Categories: ଖେଳ

କରୋନା ଆତଙ୍କ: ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ ତାଲିକା

ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭାଇରସ୍‌ କାରଣରୁ ଭାରତରେ ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟଗୁଡିକର ତାଲିକା ନିମ୍ନରେ ପ୍ରଦାନ କରାଗଲା।
ଆଥ୍‌ଲେଟିକ୍ସ:
ଭୋପାଳରେ ଏପ୍ରିଲ ୬ରୁ ୮ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ଫେଡେରେଶନ କପ୍‌ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯାଇଛି।
ବ୍ୟାଡ୍‌ମିଣ୍ଟନ:
ଏପ୍ରିଲ ୧୨ରେ ଖେଳାଯିବାକୁ ଥିବା ଇଣ୍ଡିଆ ଓପନ୍‌ ମଧ୍ୟ ବାତିଲ ହୋଇଛି।
ବାସ୍କେଟବଲ:
ମାର୍ଚ୍ଚ ୧୮ରୁ ୨୨ ତାରିଖ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଫିବା ୩x ୩ ଅଲିମ୍ପିକ କ୍ୱାଲିଫାଇଂ ଟୁର୍ନାମେଣ୍ଟକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଚେସ୍‌:
ମେ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଜାତୀୟ ଟୁର୍ନାମେଣ୍ଟଗୁଡିକୁ ସ୍ଥଗିତ ରଖାଯାଇଛି।
କ୍ରିକେଟ:
* ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ସରକାର ଗୋଟିଏ ମାସ ପାଇଁ ରାଜ୍ୟର ସବୁ ପ୍ରକାର କ୍ରୀଡ଼ା ଆୟୋଜନକୁ ବାତିଲ କରିଛି।
* ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ବାତିଲ କରାଯାଇଛି। ଫଳରେ ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ଓ ୧୮ ତାରିଖରେ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ସିରିଜ ବାତିଲ।
* ସବୁ ଘରୋଇ କ୍ରିକେଟ ଟୁର୍ନାମେଣ୍ଟକୁ ମଧ୍ୟ ବାତିଲ କରାଯାଇଛି।
* ରଣଜୀ ଟ୍ରଫି ଫାଇନାଲର ଅନ୍ତିମ ଦିବସର ଖେଳ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଛି।
* ମୁମ୍ବାଇ ଓ ପୁଣେରେ ମାର୍ଚ୍ଚ ୭ରୁ ୨୨ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ରୋଡ ସେଫ୍ଟି ବିଶ୍ୱ ସିରିଜକୁ ମଧ୍ୟ ବାତିଲ କରାଯାଇଛି।
ଫୁଟବଲ
* ମାର୍ଚ୍ଚ ୧୪ ତାରିଖରେ ଗୋଆରେ ଏଟିକେ ଏଫ୍‌ସି ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ଆଇଏସ୍‌ଏଲ୍‌ ଫାଇନାଲ ମ୍ୟାଚ୍‌ ଫାଙ୍କା ଷ୍ଟାଡିୟମରେ ରୁଦ୍ଧଦ୍ୱାରରେ ଖେଳାଯାଇଛି।
* ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସବୁ ଫୁଟବଲ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି।
* ଭାରତ ଓ କାତାର ମଧ୍ୟରେ ମାର୍ଚ୍ଚ ୨୬ ତାରିଖରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ୍‌ କ୍ୱାଲିଫାୟର ମ୍ୟାଚ୍‌ ମଧ୍ୟ ସ୍ଥଗିତ ରହିଛି।
* କୋଲକାତାରେ ଜୁନ୍‌ ୯ ତାରିଖରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ୍‌ କ୍ୱାଲିଫାୟର ମ୍ୟାଚ୍‌ ମଧ୍ୟ ସ୍ଥଗିତ ରଖାଯାଇଛି।
* ସନ୍ତୋଷ ଟ୍ରଫିର ଫାଇନାଲ ରାଉଣ୍ଡ ମ୍ୟାଚ୍‌ଗୁଡିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍‌ଗୁଡିକ ଆଇଜଲରେ ଏପ୍ରିଲ ୧୪ରୁ ୨୭ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।
* ଆଇ-ଲିଗ୍‌ର ବାକି ୨୮ଟି ମ୍ୟାଚ୍‌ ଫାଙ୍କା ଷ୍ଟାଡିୟମରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଗଲ୍ଫ
* ନୂଆଦିଲ୍ଲୀରେ ମାର୍ଚ୍ଚ ୧୯ରୁ ୨୨ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଇଣ୍ଡିଆ ଓପନକୁ ମଧ୍ୟ ସ୍ଥଗିତ ରଖାଯାଇଛି।
* ମାର୍ଚ୍ଚ ୧୬ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଫେସନାଲ ଗଲ୍ଫ ଟୁର ଅଫ୍‌ ଇଣ୍ଡିଆ (ପିଜିଟିଆଇ)ର ସବୁ ଟୁର୍ନାମେଣ୍ଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।
ମୋଟର ସ୍ପୋଟର୍‌ସ
* ସାଉଥ୍‌ ଇଣ୍ଡିଆ ରାଲି, ଏଫ୍‌ଆଇଏ ଏସିଆ -ପାସିଫିକ୍‌ ଚାମ୍ପିୟନଶିପ୍‌ର ଓପନିଂ ରାଉଣ୍ଡ ମାର୍ଚ୍ଚ ୨୦ରୁ ୨୨ ତାରିଖ ମଧ୍ୟରେ ଚେନ୍ନାଇରେ ଫାଙ୍କା ଷ୍ଟାଡିୟମରେ ଖେଳାଯିବ।
ପାରା ସ୍ପୋଟର୍‌ସ:
ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ଜାତୀୟ ଓ ରାଜ୍ୟ ଚାମ୍ପିୟନଶିପ୍‌ ସ୍ଥଗିତ।
ଶୁଟିଂ
ନୂଆଦିଲ୍ଲୀରେ ମାର୍ଚ୍ଚ ୧୫ରୁ ୨୫ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ରାଇଫଲ, ପିସ୍ତଲ ଓ ଶଟ୍‌ଗନ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌କୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଟେନିସ୍‌:
ସବୁ ଘରୋଇ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି।

Share