କରୋନା କଟକଣାକୁ ନିରାକାରପୁର ଅଞ୍ଚଳବାସୀଙ୍କ ବେଖାତିର: ଦୋକାନ ଦିନରେ ତାଲା, ରାତିରେ ଖୋଲା; ଚା’ ଖଟିରେ ଜମୁଛି ଆସର

ନିରାକାରପୁର,୧୬।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ସ୍ଥିତି ଜାରି ରହିଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ଏହାର ଆଖପାଖ ଅଂଚଳରେ ଏହି ନିୟମକୁ ଖୋଲା ଖୋଲି ଉଲଘଂନ କରାଯାଉଥିବା ଦେଖିବାକୁ ମିଳିଛି। ଏଠାରେ ନିୟମ ମାନିବା କଥା ଦୂରରେ ଥାଉ ବିଲ ଗହିରରେ କ୍ରିକେଟ, ଗାଁ ଗାଁରେ ତାସ୍‌ ଖେଳ, ଚେସ, ପଶା ଖେଳଠାରୁ ଆରମ୍ଭ କରି ଛକ ଏବଂ ଗାଁ ମୁଣ୍ଡରେ ଚା’ ଓ ପାନ ଦୋକାନ ଖୋଲା ରହୁଛି। ଏପରିକି ସକାଳୁ ସନ୍ଧ୍ୟା ଯାଏ ରାଜନୀତିିର ଆଡ୍ଡା ଜମୁଥିବା ଦେଖିବାକୁ ମିଳୁଛ। ବଜାର ବନ୍ଦକୁ ଆଖିରେ ରଖି କିଛି ଲୋକ କଳାବଜାରି ଆରମ୍ଭ କରିଛନ୍ତି। ଦୋକାନରେ ଥିବା ଜେରେକ୍ସ ମେଶିନକୁ ନିଜ ଘରେ ରଖି ୫ରୁ ୧୦ ଟଙ୍କା ଲେଖାଏ ଜୋର ଜବରଦସ୍ତ ଆଦାୟ କରୁଛନ୍ତି। ପୋଲିସ ଭୟରେ ଲୋକେ ପନିପରିବା, ରାଶନ ଓ ଔଷଧ ଦୋକାନ ଲୋକେ ଦିନବେଳା ଖୋଲୁଥିବା ବେଳେ ଅନ୍ୟ ଦୋକାନ ରାତି ୧୧ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଚୋରା ବାଲି, ଗୋଡି ଓ ମାଙ୍କଡା ପଥର ଶହ ଶହ ଗାଡି ମୋଟର ଖୁଲମ୍‌ଖୁଲା ଯାତାୟାତ କରୁଛନ୍ତି। ସେପଟେ ଲକ୍‌ ଡାଉନ୍‌ ପାଇଁ ପ୍ରଶାସନ ପକ୍ଷରୁ ସୀମା ସିଲ୍‌ ହୋଇଛି। କିନ୍ତୁ ଏହି ସବୁ କାର୍ଯ୍ୟ ବିଭିନ୍ନ କଟକଣା ସତ୍ତ୍ୱେ ପୋଲିସ ଆଖିରେ ଧୂଳି ଦେଇ କରାଯାଉଛି। କେବଳ ଏତିକି ନୁହେଁ ନୂତନ ଘର ନିର୍ମାଣ କାର୍ଯ୍ୟ ମଧ୍ୟ ଅଞ୍ଚଳରେ ଜାରି ରହିଛି। ଯଦି ଗାଁ ଗହଳିରେ ଏହାକୁ ରୋକା ନ ଯାଏ ତେବେ ଆଗାମୀ ଦିନରେ କରୋନା ସଂକ୍ରମଣକୁ ରୋକିବା ସମ୍ଭବପର ହୋଇ ନ ପାରେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ନେଇ ନିରାକାରପୁର ଥାନା ଏଏସ୍‌ଆଇ ଶରତ ଚନ୍ଦ୍ର ପାଇକରାୟଙ୍କୁ ପଚାରିବାରେ ଆମେ ପାଟ୍ରୋଲିଂ କରୁଛୁ। ଯେଉଁଁଠି କେହି ଉଲ୍ଲଘଂନ କରୁଥିବା ଦେଖୁଛୁ ତାକୁ ସଚେତନତା କରିବା ସହିତ ତାଗିଦ କରୁଛୁ। ହେଲେ ରାତିରେ ଯେଉଁ ଦୋକାନ ଖୋଲିବା ନେଇ ଅଭିଯୋଗ ହେଉଛି ତାହାକୁ ଦେଖିବୁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri