କରୋନା ଓ ଅସ୍ପୃଶ୍ୟ ମଣିଷ

ଗଣେଶ୍ୱର ନାୟକ

ଭାରତରେ ଇଂରେଜମାନଙ୍କୁ ତଡ଼ିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ବିଶାଳ ଆନ୍ଦୋଳନ ଚଳାଇଥିଲେ, ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ବି ଏହି ଆନ୍ଦୋଳନର ଏକ ଅଂଶ ଥିଲା। ସେ ସମସ୍ତଙ୍କୁ ବୁଝାଇବାକୁ ଲାଗିଥିଲେ, ସବୁ ମଣିଷ ହରିଙ୍କ ସନ୍ତାନ, ସଭିଏ ଅମୃତର ସନ୍ତାନ, କାହାକୁ ଛୁଆଁ ଅଛୁଆଁ ଭେଦଭାବ କରିବାର ଅଧିକାର ମଣିଷର ନାହିଁ। ସର୍ବ ଧର୍ମର ସାର ହେଉଛି ମାନବତାବାଦ। ସେହି ମାନବତାବାଦ ଆଧାରରେ କିପରି କିଛି ମଣିଷକୁ ଅସ୍ପୃଶ୍ୟ କରି ଅଣଦେଖା କରି ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ଦେବା?
ଏହି ଆନ୍ଦୋଳନ କେତେବେଳେ ଅଠର ଖିଅ ପଇତାର ଦାୟରେ ତ, କେତେବେଳେ ବାରହାତ ଖଣ୍ଡାର ଦାୟରେ ବାଁ ଡାଁ ହୋଇଯାଉଥିଲେ ମଧ୍ୟ ଗୀତା, ଭାଗବତର ସାର ମର୍ମକୁ ତୋଳିଧରିଥିଲା, ଯାହା କି ‘ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ’। ସମାଜ ଚଳାଇବାରେ ସବୁ କର୍ମର ଆବଶ୍ୟକ।  ସେହି କାର୍ଯ୍ୟର ଆଧାର ମଣିଷ, ମଣିଷ ମଧ୍ୟରେ ବିଭେଦ ନୁହେଁ। ସେ ବୁଝାଉ ଥିଲେ ମା’ଟିଏ ମଧ୍ୟ ତାହାର ସନ୍ତାନର ମଇଳାକୁ ହାତରେ ସଫା କରେ। ଏହି ଆନ୍ଦୋଳନକୁ ଓଡ଼ିଶାରେ ମା’ ରମାଦେବୀ, ସରଳା ଦେବୀ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଆଦି ଅନେକ ଆଗକୁ ନେଇଯାଇଥିଲେ। ଉତ୍କଳମଣି ଗୋପବନ୍ଧୁ ତ ମଣିଷ, ମଣିଷ ମଧ୍ୟରେ ବିଭେଦକୁ ତ୍ୟାଗ କରିବାକୁ ଯାଇ ନିଜର ପଇତାକୁ ମଧ୍ୟ ତ୍ୟାଗ କରି ଦେଇଥିଲେ। ପରୋପକାରରେ ହିଁ ଉତ୍ତମ ମଣିଷର ସଂଜ୍ଞା ନିହିତ। ଧର୍ମ ଆଧାରରେ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ ମଣିଷ, ମଣିଷ ମଧ୍ୟରେ ବିଭେଦ ସୃଷ୍ଟି ହେଲେ ସମାଜର ଉନ୍ନତି କିପରି ସମ୍ଭବ?
କରୋନା ଭୂତାଣୁ ଆଜି ବିଶ୍ୱ ମାନବକୁ ଅସ୍ପୃଶ୍ୟତା ଭିତରକୁ ଠେଲି ଦେଇଛି, ମହତ ଆଦର୍ଶକୁ ପାଥେୟ କରି ନୁହେଁ, ସ୍ବଜୀବନକୁ ଭଲ ପାଇବାରେ, ସମସ୍ତେ, ସମସ୍ତଙ୍କ ପାଇଁ ଅସ୍ପୃଶ୍ୟ।  ପଣ୍ଡିତ ହୁଅନ୍ତୁ, ମୂର୍ଖ ହୁଅନ୍ତୁ, ଜ୍ଞାନୀ ହୁଅନ୍ତୁ, ମାନୀ ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ ବା ଅନ୍ୟ କିଛି, କହିଲେ ଏକ ଭୂତାଣୁ ସମସ୍ତଙ୍କୁ ଜଣାଇଦେଲା ତୁ କେବଳ ନିରୁତା ମଣିଷଟାଏ। ସମାଜରେ ସମସ୍ତଙ୍କର ସମାନ ଅଧିକାର, ଆଉ ମୋତେ ପ୍ରତିହତ କରିବା ପାଇଁ ସବୁ ମଣିଷ ପାଇଁ ସମାନ ପ୍ରକ୍ରିୟା ଆପଣେଇବାକୁ ପଡ଼ିବ। ଭୋଗୀ ସିନା ଆପଣାଏ ବହୁ ବାଛ ବିଚାର, ଆଉ କରୋନା ପାଖରେ ସଭିଏ ସମାନ, କି ମାନୀ, କି ଧନୀ, କି ଆସ୍ତିକ, କି ନାସ୍ତିକ। ନିଜକୁ ସମ୍ମାନ ଦେଉଥିବା ମଣିଷ ହିଁ ଅନ୍ୟକୁ ସମ୍ମାନ ଦେଇପାରେ। ସ୍ବ ସାମର୍ଥ୍ୟକୁ କଳି ପାରୁଥିବା ମଣିଷ ହିଁ, ଅନ୍ୟର ସାମର୍ଥ୍ୟକୁ ସମ୍ମାନ ଦେବାରେ ସମର୍ଥ ହୁଏ। ସକାରାତ୍ମକ ଭିତିରେ ବିଚାର କଲେ, ସବୁ ମଣିଷ ସମାନ ପ୍ରକ୍ରିୟାରେ ଏ ଧରାକୁ ଆସିଥାନ୍ତି, ସମାନ ପ୍ରକ୍ରିୟାରେ ମଧ୍ୟ ଏ ଧରାରୁ ବିଦାୟ ନେଇଥାନ୍ତି।
ଆଜି ଖୁସି ଲାଗେ ଏ କରୋନା ଯୁଦ୍ଧର ଯୋଦ୍ଧା ତଳ ସ୍ତରର କର୍ମଚାରୀଙ୍କୁ ଯେପରି ସମ୍ବର୍ଦ୍ଧିତ କରାଯାଉଛି।
ସେମାନେ ସାରା ସଂସାରକୁ ସ୍ବଚ୍ଛତାରେ ଭରି ଦିଅନ୍ତି।
ସେମାନଙ୍କ ଅନୁପସ୍ଥିତିରେ ଆମେ ଘରୁ ବାହାରିବା, ରାସ୍ତାରେ ଚାଲିବା ଅସମ୍ଭବ ହୋଇ ଉଠନ୍ତା। କିନ୍ତୁ ସମାଜ ଅନେକ ଯୁଗ ହେଲା ସେମାନଙ୍କୁ ଆର୍ଥିକ, ସାମାଜିକ ସ୍ତରରେ ବହୁ ଅବହେଳା କରି ଆସିଛି। ସବୁ ମଣିଷ ଆତ୍ମ ସମ୍ମାନର ସହିତ ବଞ୍ଚତ୍ବାକୁ ଚାହେଁ। ଆମର ଆତ୍ମ ସମ୍ମାନ କ୍ଷୁଣ୍ଣ ହେଲେ, ଆମ ମନରେ ଅନେକ ଆଘାତ ସୃଷ୍ଟି ହୁଏ। ଆମେ ଯେପରି ସମାଜଠାରୁ ସମ୍ମାନ ଆଶା କରୁ, ଅନ୍ୟମାନେ ସେପରି ସମାଜଠାରୁ ସମାନ ସମ୍ମାନ ଆଶା କରନ୍ତି। ଆମର କେଉଁ ଅଧିକାର ଅଛି କାହାକୁ ଅଛୁଆଁ ବୋଲାଇବାରେ। ଅନେକ ବର୍ଷ ଧରି, ଆମର କେଉଁ ଅଧିକାର ଅଛି କାହାକୁ ଠାକୁର ଦର୍ଶନ କରିବାରେ, ମନ୍ଦିରକୁ ଯିବାରେ ବାଧା ଦେବାକୁ ? ସତରେ କ’ଣ ଆମେ, ଜନ୍ମ ହେଲା ବେଳେ ସୁନା ଚାମଚ ପାଟିରେ ଧରି ଆସିଥିଲେ ନା ସୌଭାଗ୍ୟବଶତଃ ସମାଜ ବୋଲାଉଥିବା ଏକ ଉଚ୍ଚ ଜାତିରେ ଜନ୍ମ ହୋଇଯାଇଛେ?
ଉପଯୁକ୍ତ ଶିକ୍ଷା ଓ ଆର୍ଥିକ ଦିଗରେ ସ୍ବଚ୍ଛଳତା ହିଁ ସବୁ ମଣିଷର ସ୍ବାଭିମାନକୁ କିଛି ମାତ୍ରାରେ ଊର୍ଦ୍ଧ୍ୱକୁ ତୋଳିଧରେ। ସୁକର୍ମ ହିଁ ମଣିଷର ପରିଚୟ ସୃଷ୍ଟିକରେ, ଜାତି ନୁହେଁ, ବର୍ଣ୍ଣ ନୁହେଁ। ବିଜ୍ଞଜନଙ୍କ ସେଦିନର ଆହ୍ବାନ, ମଣିଷ ପରସ୍ପରକୁ ଛୁଇଁବାକୁ, ଆଜି କରୋନାର ତାଡ଼ନାରେ ସମୟର ଆହ୍ବାନ ମଣିଷ ପରସ୍ପର ନ ଛୁଇଁବାକୁ। ସେଦିନର ଅଛୁଆଁ ମନର ଭାବନା ମାତ୍ର, ଆଜିର ପରସ୍ପରକୁ ଅଛୁଆଁ ବିଜ୍ଞାନ ସମ୍ମତ..।

ସିଷ୍ଟମ୍‌ ଆଡ୍‌ମିନ,
ଜୀବନ ବୀମା କାର୍ଯ୍ୟାଳୟ, ଯାଜପୁର
ମୋ-୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri