କରୋନା ଭୟ: ଫିଲ୍ମ, ଧାରାବାହିକ ଶୁଟିଂ ବନ୍ଦ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଫିଲ୍ମ ଓ ଧାରାବାହିକ ଶୁଟିଂକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏଥିଲାଗି ହାତ ମିଳାଇଛନ୍ତି ଇଣ୍ଡିଆନ୍‌ ମୋଶନ ପିକ୍‌ଚର ପ୍ରଡ୍ୟୁସର୍ସ ଆସୋସିଏଶନ (ଆଇଏମ୍‌ପିପିଏ), ଓ୍ବେଷ୍ଟର୍ନ ଇଣ୍ଡିଆ ଫିଲ୍ମ ପ୍ରଡ୍ୟୁସର୍ସ ଆସୋସିଏଶନ (ଡବ୍ଲ୍ୟଆଇପିଏଫ୍‌ଏ), ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ୍‌ ଟିଭି ପ୍ରଡ୍ୟୁସର୍ସ କାଉନ୍‌ସିଲ (ଆଇଏଫ୍‌ଟିପିସି), ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏଶନ (ଆଇଏଫ୍‌ଟିଡିଏ) ଏବଂ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (ଏଫ୍‌ଡବ୍ଲ୍ୟୁଆଇସିଇ)। ରବିବାର ଅନୁଷ୍ଠିତ ଏକ ମିଳିତ ବୈଠକରେ ଫିଲ୍ମ ସହ ସମସ୍ତ ଟେଲି ଧାରାବାହିକ, ଓ୍ବେବ୍‌ ସିରିଜ ଏବଂ ଡିଜିଟାଲ ପ୍ଲାଟ୍‌ଫର୍ମର ସମସ୍ତ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଶୁଟିଂକୁ ଆସନ୍ତା ୧୯ ତାରିଖରୁ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସ୍ଥିର କରାଯାଇଛି। ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସମସ୍ତ ସିନେମା ହଲ୍‌, ଶିକ୍ଷାନୁଷ୍ଠାନ, ମହୋତ୍ସବକୁ ବନ୍ଦ କରାଯାଇଥିବାବେଳେ ପ୍ରଯୋଜକ ଆସୋସିଏଶନ ଏଥିରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି କହିଛି। ତେବେ ୧୯ ତାରିଖ ପର୍ଯ୍ୟନ୍ତ ଶୁୁଟିଂ କରୁଥିବା ସଂସ୍ଥା ସମସ୍ତ ପ୍ରକାର ପ୍ରାକ୍‌ ସଚେତନମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ୩୦ ତାରିଖରେ ଆଉ ଏକ ବୈଠକ ବସି ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଇଣ୍ଡିଆନ୍‌ ମୋଶନ ପିକ୍‌ଚର ପ୍ରଡ୍ୟୁସର୍ସ ଆସୋସିଏଶନ କହିଛି।
ଏପଟେ ଓଡ଼ିଶାରେ ମଧ୍ୟ ସମସ୍ତ ଚଳଚ୍ଚିତ୍ର ଓ ଧାରାବାହିକର ଶୁଟିଂ ବନ୍ଦ କରିବାକୁ ଓଡ଼ିଶା ପ୍ରଡ୍ୟୁସର୍ସ ଆସୋସିଏଶନ ନିଷ୍ପତ୍ତି ନେଇଛି। ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଲାଗି ଏପରି ନିଷ୍ପତ୍ତି ନିଆଯାଇଥିବାବେଳେ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶୁଟିଂ ବନ୍ଦ ରହିବ। ଧାରାବାହିକଗୁଡ଼ିକ ପୂର୍ବରୁ ଶୁଟିଂ ସରିଥିବା ଏପିସୋଡ୍‌ରେ ଚାଲିବ। ୧୫ଦିନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରଡ୍ୟୁସର୍‌ ଆସୋସିଏଶନ୍‌ର ଏକ୍‌ଜିକ୍ୟୁଟିଭ୍‌ ବଡି ସଦସ୍ୟ ଲୁଟୁ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?