କଳାହାଣ୍ଡିରେ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ: କୂଳ ଲଘିଂଲା ହାତୀନଦୀ,୧୦ ଘର ଭାଙ୍ଗିଲା, ଚାଷ ଜମି ଜଳମଗ୍ନ

ଭବାନୀପାଟଣା/ଜୁନାଗଡ଼,୮।୮(ଡି.ଏନ.ଏ.) ଗତ ୩ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଳାହାଣ୍ଡି ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା ୫୭ ନମ୍ବର ଜାତୀୟ ରାଜପଥର ମଣ୍ଡଳପଦର ନିକଟରେ ଆପ୍ରୋଚ ରୋଡ଼ ଧୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ସେହିପରି ମୋହନଗିରି-ମ.ରାମପୁର ରାସ୍ତା ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲାଞ୍ଜିଗଡ ବ୍ଲକର ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ଚନ୍ଦନପୁର ଗ୍ରାମକୁ ବନ୍ୟା ଜଳ ପଶି ଯିବାରୁ ୫ଟି ପରିବାର ଗଁା ସ୍କୁଲରେ ଆଶ୍ରୟ ନେଇଛନ୍ତି । ଲାଞ୍ଜିଗଡ଼ ଓ ମୁନିଗୁଡା ରାସ୍ତା ବନ୍ୟା ଯୋଗୁ ବନ୍ଦ ଥିବାବେଳେ ରେଙ୍ଗୋପାଲି, ପନ୍ଧାଗୁଡା, କପାଗୁଡା ଗ୍ରାମ ଜଳ ଘେରରେ ରହିଛି । ଥୁଆମୂଳ ରାମପୁର ପେଟଫୁଲା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏଥିରେ କାଠଖୁରା ଗ୍ରାମର ଜଣେ ଯୁବକ ଭାସିଯାଇଥିବା ଜଣାପଡିଛି। ଖବର ସଂଗ୍ରହ ପର୍ଯ୍ୟନ୍ତ ଯୁବକ ଜଣକ ନିଖୋଜ ଥିବା ଜଣାପଡ଼ିଛି । ସେହିଭଳି ମଙ୍ଗଳବାରରୁ ବୁଧବାର ଦିନ ତମାମ ପ୍ରବଳ ବର୍ଷା ଯୋଗୁ ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟ ରାସ୍ତା ବେଦାନ୍ତ କମ୍ପାନୀ ପାଖ ରାସ୍ତା ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ୮ ଘଣ୍ଟା ଧରି ଯାତାୟାତ ବନ୍ଦ ରହିଛି ା
ଜୁନାଗଡ ବ୍ଲକରେ ପ୍ରବାହିତ ହାତୀନଦୀରେ ଜଳସ୍ତର ବୃଦ୍ଧି ପାଇ କୂଳ ଲଘିଂଛି। ଏହି ନଦୀରେ ୨୦୯.୫୭ ମିଟର ବିପଦ ସଙ୍କେତ ଥିବାବେଳେ ବୁଧବାର ୨୦୫.୯୩ ମିଟର ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜର ୫ଟି ଗେଟ୍‌ ଖୋଲାଯାଇଛି। ସେଠାରୁ ସେକେଣ୍ଡ ପ୍ରତି ୧୩୪ କ୍ୟୁସେକ ଜଳ ହାତୀନଦୀରେ ଛଡାଯାଉଛି। ଫଳରେ ହାତୀନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟାଜଳ ପ୍ରବେଶ କରି ଚାଷଜମିଗୁଡିକ ଏବେ ଜଳମଗ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଚିଚୈଗୁଡା-ଜୁନାଗଡ ପିଡବ୍ଲ୍ୟୁଡି ରାସ୍ତା ମଧ୍ୟରେ ଥିବା ଖଲିଆ ସର (ନାଳ) ଉପରେ ପାଣି ଚାଲୁଛି। ଫଳରେ ସେହି ରାସ୍ତା ଦେଇ ଏବେ ଯାନବାହନ ଚଳାଚଳ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ବ୍ଲକରେ ୧୦ଟି ଘର ଭାଙ୍ଗିଛି। ଜୁନାଗଡ଼ ସହର ସିଡିପିଓ କାର୍ଯ୍ୟାଳୟ, ପିଆଇ କଲେଜ ପାଣି ଘେରରେ ରହିଥିବାବେଳେ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଯିବା ରାସ୍ତା, ଫତେନଗରପଡା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ସହରର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶିଯାଇଛି। ବର୍ଷାରେ ହୋଇଥିବା କ୍ଷୟକ୍ଷତିସ୍ଥିତି ଅନୁଧ୍ୟାନ କରିବା ପାଇଁ ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା ବ୍ଲକର ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ

ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା…

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri