କରୋନା ଆଳରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧।୫: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭକାରୀଙ୍କୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ କୋଭିଡ୍‌-୧୯ ଆଳରେ ଗିରଫ କରାଯାଉଛି। ଦିଲ୍ଲୀ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କ୍ଷମତାର ଅପବ୍ୟବହାର କରି ଗଣତନ୍ତ୍ରକୁ ନୂ୍ୟନ କରିଦେଉଥିବା ଅନେକ ବୁଦ୍ଧିଜୀବୀ ଅଭିଯୋଗ ଆଣିଛନ୍ତି। ବିରୋଧୀଙ୍କ ବିରୋଧରେ ପଦକ୍ଷେପର ଅପରାଧୀକରଣ ଭାରତୀୟ ଗଣତନ୍ତ୍ରକୁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି।
ମହାମାରୀ କରୋନା ବିରୋଧରେ ଲଢ଼େଇ ବେଳେ ବିଭିନ୍ନ ରାଷ୍ଟ୍ରର ସରକାରମାନେ ଜରୁରୀ କ୍ଷମତା ପ୍ରୟୋଗ କରିଛନ୍ତି। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଏହା ମୌଳିକ ଗଣତାନ୍ତ୍ରିକ ଅଧିକାରଗୁଡ଼ିକୁ ହନନ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଏହି ଚିନ୍ତା ବା ବ୍ୟଗ୍ରତା ଭାରତରେ ସତ ପ୍ରମାଣିତ ହୋଇଥିବା ମନେହେଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଦିଲ୍ଲୀ ପୋଲିସ ସିଏଏ-ଏନ୍‌ଆର୍‌ସିକୁ ବିରୋଧ କରୁଥିବା ଅନେକ ଲୋକଙ୍କୁ ବିଗତ କିଛିଦିନ ମଧ୍ୟରେ ଗିରଫ କରିଛି। ଭାରତୀୟ ନାଗରିକତ୍ୱ ଆଇନରେ ଏକ ସାମ୍ପ୍ରଦାୟିକ ବୈଶିଷ୍ଟ୍ୟକୁ ଯୋଡ଼ାଯାଇଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି। ମୁସଲମାନମାନଙ୍କୁ ହଇରାଣ କରିବା ପାଇଁ ଅନେକଙ୍କୁ ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା କରାଯାଇଥିଲା। ଗିରଫଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆରେ ବିକ୍ଷୋଭ ଆୟୋଜନ କରିଥିବା ବ୍ୟକ୍ତି। ଦୁଇଜଣ ହେଉଛନ୍ତି ଛାତ୍ରୀ ସଫୁରା ଜର୍ଗର ଓ ଛାତ୍ର ମିରାନ ହାଇଦର। ତୃତୀୟ ବ୍ୟକ୍ତି ଜଣକ ଜାମିଆ ଆଲୁମ୍‌ନି ଆସୋସିଏଶନ ଅଧ୍ୟକ୍ଷ ଶିଫା-ଉର୍‌-ରହମାନ। ଏ ସମ୍ପର୍କିତ ମାମଲାରେ ପୋଲିସ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏଶନର ଦିଲ୍ଲୀ ଅଧ୍ୟକ୍ଷା କନଓ୍ବଲପ୍ରୀତ କୌରଙ୍କ ଫୋନ୍‌କୁ ଜବତ କରିଛି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ସମେତ କେତେକ କଠୋର ଆଇନ ବଳରେ ଏହି ସମସ୍ତଙ୍କ ଗିରଫଦାରି ହୋଇଛି। ଫେବୃୟାରୀରେ ଦିଲ୍ଲୀରେ ୫୩ ଜଣଙ୍କ ଜୀବନ ନେଇଥିବା ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଏମାନେ ଷଡ଼ଯନ୍ତ୍ର ରଚିଥିବା ପୋଲିସ ଦାବି କରିଛି। ତେବେ ଅଦ୍ୟାବଧି ଦିଲ୍ଲୀ ପୋଲିସ ନିଜ ଦାବି ସପକ୍ଷରେ କୌଣସି ଠୋସ୍‌ ପ୍ରମାଣ ଯୋଗାଡ଼ କରିପାରି ନାହିଁ। ବାସ୍ତବରେ ସେମାନେ କ’ଣ ଷଡ଼ଯନ୍ତ୍ର କରିଥିଲେ ସେନେଇ ପୋଲିସ ଏଫ୍‌ଆଇଆର୍‌ରେ କିଛି ସ୍ପଷ୍ଟ ଭାବେ ଉଲ୍ଲେଖ କରିନାହିଁ।
ବିକ୍ଷୋଭର ଅପରାଧୀକରଣ
ଅଭିଯୋଗ ଆଣିବାରେ ଏହି ଅସ୍ପଷ୍ଟତା, କଠୋର ୟୁଏପିଏ ସାଙ୍ଗକୁ ଲକ୍‌ଡାଉନ୍‌ ପୋଲିସକୁ ଏପରି କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅନୁମତି ଦେଇଛି, ଯାହାକି ନାଗରିକ ସ୍ବାଧୀନତା ପାଇଁ ଅତ୍ୟନ୍ତ ହାନିକାରକ ମନେହୁଏ। ଏହି ଗିରଫଦାରି ଏକ ଆଇନଗତ ପଦକ୍ଷେପ ପରିବର୍ତ୍ତେ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନାଗରିକତ୍ୱ ଆଇନ ବିରୋଧୀ ବିକ୍ଷୋଭକାରୀଙ୍କ ଉପରେ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ କାର୍ଯ୍ୟାନୁଷ୍ଠାନ ପରି ଲାଗୁଛି। ଦିଲ୍ଲୀ ପୋଲିସ ଏଠାରେ ବିକ୍ଷୋଭ ପାଇଁ ଉଦ୍ଦିଷ୍ଟ ପ୍ରତ୍ୟେକ କାର୍ଯ୍ୟର ଅପରାଧୀକରଣ ଲାଗି ତତ୍ପରତା ଦେଖାଇଛି। ଉଦାହରଣ ସ୍ବରୂପ ଅଭିଯୁକ୍ତମାନେ ବିକ୍ଷୋଭ ପାଇଁ ଯୋଜନା ଓ ବ୍ୟବସ୍ଥା କରିବା ଲାଗି ପରସ୍ପରକୁ ଯୋଗାଯୋଗ କରିଥିବା ପୋଲିସ କହିଥିଲା। ସେହିପରି ବିକ୍ଷୋଭରେ ଶୁଫି-ଉର୍‌-ରହମାନ ନିଜ ସମ୍ପୃକ୍ତି ନେଇ ଜେରା ବେଳେ ସ୍ବୀକାର କରିଥିବା ସମ୍ପର୍କରେ ଅଦାଲତଙ୍କୁ ପୋଲିସ ଅବଗତ କରାଇଛି।
ଦଙ୍ଗା ଆରମ୍ଭ ହେବାର ପୂର୍ବଦିନ ଭାଜପା ନେତା କପିଲ ମିଶ୍ରା ବିକ୍ଷୋଭକାରୀମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ। ବାସ୍ତବରେ କପିଲ ଏହି ହିଂସାକୁ ଉସୁକାଇଥିବା ନେଇ ପ୍ରତ୍ୟକ୍ଷ ପ୍ରମାଣ ରହିଛି। ହିଂସା ଭିଆଇବାବେଳେ ଆକ୍ରମଣକାରୀମାନେ ତାଙ୍କ ନାମ ପ୍ରକାଶ କରିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ହେଲେ ଦିଲ୍ଲୀ ପୋଲିସ କପିଲଙ୍କ ବିରୋଧରେ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଅନ୍ୟପକ୍ଷରେ ପୋଲିସ ମୁସଲମାନ ସମୁଦାୟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାର ତଥ୍ୟଗତ ପ୍ରମାଣ ରହିଛି। ଏହି ଦଙ୍ଗାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ହେଉଛନ୍ତି ମୁସ୍‌ଲିମ ସମ୍ପ୍ରଦାୟର।
ଲକ୍‌ଡାଉନ୍‌ର ଅପବ୍ୟବହାର
ଆହୁରି ଚକିତ କରିଦେବା ଭଳି ବିଷୟ ହେଉଛି ନାଗରିକତ୍ୱ ଆଇନ ବିରୋଧୀ ଏହି ଅଭିଯାନ ଉପରେ ଆକ୍ରମଣ ଉଦ୍ୟମ କରୋନା ସଂକ୍ରମଣ ରୋକିବା ଲାଗି ଜାରି କରାଯାଇଥିବା ଲକ୍‌ଡାଉନ୍‌ ବେଳେ ହୋଇଛି। ସରକାରଙ୍କ ହାତରେ ପ୍ରଭୁତ କ୍ଷମତା ଥିବାରୁ ବିକ୍ଷୋଭକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ହୋଇଛି। ଏନ୍‌ଆର୍‌ସି ଏବଂ ସିଏଏ ବିରୋଧରେ ହୋଇଥିବା ବିକ୍ଷୋଭ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଥିଲା। ଦେଶର ନାଗରିକତ୍ୱ ଆଇନର ସମ୍ପ୍ରଦାୟିକୀକରଣ ପଦକ୍ଷେପରୁ ଭାରତୀୟ ଧର୍ମନିରପେକ୍ଷତାକୁ ରକ୍ଷା କରିବା ଥିଲା ଏହାର ଉଦ୍ଦେଶ୍ୟ। ବିରୋଧୀମାନଙ୍କ ବିରୋଧରେ ପଦକ୍ଷେପର ଅପରାଧୀକରଣ ଭାରତୀୟ ଗଣତନ୍ତ୍ରକୁ ଏକ ଶକ୍ତ ଧକ୍କା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri