‘କରୋନା’ ବଢ଼ାଇଛି ଟମାଟୋ ଚାଷୀଙ୍କ ଦୁଃଖ

ପାଟଣା,୨୭।୩(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଭାରତ ବି ଏଥିରୁ ବାଦ ପଡିନି। ସରକାର ଲକ୍‌ଡାଉନ କରି ଏଥିରେ ଅଙ୍କୁଶ ଲଗାବାକୁ ଚେଷ୍ଟା କରୁଥିବାବେଳେ ଏହା ଦେଶର ଅର୍ଥନୀତି ସହ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି। ଶ୍ରମିକ ଓ ଚାଷୀ ଭଳି ଅନ୍ନଦାତାଙ୍କ ଦୁଃଖ ବଢିଛି। ଲକ ଡାଉନ ଫଳରେ ଲୋକେ ନିଜକୁ ଘର କୋଣରେ ସୀମିତ ରଖୁଛନ୍ତି। ଫଳରେ ପରିବା ଚାଷୀଙ୍କ ଦୁଃଖ ବଢିଯାଇଛି। ସେମାନେ ଚାଷ କରି ପରିବାର ରକ୍ଷଣାବେକ୍ଷଣ କରିପାରୁ ନ ଥିବାବେଳେ ଫସଲ ଗୁଡ଼ିକ ବିକ୍ରି ମଧ୍ୟ ହୋଇପାରୁ ନାହିଁ। ଏଥିଲାଗି ପରିବା ଚାଷୀ ଚିନ୍ତିତ ଅଛନ୍ତି।
କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସାଧୁପଡା ମୌଜାର ୩ଏକରରୁ ଊର୍ଦ୍ଧ୍ୱ ପରିମିତ ଜମିରେ ଶିମୁଳି ନାଳରୁ ପାଣି ଉଠାଇ ୪ଜଣ ବ୍ୟକ୍ତି ଟମାଟୋ, ରୁମା, ବିନ, ଜହ୍ନି କଲରା, କାକୁଡି ଓ ବୋଇତାଳୁ ଚାଷ କରିଛନ୍ତି। ଉକ୍ତ ଚାଷୀ ମାନେ ହେଉଛନ୍ତି ସାଧୁପଡା ଗ୍ରାମର ଭରତ ଚନ୍ଦ୍ର ମହାନ୍ତ, ତାରା ମଣୀ ମହାନ୍ତ, ଜଗନ୍ନାଥ ମହାନ୍ତ, କ୍ଷେତ୍ରବାସୀ ମହାନ୍ତ ଓ ସୁରେଶ ମହାନ୍ତ। ତେବେ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ସରକାର ଲକ ଡାଉନ କରିବା ଫଳରେ ବଗିଚାର ଗଛରେ ଟମାଟୋ ପାଚି ପଚି ଯାଉଛି ତ ଅନ୍ୟପରିବା ଗୁଡିକ ବୁଢା ହୋଇ ଯାଉଛି। ଫଳରେ ଚାଷୀଙ୍କର ଦୁଃଖ ବଢ଼ିବାରେ ଲାଗିଛି। ଏନେଇ ଟମାଟୋ ଚାଷୀ ଭରତ ଚନ୍ଦ୍ର ମହାନ୍ତଙ୍କୁ ପଚାରିବାରୁ କରୋନା ଭୟରେ ଲୋକେ ବଜାରକୁ ଆସୁନାହାନ୍ତି। ଗାଁ କୁ ଗାଁ ପଶି ପରିବା ବିକ୍ରି ପାଇଁ ଗଲାବେଳକୁ ସବୁ ଗାଁ ମୁଣ୍ଡରେ ଗ୍ରାମବାସୀ ବାଉଁଶ ବାନ୍ଧି ଗାଁକୁ ଲକ ଡାଉନ କରିଛନ୍ତି। ୫ଟଙ୍କା କେଜିରେ ବିଲାତି ଯାଚିଲେ ବି ଲୋକେ ନେଉ ନାହାନ୍ତି। ଗାଡି ଚାଲୁ ନଥିବାରୁ କେନ୍ଦୁଝର କିମ୍ବା କରଞ୍ଜିଆ ବଜାରକୁ ପରିବା ନେଇ ହେଉ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri