କରୋନା ମ୍ୟାପ୍‌ରେ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୧୦।୪ – ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଯାଜପୁର ପରେ କରୋନା ମ୍ୟାପ୍‌ରେ ଯୋଡ଼ି ହୋଇଛି ଢେଙ୍କାନାଳ। ଜିଲା ସଦର ମହକୁମାର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ୫୧ ବର୍ଷୀୟା ମହିଳାଙ୍କ ସ୍ବାବ୍‌ରୁ କୋଭିଡ୍‌-୧୯ ଭୂତାଣୁ ଠାବ କରାଯାଇଛି। ଗତ ମାସରେ ପଡ଼ୋଶୀ ରାଜ୍ୟର କେତେଜଣ ଧର୍ମ ପ୍ରଚାରକ ଢେଙ୍କାନାଳ ଆସିଥିଲେ। ସେମାନେ ପାଖାପାଖି ସପ୍ତାହେ ଧରି ସମ୍ପୃକ୍ତ ମହିଳାଙ୍କ ପରିବାର ସହିତ ରହିଥିଲେ। ଏହା ହିଁ ସଂକ୍ରମଣ କାରଣ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି।
ସକାଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଥିବା ପ୍ରଚାର ହେବା ପରେ ସହରବାସୀ ଆଶ୍ୱସ୍ତ ହୋଇଥିଲେ। ଏହାପରେ କ୍ୱାରାଣ୍ଟାଇନ୍‌ରେ ଥିବା ୧୫ଜଣଙ୍କ ଭିତରୁ ଆକ୍ରାନ୍ତ ମହିଳାଙ୍କ ସମେତ ୬ଜଣଙ୍କୁ ଘରକୁ ଛାଡ଼ି ଦିଆଯାଇଥିଲା। ତେବେ ଅପରାହ୍ନରେ ମହିଳାଙ୍କ ରିପୋର୍ଟ ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ସହରବାସୀଙ୍କ ସମେତ ପ୍ରଶାସନର ଚିନ୍ତା ବଢ଼ିଥିଲା। ସମସ୍ତଙ୍କୁ ତୁରନ୍ତ ଅଣାଯାଇ କଣ୍ଟାନାଳୀ ବାଇପାସ୍‌ ନିକଟରେ ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେଠାରୁ ଆକ୍ରାନ୍ତଙ୍କୁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଅନ୍ୟମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ସେମାନଙ୍କ ଆଉଥରେ ସ୍ବାବ୍‌ ପରୀକ୍ଷା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲାପାଳ କୁହନ୍ତି, ସମ୍ପୃକ୍ତ ମହିଳାଙ୍କ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନାହିଁ। ସେ ନିକଟ ଅତୀତରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା କରିନାହାନ୍ତି। ତେବେ ସେ ରାଜ୍ୟ ବାହାରୁ ଆସିଥିବା ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଦୁଇ ପରିବାରର ୧୫ଜଣଙ୍କୁ ପୌରସଂସ୍ଥାର କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସମସ୍ତଙ୍କ ସ୍ବାବ ପରୀକ୍ଷଣ ଲାଗି ପଠାଯାଇଥିଲା। ମହିଳାଙ୍କୁ ବାଦ୍‌ ଦେଲେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଅନ୍ୟମାନେ ଯେହେତୁ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି, ତେଣୁ ବିଶେଷ ସମସ୍ୟା ନାହିଁ। ତଥାପି ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ଼ କରାଯାଉଛି। ଆକ୍ରାନ୍ତ ମହିଳା ରହୁଥିବା ଅଞ୍ଚଳକୁ ବିଶୋଧନ କରାଯାଇଛି। ସହରବାସୀଙ୍କ ହିତକୁ ନିଜରରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏସ୍‌ପି ଅନୁପମା ଜେମ୍‌ସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପୋଲିସ ପକ୍ଷରୁ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦୁଇ ପରିବାରର ୧୫ଜଣ କରୋନା ସନ୍ଦିଗ୍ଧଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଠାବ କରାଯାଇଥିଲା। ମାର୍ଚ୍ଚ ୧୦ରେ ନୂଆଦିଲ୍ଲୀରୁ ୧୦ଜଣ ଟ୍ରେନ୍‌ ଯୋଗେ ସମ୍ବଲପୁର ଦେଇ ଢେଙ୍କାନାଳ ଆସିଥିଲେ। ସେମାନେ ସମ୍ପୃକ୍ତ ଦୁଇ ପରିବାର ସହିତ ରହୁଥିଲେ। ୧୭ ତାରିଖରେ ନୂଆଦିଲ୍ଲୀରୁ ଆସିଥିବା ଧର୍ମଯାଜକମାନେ ସମ୍ବଲପୁର ଦେଇ ପଶ୍ଚିମବଙ୍ଗ ଫେରି ଯାଇଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସମ୍ପୃକ୍ତ ୧୫ ସଦସ୍ୟ (୬ ମହିଳା, ୪ ପୁରୁଷ ଏବଂ ୫ ଶିଶୁ)ଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri