କରୋନା ଭାଇରସ୍‌ ଆତଙ୍କ: ପତିରାଜପୁର ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ

ଖଇରା,୧୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ମେଳା ଚାଲିବାର ମାତ୍ର ୫ଦିନ ଅତିକ୍ରାନ୍ତ ହୋଇଛି। କରୋନା ଭାଇରସ୍‌ ଆତଙ୍କ ଲାଗି ପ୍ରଶାସନ ପକ୍ଷରୁ ମେଳା ବନ୍ଦ କରିବା ଲାଗି ନିର୍ଦ୍ଦେଶ ହୋଇଛି। ଫଳରେ ଏଠାକୁ ଆସିଥିବା ୫ଶହ ବ୍ୟବସାୟୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି । ମାସେ ପାଇଁ ଜିନିଷ ପତ୍ର ମହଜୁଦ ରଖି ବିକ୍ରି ଆରମ୍ଭ କରିଥିବା ବ୍ୟବସାୟୀଙ୍କୁ ହଠାତ୍‌ ଏଭଳି ନିର୍ଦ୍ଦେଶ ସେମାନଙ୍କ ନିଦ ହଜାଇ ଦେଇଛି । ମାସେ ପାଇଁ ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀମାନଙ୍କୁ ଡାକି ଆଣିଥିବା ମେଳା କମିଟି ଏବେ କିଂକର୍ତ୍ତବ୍ୟମୂଢ଼ ହୋଇଛି। ଗୋଟିଏ ପଟେ ପ୍ରଶାସନର ଅଙ୍କୁଶ ଓ ଅନ୍ୟପଟେ ୫ଶହ ବ୍ୟବସାୟୀଙ୍କ ଦୁଃଖ । ଏଭଳି ପରିସ୍ଥିତିରେ ଆଉ କିଛି ଦିନ ମେଳା ଚଳାଇବାକୁ ଅନୁମତି ଦେବା ଲାଗି ଉଭୟ କମିଟି ଓ ବ୍ୟବସାୟୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ନିବେଦନ କରାଯାଇଛି ।
୩ ଶହ ବର୍ଷ ଧରି ଚାଲି ଆସୁଥିବା ଏହି ମେଳା ଦୋଳପୂର୍ଣ୍ଣମୀରୁ ଆରମ୍ଭ ହୋଇ ଅନୂ୍ୟନ ମାସେ ପର୍ଯ୍ୟନ୍ତ ବସିଥାଏ । ଓଡ଼ିଶାର ବରଗଡ଼, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର ସମେତ ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୫ଶହ ଦୋକାନୀ ପସରା ମେଳିଥାନ୍ତି। ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମଧ୍ୟ ବର୍ଷକ ପାଇଁ ଘରକରଣା, ଖାଦ୍ୟ, ବସ୍ତ୍ର ଆଦି ସରଞ୍ଜାମ କିଣି ରଖିଥାନ୍ତି । କରୋନା ଭାଇରସ ଆତଙ୍କକୁ ନେଇ ବାଲେଶ୍ୱର ଉପଜିଲାପାଳ ୧୪ତାରିଖରେ ମେଳା ବନ୍ଦ କରିବାକୁ କମିଟି ସମ୍ପାଦକ ଭରତ ଚନ୍ଦ୍ର ରାଉତଙ୍କୁ ଚିଠି କରିଛନ୍ତି, ଯାହାକି ବ୍ୟବସାୟୀଙ୍କୁ ହତାଶ କରିଛି। କୋଟି କୋଟି ଟଙ୍କାର ଜିନିଷ ଆଣି ପୁଣି ଏହାକୁ ନେଇ ଫେରିଯିବା ଚିନ୍ତା ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଏଭଳି ନିଷ୍ପତ୍ତି ଅତ୍ୟନ୍ତ ହୃଦୟବିଦାରକ ବୋଲି ଚାର୍ଟ ଦୋକାନୀ ରତିକାନ୍ତ ପୁହାଣ କହିଛନ୍ତି । କରୋନା ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। ଆସିବା ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ସାମ୍‌ନା କରିବାକୁ ପଡି ନ ଥାନ୍ତା ବୋଲି ଚଣା ବ୍ୟବସାୟୀ ମଣିରାମ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛି ଗାଁ ମାଟି: ଶିକ୍ଷକତା ପରେ କାହଁକି ନେଲେ ଏଭଳି ଚରମ ନିଷ୍ପତ୍ତି

ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ…

କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….

ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ…

ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା କାର୍, ଡ୍ରାଇଭର ଫେରାର

ମୋହନା,୧୬।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପିଣ୍ଡିକି ଗାଁର ୩୨୬ ଏ ଜାତୀୟ ରାଜପଥର ରାସ୍ତା କଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

କାର୍‌ ଭିତରେ ଜିଅନ୍ତା ଜଳିଗଲେ ଯୁବକ, ବେକରେ ଗୁଡ଼ା ହୋଇଛି ତାର, ବଢୁଛି ନାନା ସନ୍ଦେହ

ରାଇକିଆ,୧୬ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା କରଡା ପଞ୍ଚାୟତର ସିନାପାଲି ନିକଟରେ ଏକ କାର୍‌ ସମ୍ପୂର୍ଣ୍ଣ ଜଳି ଯାଇଥିବା ଏବଂ ସେଥିରେ ଜଣେ ଯୁବକ ଜିଅନ୍ତା…

ହୀରାକୁଦ ଇକୋ-ରିଟ୍ରିଟ୍‌ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ଏଥର ୫୦ଟି ଟେଣ୍ଟ୍ ସହ ୧୨୦ ଦିନ ଧରି ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର,୧୬।୧୧(ପ୍ରମୋଦ ବହିଦାର): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲାର ହୀରାକୁଦ (ବଲବସପୁର, ଜମାଦାରପାଲି ନିକଟ) ଠାରେ ଆୟୋଜିତ ହେଉଥିବା ଚଳିତ ବର୍ଷର ‘ଇକୋ-ରିଟ୍ରିଟ୍‌’ (ସପ୍ତମ ସଂସ୍କରଣ)…

ସୀମାନ୍ତରେ ବିବାଦ ବଢ଼ାଉଛି ଦ୍ୱୈତ ଭୋଟର କାର୍ଡ

ନନ୍ଦପୁର,୧୬ା୧୧(ତୁଷାର କାନ୍ତ ମହାନ୍ତି): ଭୋଟର ପରିଚୟ ପତ୍ର ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାରେ ଥିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଜଣେ ବ୍ୟକ୍ତି ୨ ରାଜ୍ୟର କାର୍ଡ ତିଆରି…

ଭଙ୍ଗା ଆଜବେଷ୍ଟସ୍‌ ଘରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ା

ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?