କରୋନାକୁ ନେଇ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ବାହାରକୁ ଖେଳିବାକୁ ଯାଅ ନାହିଁ, ପରିବାରଲୋକଙ୍କୁ କଟକଣା ମାନିବାକୁ କୁହ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶାରେ ୬୮ହଜାର ୭୧୭ଟି ସ୍କୁଲ ରହିଛି। ସେଥିରେ ୩୬ ଲକ୍ଷ ୫ ହଜାର ୫୩୯ଜଣ ଛାତ୍ରୀଛାତ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ୨୧ଲକ୍ଷ ୨୭ହଜାର ୪୩ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ବିଶେଷକରି ୯ମ ଏବଂ ଦଶମରେ ୧ଲକ୍ଷ ୨୯ ହଜାର ୩୦୭ ଜଣ , ଯୁକ୍ତ ୨ରେ ୧୦ଲକ୍ଷ ୭୬ହଜାର ୭୪୨ଜଣ ପାଠ ପଢ଼ୁଛନ୍ତି। ମୋଟ ୮୧ଲକ୍ଷ ୨ହଜାର ୩୩୧ଜଣ ପିଲା ସ୍କୁଲକୁ ଯାଉଛନ୍ତି। କରେନା ମୁକାବିଲା ସମୟରେ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାର୍ତ୍ତା ଦେଇଛନ୍ତି। ଆଜିର ସମୟ ଆହ୍ବାନର ସମୟ। କରୋନାକୁ ନ ଡ଼ରି ମିଳିମିଶି ଲଢ଼ିବା। ସାଙ୍ଗସାଥୀଙ୍କ ସହ ଏବେ ଆମେ ଖେଳାଖେଳି କରିବା ନାହିଁ। ସମସ୍ତେ ସାବଧାନ ରହିବା। ଯେକୌଣସି ଖେଳରେ ସାଙ୍ଗମାନଙ୍କ ପାଖକୁ ଯିବାର ଭୟ ଥାଏ। କରୋନା ଭୂତାଣୁ କାଶ, ଛେପ ଆଦିରୁ ବ୍ୟାପିଥାଏ। ଏଣୁ ପିଲାମାନଙ୍କୁ କରୋନା ଯିବା ପର୍ଯ୍ୟନ୍ତ ଦୂରରେ ରହିବା ଆବଶ୍ୟକ। ବାପାମା’ ତଥା ଗୁରୁଜନମାନେ ତୁମମାନଙ୍କ କଥା ନିଶ୍ଚୟ ଶୁଣିବେ। ସେମାନଙ୍କୁ ତୁମେ ହାତ ଧୋଇବାକୁ କହିବା। ମୁହଁରେ ବାରମ୍ବାର ହାତ ନ ଲଗାଇବାକୁ ଏବଂ ଘରେ ରହିବାକୁ କହିବା ଆବଶ୍ୟକତା ରହିଛି। ଏପରିକି ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା ଆରମ୍ଭ କର। ଏହାଛଡ଼ା ଏହି ଦିନଗୁଡ଼ିକ ବହୁତ ମୂଲ୍ୟବାନ। ଏହି ଲକ୍‌ଡାଉନ୍‌ ସମୟରେ ବର୍ଷର ସ୍କୁଲ ବହିତକ ଆଉଥରେ ଥରେ ପଢ଼ିଦିଅ। ମନକୁ ଖୁସି ରଖ। ଗପ ବହି ପଢ଼, ଚିତ୍ର ଆଙ୍କ। ଘରକାମରେ ମା’ବାପାଙ୍କୁ ସାହାଯ୍ୟ କର। ଭାଇ ଭଉଣୀଙ୍କ ସହ କଳି ଝଗଡ଼ା କର ନାହିଁ। ସବୁ ସପ୍ତାହରେ ନୂଆ କଥାଟିଏ ଶିଖ। ଲକ୍‌ଡାଉନ୍‌ ଦାଉ କେତେ ସପ୍ତାହ ଚାଲିବ ତାହା ଜଣାନାହିଁ। ହେଲେ କରୋନା ହାତରୁ ତୁମ ସପ୍ତାହ ଛଡ଼ାଇ ଆଣ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ନେଇ ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri