥିବା ୨୬ ବର୍ଷୀୟ ହନୁମା ଏକ ପ୍ରମୁଖ କାଉଣ୍ଟି ଦଳ ସହ ତାଙ୍କ ଦକ୍ଷତା ପରଖିବାକୁ ଚାହୁଁଛନ୍ତି। ତେବେ ତାଙ୍କର ଏହି ଲକ୍ଷ୍ୟପଥରେ କରୋନା ଭାଇରସ୍‌ ବାଧା ସୃଷ୍ଟି କରିଛି। ଆଗାମୀ ଦିନରେ ଯେତେବେଳେ ଏହି ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ଏବଂ ଗସ୍ତରେ ଲାଗିଥିବା ପ୍ରତିବନ୍ଧକ କୋହଳ ହୋଇଯିବ ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ହନୁମା ଏକ ସାକ୍ଷାତକାରରେ କହିଛନ୍ତି। ‘ଚଳିତ ସିଜନରେ ମୋତେ ୪ଟି କାଉଣ୍ଟି ମ୍ୟାଚ୍‌ ଖେଳିବାର ଥିଲା। ଯେତେବେଳେ ସମସ୍ତ କାଗଜପତ୍ର କାମ ଶେଷ ହୋଇଯିବ ସେତେବେଳେ କାଉଣ୍ଟି ଟିମ୍‌ର ନାମ ପ୍ରକାଶ କରିବି। କରୋନା ଭାଇରସ୍‌ ଲାଗି ବର୍ତ୍ତମାନ ଏହାକୁ ରୋକାଯାଇଛି। କିନ୍ତୁ ଆଶାବାଦୀ ରହିଛି ଯେତେବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିବ ଏହି ସବୁ ମ୍ୟାଚ୍‌ ଖେଳିପାରିବି। ଏଥିରେ ମୋତେ ବହୁତ କିଛି ଶିଖିବାକୁ ମିଳିବ’ ବୋଲି ଆନ୍ଧ୍ରପ୍ରଦେଶର ଏହି ଅଲ୍‌ରାଉଣ୍ଡର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକିଛି ବର୍ଷ ହେବ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ଟପ୍‌ କ୍ରିକେଟର୍‌ ଯେଉଁମାନେ କି ଆଇପିଏଲ୍‌ ଖେଳୁ ନ ଥିବେ ସେମାନଙ୍କୁ ସମର ସିଜନରେ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଅନୁମତି ପ୍ରଦାନ କରୁଛି। ପୂର୍ବରୁ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟା ରାହାନେଙ୍କ ପରି ଟେଷ୍ଟ ସ୍ପେଶାଲିଷ୍ଟଙ୍କୁ କାଉଣ୍ଟି ଖେଳିବାକୁ ଅନୁମତି ଦେଇଥିଲା। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦkାର୍ପଣ କରିଥିବା ହନୁମା ୯ ଟେଷ୍ଟ ମ୍ୟାଚ୍‌ରୁ ୫୫୨ ରନ୍‌ ସଂଗ୍ରହ କରିଛନ୍ତି। ସଂଯୋଗକ୍ରମେ ଏହି ସମସ୍ତ ମ୍ୟାଚ୍‌ ସେ ବିଦେଶରେ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri