କଲମପୁର ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନେ ମଣ୍ଡିକୁ ଧାନ ଆଣି ଯଗି ବସିଥିବା ରହିଥିବାବେଳେ ମିଲର୍ସମାନେ ମଣ୍ଡିକୁ ଅଖାବସ୍ତା ଓ ଟ୍ରକ ପର୍ଯ୍ୟାପ୍ତ ପରିମାଣରେ ପଠାଇ ପାରୁ ନ ଥିବାରୁ ଧାନ ଉଠାଣ ସେହି ଅନୁପାତରେ ହୋଇପାରୁ ନ ଥିଲା। ଏହାର ସମାଧାନ ଦାବିରେ ମଙ୍ଗଳବାର ସକାଳୁ ଚାଷୀମାନେ କଲମପୁର-ଜୁନାଗଡ ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତାରୋକୋ କରିଥିଲେ।

କଲମପୁରଠାରେ ଚାଷୀମାନେ ରାସ୍ତା ରୋକୋ କରିଥିବା ଖବର ପାଇ ଧର୍ମଗଡ ଉପଜିଲାପାଳ ପଦ୍ମନାଭ ବେହେରା, ସହକାରୀ ଯୋଗାଣ ନିରୀକ୍ଷକ ପ୍ରଫୁଲ ଦାସ, ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅନିଲ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚତ୍ ଚାଷୀମାନଙ୍କୁ ବଝାଶୁଝା କରିଥିଲେ। ଉପଜିଳାପାଳ ବେହେରା ମିଲର୍ସଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ଚାଷୀମାନଙ୍କୁ ଅଖା ବସ୍ତା ଓ ପରିବହନ ପାଇଁ ଟ୍ରକ ଯୋଗାଇ ଦେବାକୁ ତାଗିଦ କରିଥିଲେ। ଶୀଘ୍ର ଚାଷୀମାନଙ୍କ ଧାନକୁ ଉଠାଣ କରିବାକୁ ବିଭାଗୀୟ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଷ ଦେଇଥିଲେ। ଏହା ପରେ ରାସ୍ତାରୋକୋ ହଟିଥିଲା। ବ୍ଲକର ବିଭିନ୍ନ ମଣ୍ଡିରେ ହଜାର ହଜରା ବସ୍ତା ଧାନ ପଡିରହିଥିବା ବେଳେ ଧାନ ଉଠାଣରେ ବିଳମ୍ବ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଧର୍ମଗଡ ଉପଜିଲାପାଳ ବେହେରାଙ୍କ ସହିତ କଲମପୁର କୃଷି ସେବା ସମବାୟ ସମିତି ସଭାପତି ବ୍ରଜେନ୍ଦ୍ର ସାହୁ ଓ ବ୍ଲକ ଉପାଧ୍ୟକ୍ଷ ଦୁଖିରାମ ମାଝି ଆଲୋଚନା କରିଥିଲେ। ଧାନ ବିକ୍ରୟ ପାଇଁ ମଣ୍ଡିକୁ ଆସିଥିବା ଚାଷୀମାନଙ୍କ ମଧ୍ୟରେ ପ୍ରମୋଦ ନିମୁଲିଆ, ନିହାର ରଞ୍ଜନ ସାହୁ, ସୁରେଶ ପଣ୍ଡା, ରାଧେ ଶର୍ମା, ଚିତ୍ତରଞ୍ଜନ ମିଶ୍ର, ସୁଶିଲ ପତିଙ୍କ ସମେତ ବ୍ରଜେନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଦୁଃଖିରାମ ମାଝି ପ୍ରମୁଖ ସହ ଅଞ୍ଚଳର ବହୁ ଚାଷୀ ରାସ୍ତାରୋକୋରେ ସାମିଲଥିଲେ। ଦୀର୍ଘ ସମୟ ଧରୀ ରାସ୍ତାରୋକୋ ହେବା ଫଳରେ ଜାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ରାସ୍ତା ଅବରୋଧ ହଟିବା ପରେ କଲମପୁର ପୋଲିସ ଭିଡକୁ ନିୟନ୍ତ୍ରଣ କରିଥିବା ବେଳେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ସୋମବାରରେ ମୁକ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଗହଳି, ଲକ୍ଷାଧିକ କାଉଡ଼ିଆଙ୍କ ଜଳଲାଗି

ଜମନକିରା,୨୪।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ସମ୍ବଲପୁର ଜିଲା ଜମନକିରା ବ୍ଲକସ୍ଥିତ ପ୍ରସିଦ୍ଧ ପଶ୍ଚିମାଭିମୁଖୀ ଶୈବପୀଠ ବାବା…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri