କଳାହାଣ୍ଡି ଏମ୍‌ପିଙ୍କ କୋକସରା ବ୍ଲକ ଗସ୍ତ

କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଗସ୍ତ କରିଛନ୍ତି। ସେ ବ୍ଲକ୍‌ର ଲଡ଼ୁଗାଁ ମାମୋଦେବୀ ଧର୍ମଶାଳାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ। ଏମ୍‌ପି ପଣ୍ଡା ପ୍ରଥମେ ସରସ୍ବତୀ ବିଦ୍ୟା ମନ୍ଦିରକୁ ଯାଇ ଶିଶୁମାନଙ୍କ ଗହଣରେ କିଛି ସମୟ କଟାଇବା ପରେ ଜୁନିୟର ସେକେଣ୍ଡାରୀ ସ୍କୁଲକୁ ଯାଇଥିଲେ । କଲେଜର ଭିତ୍ତିଭୂମି ପାଇଁ ଆଗାମୀ ଦିନରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ମା’ ମୋଦେବୀ ଧର୍ମଶାଳାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଥିଲେ। କୋକସରା ସିଟିଜେନ ଫୋରମ ତରଫରୁ ମିନି କେତନ ପ୍ରଧାନୀ, ଜଗବନ୍ଧୁ ମାଝି, ବନମାଳୀ ମାଝି, ଘାସିରାମ ପାଟ୍ଟଯୋଷୀ ଓ ଭତରା ସମାଜ ପକ୍ଷରୁ ନିଳକଣ୍ଠ ମାଝି, ଘନଶ୍ୟାମ ମାଝି ଏମ୍‌ପିଙ୍କୁ ସମାଜ ପକ୍ଷରୁ ସମ୍ମାନିତ କରିଥିଲେ। ଏହି ଅବସରରେ ଅତିଥି ଭାବେ ଏମ୍‌ପି ପଣ୍ଡାଙ୍କ ସହ ବରିଷ୍ଠ ଭାଜପା ନେତା ଜନାର୍ଦ୍ଦନ ପଣ୍ଡା, ସାମାଜିକ କର୍ମୀ ତ୍ରିଳୋଚନ ଅଗ୍ରୱାଲ, ବିଶ୍ୱମ୍ବର ଶର୍ମା, ଲଡ଼ୁଗାଁ ସରପଞ୍ଚ କହ୍ନେଇ ଚରଣ ଦାସ, ବଦ୍ରି ନାରାୟଣ ପଟ୍ଟନାୟକ, କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟ୍ଟଯୋଷୀ, କଲମପୁର ବ୍ଲକ୍‌ ଜିଲା ପରିଷଦ ସଭ୍ୟ ବିଜୟଦେବ ସାହୁ, ନାରୀନେତ୍ରୀ କୁନ୍ତି ପାଲ, ଜିଲା ପରିଷଦ ସଭ୍ୟା ଜାହ୍ନବି ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ। କୋକସରା ବ୍ଲକ୍‌ର ଚାଷଜନିତ ସମସ୍ୟାକୁ ନେଇ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀ ଏମ୍‌ପଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନେ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। କୋକସରା ବ୍ଲକ୍‌ରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ଗୁଡ଼ହାଣ୍ଡି ଡ଼ୋକରିଚଞ୍ଚରାକୁ ପର୍ଯ୍ୟଟନସ୍ଥଳି ମାନ୍ୟତା ମିଳିଥିଲେ ମଧ୍ୟ ତାହାର ଭିତ୍ତିଭୂମି ବିକାଶ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ବ୍ଲକ୍‌ରେ ଥିବା ସମସ୍ୟା ସମାଧାନ ପାଇଁ ଦୃଷ୍ଟି ଦେବା ପାଇଁ ଏମ୍‌ପି ପ୍ରତିଶ୍ରୁତି ଦେଇଥିଲେ। ମଞ୍ଚ ପରିଚାଳନାରେ ବିବେକ ତାୟଲ ସହଯୋଗ କରିଥିଲେ। ସତ୍ୟ ନାରାୟଣ ଚୌଧରୀ, ଅରୁଣ ଅଗ୍ରୱାଲ, ଅମର ଅଗ୍ରୱାଲ, ଗରୁଡ଼ଧ୍ୱଜ ମାଝି ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri