କଲେଜ ବାର୍ଷିକ ଉତ୍ସବକୁ ନେଇ ଛାତ୍ର ଗୋଷ୍ଠୀ ଛକାପଞ୍ଝା

ନାଉଗାଁ,୧୮ା୨(ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ଶ୍ରୀଜଗନ୍ନାଥ କଲେଜ ବାର୍ଷିକ ଉତ୍ସବକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଗୋଟିଏ ଛାତ୍ର ଗୋଷ୍ଠୀ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତ ଚଳାଇଥିବା ବେଳେ ଅନ୍ୟ ଗୋଷ୍ଠୀ ଉତ୍ସବ ବନ୍ଦ କରିବାକୁ ଦାବିକରି ଅଧ୍ୟକ୍ଷଙ୍କ ଫାଟକ ସମ୍ମୁଖରେ ସୋମବାର ଧାରଣାରେ ବସିଥିଲେ। ଦୀର୍ଘ ସମୟ ଧରାଣାରେ ବସିବାପରେ ଅପରାହ୍ନରେ ଘଟଣାସ୍ଥଳକୁ ନାଉଗାଁ ଥାନାଧିକାରୀ ଗୋବର୍ଦ୍ଧନ ସାହୁ ପହଞ୍ଚତ୍ ଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ଛାତ୍ରମାନେ ଧାରଣାରୁ ଓହରି ଯାଇଥିଲେ। ଉତ୍ସବ ନ କରିବାପାଇଁ ଛାତ୍ର ବିକାଶ ନାୟକ, ସ୍ମୃତିରଞ୍ଜନ ଜେନା, ବୁଲୁ ସ୍ବାଇଁ, ଅମନଦୀପ ରାଉତ, ହିରଣ୍ୟ ଜେନା ପ୍ରମୁଖ ଲିଖିତ ଭାବେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସରକାରଙ୍କ ନିୟମାନୁସାରେ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଜାନୁୟାରୀ ପ୍ରଥମ କିମ୍ବା ୨ୟ ସପ୍ତାହରେ ହେବା କଥା। କିନ୍ତୁ ଏହି ସମୟରେ କରା ନ ଯାଇ ଅଧ୍ୟକ୍ଷ ଅସଦ ଉପାୟରେ ବର୍ତ୍ତମାନ ଉତ୍ସବ କରିବାପାଇଁ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ରଙ୍କ ପରୀକ୍ଷା ଅଳ୍ପ ଦିନ ଥିବା ବେଳେ କିପରି ଉତ୍ସବ ଆୟୋଜନ କରାଯାଉଛି। ତେଣୁ ଉତ୍ସବକୁ ବନ୍ଦ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି। ଅଧ୍ୟକ୍ଷ କଲେଜ କାର୍ଯ୍ୟରେ ବାହାରକୁ ଯାଇଥିବାରୁ ଛାତ୍ରମାନେ ଫାଟକ ନିକଟରେ ବସି ରହିଥିଲେ। ଏ ସମ୍ପର୍କରେ ଥାନାଧିକାରୀ ସାହୁଙ୍କୁ ପଚାରିବାରେ ସେ କହିଥିଲେ, ଆସନ୍ତା ୧୯ ତାରିଖରେ ଛାତ୍ରୀଛାତ୍ର ଓ ଅଧ୍ୟକ୍ଷ ବସି ଉତ୍ସବ ବିଷୟରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଧାରଣାରୁ ଓହରି ଯାଇଛନ୍ତି।
ସୂଚନାଯୋଗ୍ୟ, ଉତ୍ସବ ଆୟୋଜନ ନିମନ୍ତେ ଅନୁମତି ପାଇଁ ଯୁକ୍ତ ୩ ଓ ଯୁକ୍ତ ୨ର ଛାତ୍ରୀଛାତ୍ର କାଜଲ ସ୍ବାଇଁ, ଦୀପିକା ଲେଙ୍କା, ସ୍ବର୍ଣ୍ଣପ୍ରଭା ପରିଡା, କାବେରୀ ସ୍ବାଇଁ, ରଚନା ପ୍ରଧାନ, ମାନସୀ ମଲିକ, ସରୋଜ ଦାସ, ସୁଧୀର ଦାସ ଅଧ୍ୟକ୍ଷଙ୍କୁ ଗତ ଶନିବାର ଲିଖିତ ଭାବେ ଜଣାଇଥିଲେ। ସେହିପରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କିଛି ଛାତ୍ରୀଛାତ୍ର ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଗତ ଶୁକ୍ରବାର ଲିଖିତଭାବେ ଜଣାଇଥିଲେ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡ. ଚାଇନା ପ୍ରଧାନଙ୍କୁ ପଚାରିବାରେ କଲେଜ ଗଭର୍ନିଂ ବଡିର ପ୍ରେସିଡେଣ୍ଟ ଉପଜିଲାପାଳ ରହିଛନ୍ତି। ତେଣୁ ଉପଜିଲାପାଳଙ୍କ ସହ ଆଲୋଚନା କରାଯାଇ ଯାହା ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri