କଲଭର୍ଟରେ ପିଟି ହୋଇ ନାବାଳିକା ମୃତ

ପାଟଣା/କେନ୍ଦୁଝର, ୨୬।୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଗମ୍ଭାରୀଆ ହାଟଛକ ନିକଟରେ ଶନିବାର ପୂର୍ବାହ୍ନରେ ଏକ ସ୍କୁଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବାରୁ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ନାବାଳିକା ଜଣକ ହେଉଛନ୍ତି କେନ୍ଦେଇ ପଶି ଗ୍ରାମର ନୀଳମଣି ବେହେରାଙ୍କ ଝିଅ ସୌମ୍ୟାରାଣୀ ବେହେରା(୧୫)। ସୂଚନା ଅନୁଯାୟୀ ସୌମ୍ୟା ତାଙ୍କ ଜଣେ ସାଙ୍ଗଙ୍କ ସହ ସ୍କୁଟି ଚଳାଇ ଶିଖିବା ପାଇଁ ଗମ୍ଭାରୀଆ ଆଡ଼କୁ ଯାଉଥିବା ବେଳେ ସ୍କୁଟିଟି ଭାରସାମ୍ୟ ହରାଇ ଛକ ନିକଟ କଲଭର୍ଟରେ ପିଟି ହୋଇଥିଲା। ଉଭୟଙ୍କୁ ପ୍ରଥମେ କେନ୍ଦେଇ ପଶି ଡାକ୍ତରଖାନା ଏବଂ ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ସୌମ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ଏଏସଆଇ ଗୁରୁପ୍ରସାଦ ଦେଓ ତୁରୁମୁଙ୍ଗା ଥାନାରେ ଏନେଇ (ନଂ.୪୯/୧୯) ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଛନ୍ତି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri