କଲେଜ ଶିକ୍ଷା ପ୍ରତି ଆଗ୍ରହ ନାହିଁ

ବ୍ରହ୍ମପୁର ଅଫିସ୍‌,୩୦ା୭-ଚଳିତବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଶେଷ ହୋଇଛି। ସୋମବାରଠାରୁ ପାଠପଢ଼ା ସହ ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ। ବର୍ଷା ଯୋଗୁ ପ୍ରଥମ ଦିନରେ କମ୍‌ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ରମାନେ ସ୍କୁଲ ସାଙ୍ଗଙ୍କ ସହ ଏକାଠି ବସିଥିବା ଦେଖା ଯାଇଥିଲା। ଅନେକ ନୂତନ ସାଙ୍ଗ ଖୋଜିଥିଲେ। ପରିଚୟ ଆଦାନ ପ୍ରଦାନରେ ପ୍ରଥମ ଦିନ କଟିଥିଲା। ଅନ୍ୟପଟେ କେତେକ କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଚଳିତ ବର୍ଷ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌ କରିବା ପରେ ଯୁକ୍ତ ୨ରେ ନାମଲେଖାଇ ନ ଥିବା ଦେଖାଦେଇଛି। ସେମାନେ ପାଠ ଛାଡ଼ିଲେ ନା ଇଞ୍ଜିନିୟରିଂ କିମ୍ବା ଅନ୍ୟ ବୃତ୍ତିଗତ ଶିକ୍ଷାପ୍ରତି ଆଗ୍ରହ ଦେଖାଇଲେ, ତାକୁ ନେଇ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରୁଛନ୍ତି।
ଗଞ୍ଜାମ ଜିଲାରେ ଚଳିତ ବର୍ଷ ୪୮ହଜାର ୩୦୬ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୪ହଜାର ୭୦୩ଜଣ ପାସ୍‌ କରିଥିଲେ। କିନ୍ତୁ ଏହି ପାସ୍‌ଠାରୁ ଯୁକ୍ତ ୨ ନାମଲେଖା ଢ଼େର୍‌ କମ୍‌ ରହିଛି। କାରଣ ଚଳିତ ବର୍ଷ ଯୁକ୍ତ ୨ରେ ଜିଲାରେ ୨୮ହଜାର ୧୨୩ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଜିଲାରେ ମୋଟ ୪୨ହଜାର ୬୯୦ ସିଟ୍‌ ରହିଛି। ଫଳରେ ଆହୁରି ୧୪ହଜାର ୫୬୭ ସିଟ୍‌ ଖାଲି ପଡ଼ିଛି । ଅର୍ଥାତ୍‌ ମାଟ୍ରିକ୍‌ ପାସ୍‌ କରିବା ପରେ ୬ ହଜାର ୫୮୦ ଛାତ୍ରୀଛାତ୍ର ଯୁକ୍ତ ୨ରେ ନାମ ଲେଖାଇ ନାହାନ୍ତି। ଏମାନେ କୁଆଡ଼େ ଗଲେ, ତାକୁ ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତ ହେଉଛି, ଛୋଟଛୋଟ ଗଁାରେ ମଧ୍ୟ ବିଦ୍ୟାଳୟ ରହିଛି। ହେଲେ କଲେଜରେ ପାଠ ପଢ଼ିବାକୁ ହେଲେ ଦୂର ଜାଗାକୁ ଯିବାକୁ ହୋଇଥାଏ । ଗ୍ରାମାଞ୍ଚଳରେ ବିଶେଷକରି ଅଭିଭାବକମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ଏହା ଏକ କାରଣ ହୋଇଥିବା କୁହାଯାଉଛି। ଅପରପକ୍ଷେ ଡିପ୍ଲୋମା ଇଞ୍ଜିନିୟରିଂ ଏବଂ ଆଇଟିଆଇରେ ସେମାନଙ୍କ ମଧ୍ୟରୁ ଅନେକ ନାମ ଲେଖାଇଥାଇ ପାରନ୍ତି ବୋଲି ମଧ୍ୟ ଶିକ୍ଷାବିତ୍‌ମାନେ ମତ ଦେଉଛନ୍ତି।
ଯୁକ୍ତ ୨ ନାମଲେଖା ତଥ୍ୟକୁ ଦେଖିଲେ ଜଣାପଡ଼ୁଛି, କଳାରେ ୧୯ ହଜାର ୭୭୭ ସିଟ୍‌ରୁ ୧୭ହଜାର ୨୮୯ସିଟ୍‌ ପୂରଣ ହୋଇଥିବା ବେଳେ ୨ହଜାର ୪୮୮ ସିଟ୍‌ ଖାଲି ପଡ଼ିଛି । ବିଜ୍ଞାନରେ ୧୬ହଜାର ୯୨୯ ସିଟ୍‌ରୁ ୮ହଜାର ୩୮୦ ସିଟ୍‌ ପୂରଣ ହୋଇଥିବା ବେଳେ ୮ହଜାର ୫୪୯ ସିଟ୍‌ ଖାଲି ପଡ଼ିଛି । ବାଣିଜ୍ୟରେ ୫ହଜାର ୧୮୪ ସିଟ୍‌ରୁ ୨ହଜାର ୧୧୧ ସିଟ୍‌ ପୂରଣ ହୋଇଛି ଏବଂ ୩ହଜାର ୭୩ ସିଟ୍‌ ଖାଲି ପଡ଼ିଛି । ସଂସ୍କୃତରେ ୩୨୦ ସିଟ୍‌ରୁ ୧୮୮ ପୂରଣ ହୋଇଥିବା ବେଳେ ୧୩୨ ସିଟ୍‌ ଖାଲି ରହିଛି । ଧନ୍ଦାମୂଳକ ଶିକ୍ଷାରେ ୪୮୦ ସିଟ୍‌ରୁ ୧୫୫ଟି ପୂରଣ ହୋଇଥିବା ବେଳେ ୩୨୫ ସିଟ୍‌ ଖାଲି ରହିଛି। କେବଳ ଘରୋଇ ନୁହେଁ ପ୍ରମୁଖ ସରକାରୀ କଲେଜଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟାରେ ସିଟ୍‌ ଖାଲି ପଡ଼ିଛି। ବ୍ରହ୍ମପୁରସ୍ଥିତ ଆଡଭାନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ ଆଣ୍ଡ ସାଇନ୍ସରେ କଳାରେ ୬୪ ସିଟ୍‌ରୁ ମାତ୍ର ୧୧, ବିଜ୍ଞାନରେ ୬୪ରୁ ୨୮ ଏବଂ ବାଣିଜ୍ୟରେ ୬୪ରୁ ମାତ୍ର ୨ ସିଟ୍‌ ପୂରଣ ହୋଇଛି। ଦିଶା ହାୟର୍‌ ସେକେଣ୍ଡାରୀ ସ୍କୁଲ ଅଫ୍‌ ସାଇନ୍ସ ଆଣ୍ଡ କମର୍ସରେ ବିଜ୍ଞାନରେ ୯୬ ସିଟ୍‌ ଥିବା ବେଳେ ମାତ୍ର ୩୩ ଏବଂ ବାଣିଜ୍ୟରେ ୬୪ରୁ ମାତ୍ର ୨୪ ସିଟ୍‌ ପୂରଣ ହୋଇଛି। ଗାୟତ୍ରୀ ହାୟର୍‌ ସେକେଣ୍ଡାରୀ ସ୍କୁଲରେ ନାମଲେଖା ସ୍ଥିତି ଅତ୍ୟନ୍ତ ଖରାପ। ବିଜ୍ଞାନରେ ୩୮୪ ସିଟ୍‌ରୁ ମାତ୍ର ୨୪ ପୂରଣ ହୋଇଛି । ସେହିଭଳି ଲିଙ୍ଗରାଜ ବିଜ୍ଞାନ ହାୟର୍‌ ସେକେଣ୍ଡାରୀ ସ୍କୁଲରେ ବିଜ୍ଞାନରେ ୧୨୮ରୁ ମାତ୍ର ୮ ଏବଂ ମଡ଼େଲ୍‌ ମହିଳା ହାୟର୍‌ ସେକେଣ୍ଡାରୀ ସ୍କୁଲରେ ବିଜ୍ଞାନରେ ୬୪ରୁ ମାତ୍ର ୮ଟି ସିଟ୍‌ ପୂରଣ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?