କରୋନା ଲାଗି ପୂର୍ବତଟ ରେଳପଥର ସତର୍କତା ପଦକ୍ଷେପ

ଭୁବନେଶ୍ୱର,୧୫।୩: ପୂର୍ବତଟ ରେଳପଥ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ରେଳପଥରେ ପର୍ଯ୍ୟାନ୍ତ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ କାର୍ଯ୍ୟକାରିତାକୁ ନିୟମିତ ଭାବେ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ଦ୍ୱାରା ସଂକ୍ରମଣକୁ ରେଳ ପରିସରରେ ରୋକିବାକୁ ସମସ୍ତ ଉଦ୍ୟମ କରିବା, ପୂର୍ବତଟ ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ହେଲପ୍‌ଲାଇନ୍‌ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି। ଏଥି ସଙ୍ଗେ ସଙ୍ଗେ କର୍ମଚାରୀମାନଙ୍କୁ ସୂକ୍ଷ୍ମାନୁଭୂତି ସମ୍ପନ୍ନ ଓ ଶିକ୍ଷିତ କରାଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କ ସହ ସହଯୋଗିତା ଓ ସଂଯୋଗ ରଖାଯାଇଛି।
ବିଭିନ୍ନ ଟ୍ରେନ୍‌, ଷ୍ଟେସନ, ଷ୍ଟେସନ ପରିସର, ରେଳ କଲୋନୀ, କାର୍ଯ୍ୟାଳୟ ଓ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଜନସାଧାରଣ ଓ ରେଳ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ପ୍ରଚାରପତ୍ରଗୁଡ଼ିକ ବଣ୍ଟା ଯାଉଛି। ସ୍ଥାନୀୟ ଭାଷାରେ ଅଡ଼ିଓ ଭିଜୁଆଲ୍‌ ମାଧ୍ୟମରେ ପବ୍ଲିକ ଆଡ୍ରେସ୍‌ ପଦ୍ଧତିରେ ସଚେତନତା ବାର୍ତ୍ତା ଦିଆଯାଉଛି। ରେଲୱେ ହସ୍‌ପିଟାଲ୍‌ରେ ଯେଉଁ କର୍ମଚାରୀମାନଙ୍କୁ ଜ୍ୱର ହୋଇଛି, ସେମାନଙ୍କୁ ଅଲଗା କରାଯାଇଛି। ଜ୍ୱର କେଶ୍‌ ଗୁଡ଼ିକ ପାଇଁ ସ୍ବତନ୍ତ୍ର କାଉଣ୍ଟର ବା ୱାର୍ଡ଼ ବ୍ୟବସ୍ଥା ରହିଛି। ଦେଶର ବିଭିନ୍ନ ସ୍ଥାନରେ ସଂଗରୋଧ ନିମନ୍ତେ ରେଲୱେ ସ୍ବତନ୍ତ୍ର ବେଡ଼୍‌ ଚିହ୍ନିତ କରିଛି। ସନ୍ଦିଗ୍ଧ କରୋନା ଭାଇରସ୍‌ ରୋଗୀ ନଜରରେ ଆସିଲେ ସଙ୍ଗେ ସଙ୍ଗେ ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ଲାଗି ରେଲଓ୍ବେ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସମସ୍ତ ରେଲୱେ ମେଡିକାଲ୍‌ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ରାଜ୍ୟ କର୍ତ୍ତୃପକ୍ଷ ସହିତ ଯୋଗାଯୋଗରେ ରହି କରୋନା ଉପରେ ତଥ୍ୟ ନେବା ସହ ବିଭିନ୍ନ ନିର୍ଦ୍ଦେଶନାମା ସଂଗ୍ରହ କରି ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା କରିବେ। ରେଲୱେ ପରିସରରେ ପୃଥକ୍‌, ସଂଗରୋଧ କେନ୍ଦ୍ର ବେଡ଼୍‌ଗୁଡ଼ିକ ପ୍ରଶାସନ ସହ ପରାମର୍ଶ କରି ବ୍ୟବହାର କରାଯାଇପାରିବ। ରେଳ କର୍ମଚାରୀ ଓ ରେଳ ଉପଭୋକ୍ତାମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ନିମନ୍ତେ ରେଲୱେ ସେଟେଲ୍‌ମେଣ୍ଟରେ ସ୍ବାସ୍ଥ୍ୟ ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି। ପ୍ରତିଷେଧକ ବ୍ୟବସ୍ଥା ଉପରେ ସ୍ବାସ୍ଥ୍ୟ ଯନତ୍ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସନ୍ଦିଗ୍ଧ କୋଭିନ୍‌-୧୧ କେଶ୍‌ଗୁଡ଼ିକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ପୂର୍ବତଟ ରେଳପଥ କେନ୍ଦ୍ରିୟ ହସ୍‌ପିଟାଲ୍‌, ସମ୍ବଲପୁର, ବିଶାଖାପାଟଣା ଓ ଖୋର୍ଦ୍ଧାରୋଡ଼୍‌ ରେଳମଣ୍ଡଳରେ ମଣ୍ଡଳ ହସ୍‌ପିଟାଲ୍‌ ଗୁଡ଼ିକରେ୧୦ଟି ବେଡ଼୍‌ ପୃଥକ୍‌ ଭାବେ ଔଷଧ ଓ ଜୀବନ ବଞ୍ଚେଇବା ଯନ୍ତ୍ରପାତି ସହ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri