Posted inରାଜ୍ୟ

କରୋନା: ସ୍ବଚ୍ଛତା ହିଁ ପ୍ରତିଷେଧକ

କରୋନା ଏକ ଆର୍‌ଏନ୍‌ଏ ଭୂତାଣୁ, ଏଚ୍‌ଆଇଭି ଭଳି। ଏହିପରି ଭୂତାଣୁ ଶରୀରର ପ୍ରତିରୋଧକ ଶକ୍ତିକୁ ଅକାମୀ କରି କାୟା ବିସ୍ତାର କରେ ଓ ମଣିଷର ଶ୍ୱାସକ୍ରିୟାକୁ କବଳିତ କରିଥାଏ। ବର୍ତ୍ତମାନର କରୋନାକୁ ନୋଭେଲ ବା ନୂତନ କରୋନା ଭୂତାଣୁ ଆଖ୍ୟା ଦିଆଯାଇଛି; ଯାହାକି ଏସ୍‌-୧ ପୁଷ୍ଟିସାରର ପରିବର୍ତ୍ତନ। ଏହାକୁ କୋଭିଡ଼-୧୯ (COVID-19) ମଧ୍ୟ କୁହାଯାଇଛି ଯାହାର ପୂରା ନାମ ହେଲା କରୋନା ଭାଇରସ୍‌ ଇମ୍ୟୁନୋ ଡେଫିସିଏନ୍ସି-୧୯। ୨୦୧୨ରେ ପୂର୍ବ କରୋନା ଭୂତାଣୁ (SARS, MERS)ରେ ବି ଏହିପରି ଲକ୍ଷଣ ପ୍ରକାଶ ପାଇଥିଲା। ଏବର କରୋନା ଭୂତାଣୁ ବିବର୍ତ୍ତନରେ ଅଲଗା ପ୍ରକାରର ଓ ପୂର୍ବଠାରୁ ଭୟଙ୍କର। ଏହାର ଆକାର ସୂର୍ଯ୍ୟମୁଖୀ ଫୁଲର ପାଖୁଡ଼ା ପରି ହୋଇଥାଏ, ଯାହା ତନ୍ତୁକୁ ଜାବୁଡ଼ିଧରି କାୟାବିସ୍ତାର ପାଇଁ ସାହାଯ୍ୟ କରେ। ତେଣୁ କୁହାଯାଉଛି ସାବୁନ କିମ୍ବା ଅନ୍ୟ ଆଲକହଲ୍‌ଯୁକ୍ତ ପଦାର୍ଥରେ ହାତ ଧୋଇଲେ, ଏହି ପାଖୁଡ଼ାଭଳି ଅଂଶ ଅଲଗା ହୋଇଯାଏ ଏବଂ ହାତରୁ ଝାଳ କିମ୍ବା ତୈଳାକ୍ତ ଅଂଶ ଦୂର ହୋଇଯାଏ ଯାହାଦ୍ୱାରା ଭୂତାଣୁ କାୟାବିସ୍ତାର ପାଇଁ ସମୟ ପାଏ ନାହିଁ। ନଚେତ୍‌ ଝାଳ କିମ୍ବା ତୈଳାକ୍ତ ପଦାର୍ଥ ଯୋଗୁ ଏହା ଏକାଠି ହୋଇ ଏହାର କରାଳ ରୂପ ଦେଖାଏ।

ଭାରତର ଆୟୁଃ ଅନୁସନ୍ଧାନ ସଂସ୍ଥା (ICMR) ଜଣାଇଛନ୍ତି ଯେ, ଭାରତରେ ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ। ଯାହାର ଅର୍ଥ କିଛି ସଂକ୍ରମିତ ବ୍ୟକ୍ତି ବାହାରୁ ଆସିବା ପରେ ସଂକ୍ରମଣ ବ୍ୟାପିଛି (ନାଗରିକ ଓ ଅଣନାଗରିକ)। ତେଣୁ ଭୟାବହ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ରୋକି ହୋଇଗଲେ କରୋନା ପ୍ରଭାବ କମିଯିବ। ଏହାର ଫଳପ୍ରଦ ଚିକିତ୍ସା ଆବିଷ୍କୃତ ହୋଇନାହିଁ। ପ୍ର୍‌ତିଷେଧକ ବ୍ୟବସ୍ଥା ଯଦିଓ ଆରମ୍ଭ ହେଲାଣି (ଆମେରିକା, ଚାଇନା, ଜର୍ମାନୀରେ), ତାହା କେତେ ଫଳପ୍ରଦ ହେବ ଓ କ୍ଷଣସ୍ଥାୟୀ କିମ୍ବା ଦୀର୍ଘସ୍ଥାୟୀ ତାହା ଭବିଷ୍ୟତ କହିବ। ଯଦିଓ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଛନ୍ତି; ଏହାର ପ୍ରତିଷେଧକ ପ୍ରସ୍ତୁତକାରୀ ଦେଶ ତାଙ୍କ ଦେଶ ପାଇଁ ଗଚ୍ଛିତ ରଖିବେ ବା ଏହାକୁ ବୌଦ୍ଧିକ ସମ୍ପତ୍ତି ଭାବି ସମସ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ ତାହା ମଧ୍ୟ ଆଲୋଚନା ହେଲାଣି।

ବହୁତ ସଂସ୍ଥା ଆକଳନ କରୁଛନ୍ତି, କରୋନା ଯୋଗୁ ବଡ଼ ଆର୍ଥିକ ବିପର୍ଯ୍ୟୟ ଆସିପାରେ, କିନ୍ତୁ ଆମେ ଯଦି ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ବନ୍ଦ କରିପାରିବା, ତେବେ ଆର୍ଥିକ ବିପର୍ଯ୍ୟୟ ସ୍ବଳ୍ପକାଳସ୍ଥାୟୀ ହେବ ଓ ରୋଗର ପ୍ରାଦୁର୍ଭାବ ଶୀଘ୍ର କମିଯିବ। ତେଣୁ ସରକାର ଓ ଅନ୍ୟ ସଂସ୍ଥା ସତର୍କ ରହିବା ପାଇଁ ଯେଉଁସବୁ ପ୍ରସ୍ତାବ ପ୍ରତିଦିନ ଲୋକଙ୍କୁ ଅବଗତ କରାଉଛନ୍ତି, ତାକୁ ସୁନାଗରିକ ଭାବେ ପାଳନ କଲେ ଓ ବିଶେଷତଃ ସ୍ବଚ୍ଛତା ଓ ସାମାଜିକ ଦୂରତା ବଜାୟ ରଖିଲେ, ଆମେ ଏ ବିପଦକୁ ଟାଳିପାରିବା।

ଜଗନ୍ନାଥ ମିଶ୍ର
ଭିଆଇଏମ୍‌-୭୭୮, ଶୈଳଶ୍ରୀବିହାର, ଭୁବନେଶ୍ୱର,
ଫୋନ୍‌-୦୭୭୪-୨୭୪୩୮୦୪


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri