କରୋନା ସଂକ୍ରମଣକୁ ରୋକିବ କଟନ ମାସ୍କ

ଓଟଓ୍ବା, ୨୮ା୫: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ସଂକ୍ରମଣଠାରୁ କିଭଳି ଦୂରେଇ ରହିହେବ ଏବଂ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରିହେବ ସେଥିନେଇ ଚିକିତ୍ସା ବିଜ୍ଞାନୀମାନେ ଗବେଷଣା ଜାରି ରଖିଛନ୍ତି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା, ମାସ୍କ୍‌୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାହାରକୁ ବାହାରିବା ସମୟରେ ମାସ୍କ୍‌ ପିନ୍ଧିବା ଜରୁରୀ ବୋଲି ଏଥିରେ ଦର୍ଶାଯାଇଛି। ତେବେ କେଉଁ ପ୍ରକାରର ମାସ୍କ୍‌ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ସକ୍ଷମ ହେବ ସେ ନେଇ କାନାଡ଼ାର ମାକମାଷ୍ଟର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସୂତା କପଡ଼ାରେ ତିଆରି ମାସ୍କ୍‌(କଟନ ମାସ୍କ୍‌) କରୋନା ଭୂତାଣୁକୁ ରୋକିବାରେ ସକ୍ଷମ ହୋଇଥାଏ। ଏକାଧିକ ପରସ୍ତ ଥିବା କପଡ଼ା ମାସ୍କ୍‌ ବ୍ୟବହାର କଲେ କରୋନା ଭୂତାଣୁ ସହଜରେ ପାଟି ଅବା ନାକ ଦ୍ୱାରା ପ୍ରବେଶ କରିପାରି ନ ଥାଏ। ସଂକ୍ରମିତଙ୍କ ଛିଙ୍କ,କାଶ ଅଥବା କଥା କହିବା ଦ୍ୱାରା ତାଙ୍କଠାରୁ ୬ ମିଟର ଦୂରତା ମଧ୍ୟରେ ଘୁରି ବୁଲୁଥିବା କ୍ଷୁଦ୍ର ଜଳ କଣିକା ଯଦି କପଡ଼ା ମାସ୍କ୍‌ ପିନ୍ଧିଥିବା ସୁସ୍ଥ ଲୋକଙ୍କ ପାଖରେ ପହଞ୍ଚେ ତେବେ ତାହା କପଡ଼ାରେ ଲାଗି ରହିଥାଏ କିମ୍ବା ଖସି ପଡ଼ିଥାଏ। ଏଭଳି ମାସ୍କ୍‌ରେ ଏକାଧିକ ପରସ୍ତ ଥିବାରୁ ଭୂତାଣୁ ସହଜରେ ନାକ କି ପାଟି ନିକଟରେ ପହଞ୍ଚି ପାରି ନ ଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଆନାଲ୍ସ ଅଫ୍‌ ଇଣ୍ଟରନାଲ ମେଡ଼ିସିନ୍‌ ଜର୍ନାଲରେ ପ୍ରକାଶ ପାଇଛି। ତିନି ପରସ୍ତ କପଡ଼ାରେ ପ୍ରସ୍ତୁତ ମାସ୍କ୍‌ ଦ୍ୱାରା ୮୮ରୁ ୯୯ ପ୍ରତିଶତ ସୁଫଳ ମିଳିଥାଏ ବୋଲି ମାକମାଷ୍ଟର ବିଶ୍ୱବିଦ୍ୟାଳୟର ପ୍ରଫେସର କ୍ୟାଥେରାଇନ୍‌ କ୍ଲଜ୍‌ ସୂଚନା ଦେଇଛନ୍ତି। ତେବେ ସାର୍ସ-୨ ଭୂତାଣୁକୁ ରୋକିବାରେ ଏଭଳି ମାସ୍କ୍‌ କେତେଦୂର ଉପଯୋଗୀ ହେବ ସେ ନେଇ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ ବୋଲି ସେ କହିଛନ୍ତି। ସେହିପରି ବ୍ୟବସାୟିକ ଭାବେ ୪ ପରସ୍ତ କପଡ଼ାରେ ତିଆରି ହେଉଥିବା ମାସ୍କ୍‌ ୯୯ ପ୍ରତିଶତ ସୁଫଳ ପ୍ରଦାନ କରିଥାଏ। ଅପରପକ୍ଷରେ ମେଡିକାଲ ମାସ୍କ୍‌ରୁ ୯୬ରୁ୯୯ ପ୍ରତିଶତ ପର୍ଯ୍ୟନ୍ତ ସୁଫଳ ମିଳିପାରିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗୋଟିଏ ପରସ୍ତ କପଡ଼ାରେ ତିଆରି ହେଉଥିବା ମାସ୍କ୍‌ ୧୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ। ସୂତା କପଡ଼ାରେ ତିଆରି ହୋଇଥିବା ୨ ପରସ୍ତ ମାସ୍କ୍‌ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ସଫଳତା ମିଳିଥାଏ। ତେଣୁ ମାସ୍କ୍‌ ତିଆରି ସମୟରେ ଅଧିକ ପରସ୍ତ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି। ମାସ୍କ୍‌ର ପରସ୍ତ ବଢ଼ିବା ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ିଥାଏ। କରୋନା ମହାମାରୀ ସଙ୍କଟରେ ଏଭଳି ମାସ୍କ୍‌ ବେଶ୍‌ ଉପଯୋଗୀ ବୋଲି କ୍ୟାଥେରାଇନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?