କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଆୟୁଷ ଡାକ୍ତର ପ୍ରତିନିଧି ଦଳର ଦାବି

ଲୋଇସିଂହା,୨୧।୫(ଡି.ଏନ.ଏ.): ମହାମାରୀ କରୋନା ମୁକାବିଲାରେ ଆୟୁଷ ଡାକ୍ତରମାନେ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇନାହାନ୍ତି। ଏଥି ସହିତ ଡାକ୍ତରଙ୍କ ପାଇଁ ଘୋଷଣା ହୋଇଥିବା କୌଣସି ଯୋଜନାରେ ସେମାନଙ୍କୁ ସାମିଲ କରିନାହାନ୍ତି। ଏ ନେଇ କ୍ଷୋଭ ପ୍ରକାଶ କରିଛି ବଲାଙ୍ଗୀର ପିଏଚସି ଓ ସିଏଚସିର କାର୍ଯ୍ୟରତ ଆୟୁଷ ଡାକ୍ତର ସଂଘ। ସଂଘର ଏକ ପ୍ରତିନିଧିଦଳ ଏହି ମର୍ମରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ତାଙ୍କ ନଅଗଁା(ଖ) ସ୍ଥିତ କାର୍ଯ୍ୟାଳୟରେ ଭେଟି ଏ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି। ସଂଘର ଡା. ନାରାୟଣ କାଣ୍ଡି, ଡା. ସୁଚରିତା ସାମଲ, ଡା. ଶୁଚିସ୍ମିତା ମହାନ୍ତି, ଡା. ରଶ୍ମିତା ପଧାନ, ଡା. ଲଳିତ କୁମାର ସାହୁ ପ୍ରମୁଖ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ବନ ବିଭାଗ ପ୍ରକଳ୍ପରୁ ସାମଗ୍ରୀ ଚୋରି: ପାଣି ମୋଟର-ସୋଲାର ପ୍ୟାନେଲ ଜବତ, ଜେଲ୍‌ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ସଅଁଢେପ ଗ୍ରାମର ଏକ ବନ ବିଭାଗ ଜଳାଶୟ ପ୍ରକଳ୍ପରୁ ବିଭିନ୍ନ ସାମଗ୍ରୀ ଚୋରି…

ଭଞ୍ଜନଗରରେ ଖରିଫ୍ ଧାନକିଣା: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ, ତାଲିମ୍ ଶିବିରରେ…

ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)- ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଖରିଫ୍ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଉପରେ ଏକ ଉପଖଣ୍ଡସ୍ତରୀୟ…

ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri