କର୍ମଚାରୀଙ୍କୁ ଘରକୁ ବିଦା କଲା ଫୁଟବଲ ଏଫ୍‌ଏଫ୍‌ଏ

ସିଡନୀ,୨୭।୩(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଫୁଟବଲ ଫେଡେରେଶନ ଅଫ୍‌ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ତା’ର କର୍ମଚାରୀଙ୍କୁ ଘରକୁ ବିଦା କରିଛି। ଫେଡେରେଶନର ୭୦ ପ୍ରତିଶତ କର୍ମଚାରୀଙ୍କୁ ଘରକୁ ଯିବାକୁ ପଡିଛି। କରୋନା ଭାଇରସ୍‌ କାରଣରୁ ସାରା ଦେଶରେ ଫୁଟବଲ ଇଭେଣ୍ଟ ପୂରା ଠପ୍‌ ହୋଇଛି। ଫଳରେ ଫେଡେରେଶନ ଆର୍ଥିକ କ୍ଷତି ସହିବା ନିଶ୍ଚିତ ହୋଇଯାଇଛି। ନ୍ୟାଶନାଲ ରେଜିଷ୍ଟ୍ରେଶନ ଫି, ବ୍ରଡକାଷ୍ଟ ମନୀ, ସ୍ପୋନ୍ସରଶିପ୍‌ ଓ ଟିକେଟ ବିକ୍ରି ଏମିତି ସବୁକିଛି ବାଧାପ୍ରାପ୍ତ ହୋଇଛି ବୋଲି ଏଫ୍‌ଏଫ୍‌ଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ଜନସନ କହିଛନ୍ତି। ତେଣୁ ଫେଡେରେଶନକୁ କ୍ରିୟାଶୀଳ ରଖିବା ପାଇଁ ଅନିଚ୍ଛା ସତ୍ତ୍ୱେ ଆମ ଏହି କଷ୍ଟକର ନିଷ୍ପତ୍ତି ନେବାକୁ ହେଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏଫ୍‌ଏଫ୍‌ଏରେ ପାଖାପାଖି ୧୦୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆଉ କେତେଜଣ ପାର୍ଟ ଟାଇମ୍‌ କାର୍ଯ୍ୟ କରୁଛନ୍ତି। ତେବେ ଖେଳାଳିଙ୍କ ପାଉଣା କାଟିବା ନେଇ ଫେଡେରେଶନ ତରଫରୁ କିଛି କୁହାଯାଇନାହିଁ। ତେବେ ଫେଡେରେଶନର ଏହି ନିଷ୍ପତ୍ତି ସାମୟିକ ବୋଲି ଜନ୍‌ସନ କହିଛନ୍ତି। ଫୁଟବଲ ଅଷ୍ଟ୍ରେଲିଆରେ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ହୋଇ ନ ଥିଲେ ମଧ୍ୟ ୨୦ ଲକ୍ଷ ଲୋକେ ଫୁଟବଲ ଖେଳିଥାନ୍ତି।
୪୮୦ ଜଣ ଚୁକ୍ତିବଦ୍ଧ ଖେଳାଳିଙ୍କ ପାଉଣା ୫୦ ପ୍ରତିଶତ କାଟି ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଏମାନଙ୍କ ମଧ୍ୟରେ କେତେକ ଫୁଟବଲର ଗୋଟିଏ ସେସନରେ ୧ ମିଲିୟନ ଅଷ୍ଟ୍ରେଲିଆନ ଡଲାର ଅର୍ଥ ଉପାର୍ଜନ କରିଥାନ୍ତି। ରଗ୍‌ବୀ ଅଷ୍ଟ୍ରେଲିଆ ମଧ୍ୟ ଅନୁରୂପ ଭାବେ ଆର୍ଥତ୍କ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ସ୍ଥାନରେ 5 ଦିନ ପୋଷାକ ପିନ୍ଧନ୍ତିନି ମହିଳା

ନୂଆଦିଲ୍ଲୀ,୧୧|୧୨ : ଭାରତ ଅନନ୍ୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତା ପାଇଁ ସାରା ବିଶ୍ବରେ ପରିଚିତ । ଦେଶର ଏକ ସ୍ଥାନରେ ଏପରି ଏକ ପରମ୍ପରା...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ଐଶ୍ୱର୍ଯ୍ୟା-ଅଭିଷେକ ଛାଡପତ୍ର ଗୁଜବ ବିଷୟରେ ଜାଣିଛନ୍ତି କି ଝିଅ ଆରାଧ୍ୟା, ବାପା କହିଲେ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଛାଡପତ୍ର ବିଷୟରେ ଆଲୋଚନା ହୁଏ। ଏହା ସିଧାସଳଖ ସେମାନଙ୍କ ପରିବାର ଏବଂ ପିଲାମାନଙ୍କୁ ପ୍ରଭାବିତ କରେ। ନିକଟରେ ଅଭିଷେକ ବଚ୍ଚନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri