କରୋନା ଭୟ: ଧାର୍ମିକ ଅନୁଷ୍ଠାନ ଖାଁ ଖାଁ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୟରେ ସରକାର ରାଜଧାନୀରେ ଥିବା ଏକାଧିକ ଧାର୍ମିକ ଅନୁଷ୍ଠାନ ଉପରେ ରୋକ ଲଗାଇବାପରେ ଏବେ ସେଠାରେ ବିରଳ ଚିତ୍ର ଦେଖିବାକୁ ମିଳିଛି। ଶୁକ୍ରବାର ରାଜଧାନୀର ରାମନ୍ଦିର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କେବଳ ପୂଜକ ପ୍ରଭୁଙ୍କ ନିତିକାନ୍ତି କରିଥିଲେ। ସେହିଭଳି ଚର୍ଚ୍ଚ ଏବଂ ମସ୍‌ଜିଦ ଗେଟରେ ତାଲା ପଡ଼ିଥିଲା। ଅନେକ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ ପାଇଁ ଆସୁଥିଲେ ମଧ୍ୟ ଗେଟ ଆଗରେ ମୁଣ୍ଡିଆ ମାରି ଚାଲିଯାଉଥିଲେ। ସବୁଠୁ ଅଧିକ ହଇରାଣ ହୋଇଥିଲେ ମୁସ୍‌ଲିମ୍‌ ସମ୍ପ୍ରଦାୟର ଭାଇମାନେ। ଶୁକ୍ରବାର ଥିବାରୁ ସେମାନେ ନମାଜ ପାଠ କରିବା ପାଇଁ ମସ୍‌ଜିଦ ଆସିଥିଲେ। ମସ୍‌ଜିଦ ବନ୍ଦ ଥିବାରୁ ଅନେକ ଗେଟ ଆଗରେ ନମାଜ ପାଠ କରିଥିବା ଦେଖିବାକୁ ମିଳିଥିଲା। ଅନେକ ମୁସ୍‌ଲିମ୍‌ ଭାଇ ଘରକୁ ଯାଇ ନମାଜ ପାଠ କରିଥିବା କହିଛନ୍ତି।
ଚା’ ଦୋକାନରେ ଅହେତୁକ ଭିଡ଼
୭ ଜଣ ଲୋକ ଏକାଠି ହେବା ଉପରେ ରୋକ ଲଗାଯାଇଛି। ହେଲେ ରାଜଧାନୀରେ ଥିବା ବଡ଼ବଡ଼ ଚା’ ଦୋକାନରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି। ଏକାଥରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଭିଡ଼ ଜମାଉଛନ୍ତି। ରାଜଧାନୀର ମାଉସୀ ମା’ ମନ୍ଦିର ନିକଟରେ ଏକ ଚା’ ଦୋକାନରେ ଏକାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏନେଇ ଦୋକାନୀଙ୍କୁ ପଚାରିବାରୁ ସେ ଅଜବ ଯୁକ୍ତିକରି କହିଥିଲେ, ପୋଲିସ ଆମକୁ ବନ୍ଦ କରିବାକୁ କହି ନାହଁାନ୍ତି । କେବଳ ଏହି ଗୋଟିଏ ଚା’ଦୋକାନ ନୁହେଁ ସିଆରପି,ରାଜମହଲ,ଏଜି ଛକ,ରବୀନ୍ଦ୍ର ମଣ୍ଡପ ଛକ ନିକଟରେ ଥିବା ଚା’ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।
ଭୟରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି। ଏପରିକି ଟିଉସନ୍‌ ସେଣ୍ଟର ଏବଂ କୋଚି ସେଣ୍ଟର ବନ୍ଦ କରିବା ସହ ଆସନ୍ତା ସୋମବାରଠାରୁ ସମସ୍ତ ପରୀକ୍ଷାଗୁଡିକୁ ବାତିଲ କରାଯାଇଛି। ହେଲେ ଶନିବାର ଅନେକ ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ଛାତ୍ରୀଛାତ୍ରମାନେ ଭୟରେ ଆସି ପରୀକ୍ଷା ଦେଇଛନ୍ତି। ସଂଗୀତ ମହାବିଦ୍ୟାଳୟରେ ଏକାଧିକ ପିଲା ଭୟରେ ପରୀକ୍ଷା ଦେଇଥିବା କହିଛନ୍ତି। ଯାହାକୁ ନେଇ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଆମେ ପରୀକ୍ଷା ଦେବାକୁ ଆସି ଏକାଠି ହେଉଥିବାରୁ ଆମକୁ କରୋନା ଭୂତାଣୁ ପ୍ରବେଶ କରିବା ଆଶଙ୍କା କରାଯାଉଛି। ଯଦି ଭୂତାଣୁ ଆମ ଦେହରେ ପ୍ରବେଶ କରେ ତେବେ ଏଥିପାଇଁ କିଏ ଦାୟୀ ରହିବ।
୨୫ରୁ ଊର୍ଦ୍ଧ୍ୱ ପିଲା ଖେଳୁଛନ୍ତି କ୍ରିକେଟ
ଏକାଧିକ ଲୋକ ରୁଣ୍ଡ ହେବାକୁ ମନା କରାଯାଇଛି। ହେଲେ ଏହା କାହା ଉପରେ ଫରକ୍‌ ପକାଉନି। ଅନ୍ୟଦିନ ପରି ୨୫ରୁ ଊର୍ଦ୍ଧ୍ୱ ପିଲା ଏକାଠି ହୋଇ କ୍ରିକେଟ ଖେଳୁଛନ୍ତି। ଗୋଟିଏ ବ୍ୟାଟ୍‌ ଏବଂ ବଲକୁ ଏକାଧିକ ପିଲା ବ୍ୟବହାର କରୁଛନ୍ତି। ଯାହାଦ୍ୱାରା କରୋନା ଭଳି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏୟାରପୋର୍ଟ ଥାନା ସମ୍ମୁଖ ପଡ଼ିଆ, ନୟାପଲୀ ଦୁର୍ଗାପୂଜା ମଣ୍ଡପ ସମ୍ମୁଖରେ ଥିବା ପଡ଼ିଆରେ ଏକାଧିକ ପିଲା କ୍ରିକେଟ ଖେଳୁଛନ୍ତି।
ଥାନା ଏବଂ କ୍ୟାପିଟାଲ ହସ୍ପିଟାଲ ଫାଙ୍କା
କ୍ୟାପିଟାଲ ହସ୍ପିଟାଲରେ ଦିନକୁ ୨ଶହରୁ ଊର୍ଦ୍ଧ୍ୱ ଲୋକ ନିଜର ରୋଗ ଦେଖାଇବାକୁ ଆସୁଥିଲେ। ଏବେ ୨୦ ଜଣ ଆସିବା କଷ୍ଟକର ହୋଇପଡ଼ିଛି। ହସ୍ପିଟାଲରେ ଦୁଇ ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିବାରୁ ଏହା ଭୟରେ ଅନେକ ଲୋକ ହସ୍ପିଟାଲ ମାଟି ମାଡୁନାହାନ୍ତି। ସେହିପରି ରାଜଧାନୀରେ ଥିବା ଏକାଧିକ ଥାନା ଖାଁ ଖଁା ଲାଗୁଛି। କେବଳ ଡିସିଓ ଅଫିସରଙ୍କୁ ଏବଂ ଥାନାର କର୍ମଚାରୀଙ୍କୁ ଛାଡ଼ିଦେଲେ ଅଭିଯୋଗକାରୀଙ୍କୁ ଦେଖିବାକୁ ମିଳୁନି। ଆଗରୁ ଥାନାରେ ପ୍ରତିଦିନ ୨୫ରୁ ଉର୍ଦ୍ଧ୍ୱ ଅଭିଯୋଗ ହେଉଥିବା ବେଳେ ଏବେ ଦୁଇ, ତିନୋଟି ଅଭିଯୋଗ ଆସୁଛିି। କେଉଁଦିନ କୌଣସି ଅଭିଯୋଗ ଆସୁ ନ ଥିବା ଏକାଧିକ ଥାନା ଅଧିକାରୀ କହିଛନ୍ତି।
ପର୍ଯ୍ୟଟନ ସ୍ଥଳୀରେ ପଶୁପକ୍ଷୀ ହନ୍ତସନ୍ତ
ରାଜଧାନୀରେ ଥିବା ପର୍ଯ୍ୟଟନ ସ୍ଥଳୀରେ ଏକାଧିକ ପଶୁପକ୍ଷୀ ରହିଛନ୍ତି। ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସେମାନଙ୍କୁ ଖାଇବାକୁ ଦେଇଥାନ୍ତି। ହେଲେ ଏବେ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହେବା ଫଳରେ ଏହି ଜନ୍ତୁମାନେ ଖାଦ୍ୟ ପାଇଁ ଆଉଟ ପାଉଟ ହେଉଛନ୍ତି। ବିଶେଷ କରି ଖଣ୍ଡଗିରି ପାହାଡ଼,ଧଉଳି, ନନ୍ଦନକାନନରେ ଥିବା ଏକାଧିକ ମାଙ୍କଡ଼ ଭୋକରେ ଆଉଟ ପାଉଟ ହେଉଛନ୍ତି। ସ୍ଥାନୀୟ କେତେକ ଯୁବକ ସେମାନଙ୍କୁ ଖାଇବାକୁ ଦେଉଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?