କରୋନା ପାଇଁ କମିଲା ବିଏମ୍‌ସିର ରାଜସ୍ବ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଲକ୍ଷ୍ୟ ଅପେକ୍ଷାକୃତ ହ୍ରାସ ପାଇଛି। ବିଏମ୍‌ସି ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୫୦ କୋଟିର ରାଜସ୍ବ ଲକ୍ଷ୍ୟ ରଖିଥିଲା। ହେଲେ ରାଜସ୍ବ ୧୦୦ କୋଟି ଛୁଇଁ ପାରି ନାହିଁ। ଗତବର୍ଷ ବାତ୍ୟା ଫନୀରେ ପୁନରୁଦ୍ଧାର କାର୍ଯ୍ୟ ଓ ମାର୍ଚ୍ଚରୁ କରୋନା ମୁକାବିଲା କରିବାରେ ବିଏମ୍‌ସି କର୍ମଚାରୀ ବ୍ୟସ୍ତ ଥିବା ବେଳେ ରାଜସ୍ବ ଆଦାୟ ଆଶାତୀତ ହ୍ରାସ ପାଇଛି। ବିଜ୍ଞାପନ, ହୋଲ୍ଡିଂ ଟିକସ, ଟ୍ରେଡ ଲାଇସେନ୍ସ ଅର୍ଥ, ପାର୍କିଂ, ଏନଓସି, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଟିକସ ଆଦାୟ କରି ବିଏମ୍‌ସି ନିଜ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏସମସ୍ତ କ୍ଷେତ୍ରରୁ ମୋଟ ପ୍ରାୟ ୯୦ରୁ ୯୫ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି।
ସୂଚନା ମୂତାବକ, ଗତବର୍ଷ ପାଖାପାଖି ୩୫ କୋଟିର ହୋଲଡିଂ ଟିକସ ଆଦାୟ ହୋଇଥିବାବେଳେ ୪ କୋଟିରୁ ଊଦ୍ଧର୍‌ବ ଟଙ୍କା ବକେୟା ହୋଲଡିଂ ଟିକସ ଆଦାୟ ହୋଇଛି। ପ୍ରାୟ ୧୦ କୋଟି ଟଙ୍କା ହୋଲ୍ଡିଂ ଟିକସ ବକେୟା ପଡ଼ିଛି। ସେହିପରି ଟ୍ରେଡ୍‌ ଲାଇସେନ୍ସ, ପାର୍କିଂ ଫି ଓ ମାର୍କେଟ ଭଡ଼ାରୁ ଟିକସ ଆଦାୟ ହୋଇପାରିନାହିଁ। କରୋନା ପାଇଁ ଟିକସ ଅସୁଲ ଅଧିକରାରୀମାନେ କ୍ଷେତ୍ରସ୍ତରକୁ ଯାଇପାରିନାହାନ୍ତି। ଏପରିକି କିନ୍ନରମାନେ ମଧ୍ୟ ଘର ଘର ବୁଲି ବକେୟା ହୋଲଡିଂ ଟିକସ ଆଦାୟ କରିବା ବନ୍ଦ କରିଦେଇଛନ୍ତି। ଯେଉଁଥିପାଇଁ ଟିକସ ଆଦାୟ ହ୍ରାସ ପାଇଛି ବୋଲି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି।
ବିଏମ୍‌ସି ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ସବର କହିଛନ୍ତି, ଟିକସ ଆଦାୟକୁ ବିଏମ୍‌ସି କମିଶନର ଅଧିକ ଗୁରୁତ୍ୱ ଦେଇଥିଲେ। ଟିକସ ଆଦାୟ ପାଇଁ ବିଏମ୍‌ସି ଭୁବନେଶ୍ୱରର ବିଭିନ୍ନ ସଂସ୍ଥା ସହ ଚୁକ୍ତି ମଧ୍ୟ କରିଥିଲା। ମାର୍ଚ୍ଚ ମାସ ଯାହାକି ମୁଖ୍ୟ ଟିକସ ଆଦାୟ ମାସ ସେଥିରେ କରୋନା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଟିକସ ଆଦାୟ ଲକ୍ଷ୍ୟଚ୍ୟୁତ ହୋଇଛି ବୋଲି ସେ କହିଛନ୍ତି।
ରାଜସ୍ବ ଆଦାୟକୁ ନେଇ ବିଏମ୍‌ସି ରାଜସ୍ବ ବିଭାଗର ଜନୈକ ଅଧିକାରୀ କହିଛନ୍ତି, କରୋନା ପ୍ରଭାବ ସିଧାସଳଖ ଏବେ ବିଏମ୍‌ସିର ଟିକସ ସଂଗ୍ରହ ଉପରେ ପଡ଼ିଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ଲକ୍ଷ୍ୟରେ ଟିକସଦାତାଙ୍କୁ କାର୍ଯ୍ୟାଳୟ ନ ଆସି ଅନଲାଇନ୍‌ ମାଧ୍ୟମରେ ଟିକସ ପୈଠ କରିବାକୁ ବିଏମ୍‌ସି ସୂଚିତ କରିଥିଲା। ହେଲେ ଆଶାନୁଯାୟୀ ଫଳ ମିଳିଲା ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୦-୨୧ରେ ବିଏମ୍‌ସିର ବଜେଟ୍‌ ୭୦୦ କୋଟି ଛୁଇଁବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଗତବର୍ଷ ଅର୍ଥାତ ୨୦୧୯-୨୦ରେ ବିଏମସିର ବଜେଟ୍‌ ୪୬୧ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ୨୩୯ କୋଟି ଟଙ୍କା ଅଧିକ ହେବା ଆକଳନ ହୋଇଥିଲା। ଏବେ ରାଜସ୍ବ ଆଦାୟ ହ୍ରାସ ପାଇଥିବାବେଳେ ବଜେଟ ପାଇଁ ବିଏମ୍‌ସି ପୁଣିଥରେ ଅଙ୍କ କଷିବ। ମୁଖ୍ୟତଃ ‘ଫନୀ’ ଏବଂ ‘କରୋନା’ ପାଇଁ ବିଏମ୍‌ସିର ରାଜସ୍ବ ଆଦାୟ ଏକ ପ୍ରକାର ବନ୍ଦ ହୋଇପଡ଼ିଥିବାବେଳେ ଚଳିତବର୍ଷ ବିଭିନ୍ନ ବିଭାଗୀୟ ଖର୍ଚ୍ଚରେ କାଟଛାଣ୍ଟ କରିପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?