Categories: ଖେଳ

କଳିଙ୍ଗରେ ଫିଫା ଓ୍ବାଲର୍‌ଡ ଟୁର୍‌ କ୍ୱାଲିଫାୟର

ଭୁବନେଶ୍ୱର,୨୯।୭(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୩ ଓ ୪ ତାରିଖରେ ଫିଫା ଓ୍ବାଲର୍‌ଡ ଟୁର କ୍ୱାଲିଫାୟର ରାଉଣ୍ଡ ଖେଳାଯିବ। ଦେଶର କ୍ରୀଡ଼ା ରାଜଧାନୀ ରୂପେ ପରିଚିତ ଭୁବନେଶ୍ୱରରେ ଭାରତର ସର୍ବବୃହତ୍‌ ଇ-ସ୍ପୋଟର୍‌ସ ଟୁର୍ନାମେଣ୍ଟ ଆୟୋଜନ ହେବ। ଟୁର୍ନାମେଣ୍ଟର ମୋଟ ପୁରସ୍କାର ରାଶି ଦେଢ଼ଲକ୍ଷ ଟଙ୍କାର ରଖାଯାଇଛି। କ୍ରୀଡ଼ା ଓ କ୍ରୀଡ଼ା ଇଭେଣ୍ଟ ଦୃଷ୍ଟିକୋଣରୁ ଦେଖିଲେ ଭୁବନେଶ୍ୱର ଅନ୍ୟ ସହରଗୁଡିକ ତୁଳନାରେ ସବୁଠାରୁ ଆଗରେ ରହିବ। ଇ ସ୍ପୋଟର୍‌ସ ଏବେ ଯୁବପିଢ଼ିରେ ବେଶ୍‌ ଲୋକପ୍ରିୟ ହୋଇଛି। ଏହି ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରିବାକୁ ନେଇ ଆମେ ବେଶ୍‌ ଉତ୍ସାହିତ। କଳିଙ୍ଗ ଷ୍ଟାଡିୟମରେ ଏଭଳି କ୍ରୀଡ଼ା ଆୟୋଜନକୁ ସମର୍ଥନ କରୁଛୁ ବୋଲି ରାଜ୍ୟ କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗ କମିଶନର ତଥା ସଚିବ ବିଶାଲ ଦେବ କହିଛନ୍ତି।

Share