କରୋନା ଭୟ: ଧାର୍ମିକ ଅନୁଷ୍ଠାନ ଖାଁ ଖାଁ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୟରେ ସରକାର ରାଜଧାନୀରେ ଥିବା ଏକାଧିକ ଧାର୍ମିକ ଅନୁଷ୍ଠାନ ଉପରେ ରୋକ ଲଗାଇବାପରେ ଏବେ ସେଠାରେ ବିରଳ ଚିତ୍ର ଦେଖିବାକୁ ମିଳିଛି। ଶୁକ୍ରବାର ରାଜଧାନୀର ରାମନ୍ଦିର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କେବଳ ପୂଜକ ପ୍ରଭୁଙ୍କ ନିତିକାନ୍ତି କରିଥିଲେ। ସେହିଭଳି ଚର୍ଚ୍ଚ ଏବଂ ମସ୍‌ଜିଦ ଗେଟରେ ତାଲା ପଡ଼ିଥିଲା। ଅନେକ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ ପାଇଁ ଆସୁଥିଲେ ମଧ୍ୟ ଗେଟ ଆଗରେ ମୁଣ୍ଡିଆ ମାରି ଚାଲିଯାଉଥିଲେ। ସବୁଠୁ ଅଧିକ ହଇରାଣ ହୋଇଥିଲେ ମୁସ୍‌ଲିମ୍‌ ସମ୍ପ୍ରଦାୟର ଭାଇମାନେ। ଶୁକ୍ରବାର ଥିବାରୁ ସେମାନେ ନମାଜ ପାଠ କରିବା ପାଇଁ ମସ୍‌ଜିଦ ଆସିଥିଲେ। ମସ୍‌ଜିଦ ବନ୍ଦ ଥିବାରୁ ଅନେକ ଗେଟ ଆଗରେ ନମାଜ ପାଠ କରିଥିବା ଦେଖିବାକୁ ମିଳିଥିଲା। ଅନେକ ମୁସ୍‌ଲିମ୍‌ ଭାଇ ଘରକୁ ଯାଇ ନମାଜ ପାଠ କରିଥିବା କହିଛନ୍ତି।
ଚା’ ଦୋକାନରେ ଅହେତୁକ ଭିଡ଼
୭ ଜଣ ଲୋକ ଏକାଠି ହେବା ଉପରେ ରୋକ ଲଗାଯାଇଛି। ହେଲେ ରାଜଧାନୀରେ ଥିବା ବଡ଼ବଡ଼ ଚା’ ଦୋକାନରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି। ଏକାଥରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଭିଡ଼ ଜମାଉଛନ୍ତି। ରାଜଧାନୀର ମାଉସୀ ମା’ ମନ୍ଦିର ନିକଟରେ ଏକ ଚା’ ଦୋକାନରେ ଏକାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏନେଇ ଦୋକାନୀଙ୍କୁ ପଚାରିବାରୁ ସେ ଅଜବ ଯୁକ୍ତିକରି କହିଥିଲେ, ପୋଲିସ ଆମକୁ ବନ୍ଦ କରିବାକୁ କହି ନାହଁାନ୍ତି । କେବଳ ଏହି ଗୋଟିଏ ଚା’ଦୋକାନ ନୁହେଁ ସିଆରପି,ରାଜମହଲ,ଏଜି ଛକ,ରବୀନ୍ଦ୍ର ମଣ୍ଡପ ଛକ ନିକଟରେ ଥିବା ଚା’ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।
ଭୟରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି। ଏପରିକି ଟିଉସନ୍‌ ସେଣ୍ଟର ଏବଂ କୋଚି ସେଣ୍ଟର ବନ୍ଦ କରିବା ସହ ଆସନ୍ତା ସୋମବାରଠାରୁ ସମସ୍ତ ପରୀକ୍ଷାଗୁଡିକୁ ବାତିଲ କରାଯାଇଛି। ହେଲେ ଶନିବାର ଅନେକ ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ଛାତ୍ରୀଛାତ୍ରମାନେ ଭୟରେ ଆସି ପରୀକ୍ଷା ଦେଇଛନ୍ତି। ସଂଗୀତ ମହାବିଦ୍ୟାଳୟରେ ଏକାଧିକ ପିଲା ଭୟରେ ପରୀକ୍ଷା ଦେଇଥିବା କହିଛନ୍ତି। ଯାହାକୁ ନେଇ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଆମେ ପରୀକ୍ଷା ଦେବାକୁ ଆସି ଏକାଠି ହେଉଥିବାରୁ ଆମକୁ କରୋନା ଭୂତାଣୁ ପ୍ରବେଶ କରିବା ଆଶଙ୍କା କରାଯାଉଛି। ଯଦି ଭୂତାଣୁ ଆମ ଦେହରେ ପ୍ରବେଶ କରେ ତେବେ ଏଥିପାଇଁ କିଏ ଦାୟୀ ରହିବ।
୨୫ରୁ ଊର୍ଦ୍ଧ୍ୱ ପିଲା ଖେଳୁଛନ୍ତି କ୍ରିକେଟ
ଏକାଧିକ ଲୋକ ରୁଣ୍ଡ ହେବାକୁ ମନା କରାଯାଇଛି। ହେଲେ ଏହା କାହା ଉପରେ ଫରକ୍‌ ପକାଉନି। ଅନ୍ୟଦିନ ପରି ୨୫ରୁ ଊର୍ଦ୍ଧ୍ୱ ପିଲା ଏକାଠି ହୋଇ କ୍ରିକେଟ ଖେଳୁଛନ୍ତି। ଗୋଟିଏ ବ୍ୟାଟ୍‌ ଏବଂ ବଲକୁ ଏକାଧିକ ପିଲା ବ୍ୟବହାର କରୁଛନ୍ତି। ଯାହାଦ୍ୱାରା କରୋନା ଭଳି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏୟାରପୋର୍ଟ ଥାନା ସମ୍ମୁଖ ପଡ଼ିଆ, ନୟାପଲୀ ଦୁର୍ଗାପୂଜା ମଣ୍ଡପ ସମ୍ମୁଖରେ ଥିବା ପଡ଼ିଆରେ ଏକାଧିକ ପିଲା କ୍ରିକେଟ ଖେଳୁଛନ୍ତି।
ଥାନା ଏବଂ କ୍ୟାପିଟାଲ ହସ୍ପିଟାଲ ଫାଙ୍କା
କ୍ୟାପିଟାଲ ହସ୍ପିଟାଲରେ ଦିନକୁ ୨ଶହରୁ ଊର୍ଦ୍ଧ୍ୱ ଲୋକ ନିଜର ରୋଗ ଦେଖାଇବାକୁ ଆସୁଥିଲେ। ଏବେ ୨୦ ଜଣ ଆସିବା କଷ୍ଟକର ହୋଇପଡ଼ିଛି। ହସ୍ପିଟାଲରେ ଦୁଇ ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିବାରୁ ଏହା ଭୟରେ ଅନେକ ଲୋକ ହସ୍ପିଟାଲ ମାଟି ମାଡୁନାହାନ୍ତି। ସେହିପରି ରାଜଧାନୀରେ ଥିବା ଏକାଧିକ ଥାନା ଖାଁ ଖଁା ଲାଗୁଛି। କେବଳ ଡିସିଓ ଅଫିସରଙ୍କୁ ଏବଂ ଥାନାର କର୍ମଚାରୀଙ୍କୁ ଛାଡ଼ିଦେଲେ ଅଭିଯୋଗକାରୀଙ୍କୁ ଦେଖିବାକୁ ମିଳୁନି। ଆଗରୁ ଥାନାରେ ପ୍ରତିଦିନ ୨୫ରୁ ଉର୍ଦ୍ଧ୍ୱ ଅଭିଯୋଗ ହେଉଥିବା ବେଳେ ଏବେ ଦୁଇ, ତିନୋଟି ଅଭିଯୋଗ ଆସୁଛିି। କେଉଁଦିନ କୌଣସି ଅଭିଯୋଗ ଆସୁ ନ ଥିବା ଏକାଧିକ ଥାନା ଅଧିକାରୀ କହିଛନ୍ତି।
ପର୍ଯ୍ୟଟନ ସ୍ଥଳୀରେ ପଶୁପକ୍ଷୀ ହନ୍ତସନ୍ତ
ରାଜଧାନୀରେ ଥିବା ପର୍ଯ୍ୟଟନ ସ୍ଥଳୀରେ ଏକାଧିକ ପଶୁପକ୍ଷୀ ରହିଛନ୍ତି। ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସେମାନଙ୍କୁ ଖାଇବାକୁ ଦେଇଥାନ୍ତି। ହେଲେ ଏବେ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହେବା ଫଳରେ ଏହି ଜନ୍ତୁମାନେ ଖାଦ୍ୟ ପାଇଁ ଆଉଟ ପାଉଟ ହେଉଛନ୍ତି। ବିଶେଷ କରି ଖଣ୍ଡଗିରି ପାହାଡ଼,ଧଉଳି, ନନ୍ଦନକାନନରେ ଥିବା ଏକାଧିକ ମାଙ୍କଡ଼ ଭୋକରେ ଆଉଟ ପାଉଟ ହେଉଛନ୍ତି। ସ୍ଥାନୀୟ କେତେକ ଯୁବକ ସେମାନଙ୍କୁ ଖାଇବାକୁ ଦେଉଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri