କଳାହାଣ୍ଡିରେ ବନ୍ଦ ହେଲା ସମସ୍ତ ଧାନମଣ୍ଡି

ଭବାନୀପାଟଣା,୧ା୭(ଡି.ଏନ୍‌.ଏ.): ଚଳିତ ରବିଋତୁରେ ଧାନ ସଂଗ୍ରହ ପାଇଁ ମେ’ ୨୫ରୁୁ ଆରମ୍ଭ ହୋଇଥିବା ସମସ୍ତ ମଣ୍ଡି ଜୁନ୍‌ ୩୦ରୁ ବନ୍ଦ ହୋଇଛି। ରବିବାର ସୁଦ୍ଧା କଳାହାଣ୍ଡି ଜିଲାର ୨୩ ହଜାର ୮୫୪ ଜଣ ଚାଷୀଙ୍କ ଠାରୁ ୨୨ ଲକ୍ଷ ୮୦ ହଜାର ୫୯୦ କ୍ୱିଣ୍ଟାଲ ଧାନ ସଂଗୃହୀତ ହୋଇଛି। ସଂଗୃହୀତ ଧାନର ମୂଲ୍ୟ ୩୯୮ କୋଟି ୬୬ ଲକ୍ଷ ୮୭ ହଜାର ଟଙ୍କା। ଚଳିତ ରବିଋତୁରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ପ୍ରାଥମିକ କୃଷିସେବା ସମବାୟ ସମିତି ଜରିଆରେ ଜିଲାରେ ମୋଟ ୮୯ଟି ମଣ୍ଡି ଖୋଲାଯାଇଥିଲା। ସମସ୍ତ ମଣ୍ଡି ସୋମବାର ଠାରୁ ବନ୍ଦ ହୋଇଛି। ପ୍ରକାଶଥାଉ କି,ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ରବିଧାନ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜିଲାରେ ଆଉ କିଛି ଛୋଟ ଚାଷୀଙ୍କ ଧାନ ଯଦି ବିକ୍ରି ପାଇଁ ରହିଯାଇଥାଏ ତେବେ ରାଜ୍ୟ ସରକାରଙ୍କ ଅନୁମତି ନେଇ ସେସବୁ ଧାନ କ୍ରୟର ବ୍ୟବସ୍ଥା କରାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ଶ୍ରୀ ଦରା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରେ ସଂଗୃହୀତ ଧାନର ମୂଲ୍ୟ ୩୯୮ କୋଟି ୬୬ ଲକ୍ଷ ୮୭ ହଜାର ଟଙ୍କା। ସେଥିମଧ୍ୟରୁ ସୋମବାର ସୁଦ୍ଧା ଧାନର ପ୍ରାପ୍ୟ ବାବଦକୁ ଚାଷୀଙ୍କ ଆକାଉଣ୍ଟରେ ୩୭୧ କୋଟି ୭୯ ଲକ୍ଷ ଟଙ୍କା ଜମା କରାଯାଇଛି ଏବଂ ଚାଷୀଙ୍କୁ ଧାନର ପ୍ରାପ୍ୟ ବାବଦକୁ ଆହୁରି ୨୬ କୋଟି ୮୭ ଲକ୍ଷ ୮୫ ହଜାର ଟଙ୍କା ପୈଠ କରିବା ବାକି ରହିଥିବା ଜିଲା ଯୋଗାଣ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।...

ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ୱର,୧୩ା୪: ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ...

ନୂଆ ଲୁକ୍‌ରେ ଆସିଲେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଚାର ମଇଦାନରେ କିଣୁଛନ୍ତି ମନ

ସମ୍ବଲପୁର,୧୨।୪: ଏଥର ସମ୍ବଲପୁର ଦେଖିବ ବଡ଼ ଲଢ଼େଇ । ମଇଦାନର ଗୋଟିଏ ପଟେ ଅଛନ୍ତି ଭାଜପାର ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri